ମୁମ୍ବାଇ: ଶାହରୁଖ ଖାନ (Shah Rukh Khan), ଦୀପିକା ପାଦୁକୋନ (Deepika Padukone) ଏବଂ ଜନ୍ ଅବ୍ରହାମ (John Abraham)ଙ୍କ ଅଭିନୀତ ଫିଲ୍ମ 'ପଠାନ' ଆସନ୍ତା ବର୍ଷ ଜାନୁଆରୀରେ ମୁକ୍ତିଲାଭ କରିବ। କିନ୍ତୁ ଏହି ଚଳଚ୍ଚିତ୍ରର ପ୍ରମୋସନ ଆରମ୍ଭ ହୋଇଯାଇଛି ଏବଂ ଫିଲ୍ମର ପ୍ରଥମ ଗୀତ 'ବେଶରମ୍ ରଙ୍ଗ' 12 ଡିସେମ୍ବରରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ଗୀତ ରିଲିଜ୍ କରିବା ପୂର୍ବରୁ ଶାହାରୁଖ ସୋସିଆଲ ମିଡିଆରେ ଗୀତର ପୋଷ୍ଟର ସେୟାର କରିଛନ୍ତି। କିଙ୍ଗ ଖାନଙ୍କ ଦ୍ୱାରା ଆଉ ଏକ ନୂଆ ପୋଷ୍ଟର ରିଲିଜ ହୋଇଛି, ଯେଉଁଥିରେ ଦୀପିକା ପାଦୁକୋନ ଏକ ହଳଦିଆ ବିକିନିରେ ନଜର ଆସିଛନ୍ତି ।
ଶାହାରୁଖ ଶୁକ୍ରବାର ଏହି ଗୀତ ସହ ଜଡିତ ଏକ ପୋଷ୍ଟର ଜାରି କରିଥିଲେ । ଏଥିରେ ଦୀପିକାଙ୍କୁ ଏକ ସୁବର୍ଣ୍ଣ ରଙ୍ଗର ବିକିନିରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଶାହରୁଖ ଏହି ଗୀତର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି, ଯେଉଁଥିରେ ଦୀପିକା ପାଦୁକୋନ ଏକ ହଳଦିଆ ବିକିନିରେ ଦେଖିବାକୁ ମିଳିଛି । ଡିସେମ୍ବର 12 ରେ ସକାଳ 11 ଟାରେ 'ବେଶରମ୍ ରଙ୍ଗ' ମୁକ୍ତିଲାଭ କରିବ ।