ହାଇଦ୍ରାବାଦ: ଖୁବ୍ ଶୀଘ୍ର ହାତକୁ ଦୁଇ ହାତ ହେବେ ରାଘବ ଚଢା ଏବଂ ପରିଣୀତି ଚୋପ୍ରା । ଦୁହେଁ 24 ସେପ୍ଟେମ୍ବରରେ ଉଦୟପୁରରେ ବିବାହ କରିବାକୁ ଯାଉଛନ୍ତି। ପରିଣୀତି ଏବଂ ରାଘବ ମଧ୍ୟ ବିବାହ ଉତ୍ସବ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯାହା କି 17 ସେପ୍ଟେମ୍ବରରୁ ଆରମ୍ଭ ହୋଇସାରିଛି । ବିବାହ ସମାରୋହ ପାଇଁ ରାଘବ ପରିଣୀତି ଉଦୟପୁରର ତାଜ ଲୀଲା ପ୍ୟାଲେସକୁ ବାଛିଛନ୍ତି। ବିବାହ ସମାରୋହ 2 ଦିନ ପର୍ଯ୍ୟନ୍ତ ଚାଲିବ । ପରିଣୀତି ଏବଂ ରାଘବ ସେପ୍ଟେମ୍ବର 23 ରେ ୱେଲକମ୍ ଲଂଚ ସହିତ ବିବାହ ଉତ୍ସବ ଆରମ୍ଭ କରିବେ । ଆସନ୍ତୁ ଜାଣିବା ଉଭୟଙ୍କ ପାଖରେ କେତେ ସମ୍ପତ୍ତି ଅଛି ।
ଆମେ ଆପଣଙ୍କୁ କହିରଖୁଛୁ ଯେ ରାଘବ ଚଢା ଆମ୍ ଆଦମୀ ପାର୍ଟିର ଯୁବ ଚେହେରା ହୋଇଥିବାବେଳେ ପରିଣୀତି ଚୋପ୍ରା ବଲିଉଡର ଜଣେ ସଫଳ ଅଭିନେତ୍ରୀ ଅଟନ୍ତି। ଦୀର୍ଘ ଦିନର ଅପେକ୍ଷା କରିବା ପରେ 13 ମେ 2023 ରେ ଦୁହେଁ ଦିଲ୍ଲୀର କାପୁରଥାଲା ହାଉସରେ ଏକ ବ୍ୟକ୍ତିଗତ ସମାରୋହରେ ନିର୍ବନ୍ଧ କରିଥିଲେ । ଯେଉଁଥିରେ ତାଙ୍କ ପରିବାର ସଦସ୍ୟ ଏବଂ ରାଜନୈତିକ ଜଗତ ସହିତ ଜଡିତ କିଛି ଲୋକ ଅଂଶଗ୍ରହଣ କରିଥିଲେ । ବର୍ତ୍ତମାନ ଉଭୟ ପରିବାରରେ ବିବାହ ପ୍ରସ୍ତୁତି ଚାଲିଛି।
ରାଘବ ଚଢା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ
ଉଲ୍ଲେଖନୀୟ ଯେ, ରାଘବ ଚଢା ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ। ରାଘବ ଚଢା ହେଉଛନ୍ତି ଆପର ସବୁଠାରୁ କମ୍ ବୟସ୍କ ସାଂସଦ । 2012 ମସିହାରେ, ସେ ଆମ୍ ଆଦମୀ ପାର୍ଟି (AAP) ରେ ଯୋଗ ଦେଇ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ଏହା ସହିତ ସେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ମଧ୍ୟ ଅଟନ୍ତି । ତାଙ୍କ ପାଖରେ ୫୦ ଲକ୍ଷ ଟଙ୍କାର ନେଟ୍ କ୍ୟାସ୍ ଥିବା ରାଘବ ଚଢା ନିଜ ଦସ୍ତାବିଜରେ ଦର୍ଶାଇଛନ୍ତି । ଏହା ସହ ତାଙ୍କ ପାଖରେ ମାରୁତି ସ୍ୱିଫ୍ଟ ଡିଜାୟାର କାର ଓ ୩୭ ଲକ୍ଷ ଟଙ୍କାର ଏକ ଘର । ଏହାସହ ତାଙ୍କ ପାଖରେ ୫ଲକ୍ଷ ଟଙ୍କାର ସୁନା ଥିବାର ସେ ଔପଚାରିକ ଭାବେ ଦର୍ଶାଇଛନ୍ତି ।