ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଲଣ୍ଡନରେ ଭ୍ୟାକେସନକୁ ଉପଭୋଗ କରୁଛନ୍ତି । ଏଥିସହ ସେଠାରେ ଏହି ଦମ୍ପତି ପ୍ରଥମ ଥର ପାଇଁ ନୂଆ ବର୍ଷକୁ ଏକାଠି ସ୍ବାଗତ କରିଛନ୍ତି । ସୋସିଆଲ ମିଡିଆରେ ନୂଆ ବର୍ଷ ପାଳନର ଝଲକ ଦେଖାଇଛନ୍ତି ପରିଣୀତି ଏବଂ ଫ୍ୟାନ୍ସଙ୍କୁ ମଧ୍ୟ ନୂଆ ବର୍ଷର ଶୁଭକାମନା ଜଣାଇଛନ୍ତି ।
ପରିଣୀତି ଚୋପ୍ରା ଏବଂ ରାଘବ ଚଢା ନିଜ ଇନଷ୍ଟାଗ୍ରାମରେ ଅନେକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ପରିଣୀତି ରାଘବଙ୍କ ସହ ମସ୍ତି କରୁଥିବା ନଜର ଆସିଛନ୍ତି । ୨ୟ ଫଟୋରେ ଉଭୟ ରୋମାଣ୍ଟିକ ପେଜ ଦେଇଥିବା ନଜର ଆସିଛନ୍ତି । ଆଉ ଏକ ଫଟୋରେ ରାଘବଙ୍କ କୋଳରେ ପରିଣୀତି ବସିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ପରିଣୀତି ଲେଖିଛନ୍ତି, ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ମୋ ଲଭ୍ ସହ ଚୁପଚାପ୍ ବିତାଇଲି । ହଗ୍ କରିବା, ଚକୋଲେଟ ଖାଇବା ଅନେକ କିଛି ବହୁତ ସାନଦାର ରହିଥିଲା । ସେହିପରି ରାଘବ ଲେଖିଛନ୍ତି, ସେ ମୋତେ 'ସାଣ୍ଚା' ବେଲି କୁହନ୍ତି, ହେଲେ ମୋତେ ସେ ସବୁଠାରୁ ସାନଦାର ଉପହାର ଭାବେ ମିଳିଛନ୍ତି । ସମସ୍ତଙ୍କୁ ନୂଆ ବର୍ଷର ଅନେକ ଅନେକ ଶୁଭେଚ୍ଛା ।
ସୂଚନା ଥାଉ କି, ମେ ୧୩, ୨୦୨୪ରେ ନିର୍ବନ୍ଧ ପରେ ସେପ୍ଟେମ୍ବର ୨୪, ୨୦୨୩ରେ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ବିବାହ ହୋଇଥିଲା । ଖୁବ ଧୁମଧାମରେ ଏହି ଦମ୍ପତି ରାଜସ୍ଥାନର ଉଦୟପୁରରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏହି ଦମ୍ପତି ସେଠାରେ ସେମାନଙ୍କର ହଲଦୀ, ସଂଗୀତ ଏବଂ ମେହେନ୍ଦୀ ସମାରୋହ ମଧ୍ୟ କରିଥିଲେ । ସେ ସେଠାରେ ତାଙ୍କ ପାଇଁ ଏକ ରିସେପ୍ସନ୍ ମଧ୍ୟ ଆୟୋଜନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ପାରୁ ତମେ ମୋ ଜୀବନରେ ଆଲୋକ ଭରି ଦେଇଛ, ଏପରି ଶୁଭେଚ୍ଛା ଜଣାଇଲେ ରାଘବ
ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ, ପରିଣୀତି ଚୋପ୍ରାଙ୍କୁ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ମିଶନ ରାନିଗଞ୍ଜ'ରେ ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ଏକ ଫ୍ଲପ୍ ଥିଲା । ବର୍ତ୍ତମାନ ତାଙ୍କୁ ଚମକିଲାରେ ଦେଖିବାକୁ ମିଳିବ । ବିବାହ ପୂର୍ବରୁ ଦିଲଜିତ ଦୋସାଞ୍ଜଙ୍କ ସହ ଇମତିଆଜ ଅଲିଙ୍କ 'ଚମକିଲା'ର ସୁଟିଂ ଶେଷ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକ ବାୟୋପିକ୍ ଯାହା ପଞ୍ଜାବୀ ଗାୟକ ଅମର ସିଂ ଚମକିଲା ଏବଂ ତାଙ୍କ ପତ୍ନୀ ଅମରଜୋତ ଚମକିଲାଙ୍କ ଜୀବନ କାହାଣୀ ଉପରେ ଆଧାରିତ । ପରିଣୀତି ଏହି ଫିଲ୍ମ ପାଇଁ ୧୫ କିଲୋ ଓଜନ ବଢ଼ାଇଥିଲେ ।