ଓଡିଶା

odisha

ETV Bharat / entertainment

ସ୍ବାମୀଙ୍କୁ ଛାଡି ମାଳଦ୍ବୀପରେ ଛୁଟି କାଟୁଛନ୍ତି ପରିଣୀତି, ଫଟୋ ସେୟାର କରି କହିଲେ ଏମିତି - Parineeti Chopra Raghav Chadha

ବିବାହ ପରେ ସ୍ବାମୀ ରାଘବ ଚଢାଙ୍କ ବିନା ଭ୍ୟାକସନରେ ଯାଇଛନ୍ତି ପରିଣୀତି ଚୋପ୍ରା । ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଛୁଟିଦିନର ଝଲକ ସେୟାର କରିଛନ୍ତି । ଅଧିକ ପଢନ୍ତୁ,

ରାଘବଙ୍କ ବିନା ଭ୍ୟାକସନରେ ପରିଣୀତି ଚୋପ୍ରା, ଫଟୋ ସେୟାର କରି କହିଲେ ଏହା
ରାଘବଙ୍କ ବିନା ଭ୍ୟାକସନରେ ପରିଣୀତି ଚୋପ୍ରା, ଫଟୋ ସେୟାର କରି କହିଲେ ଏହା

By ETV Bharat Odisha Team

Published : Oct 16, 2023, 6:01 PM IST

ହାଇଦ୍ରାବାଦ:ସେପ୍ଟେମ୍ବର ୨୪ରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ନେତା ରାଘବ ଚଢାଙ୍କ ବିବାହ ହୋଇଥିଲା । ଖୁବ ଧୁମଧାମରେ ପରିବାର, ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଥିଲେ । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିବାହ ପରେ ଉଭୟଙ୍କ ହନିମୁନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀ ମାଳଦ୍ବୀପରେ ଛୁଟି ଦିନ ବିତାଉଛନ୍ତି । ଯାହାର ସେ ଝଲକ ସୋସିଆଲ ମିଡିଆରେ ଦେଖାଇଛନ୍ତି ।

ପରିଣୀତି ଚୋପ୍ରାଙ୍କ ପୋଷ୍ଟ

ପରିଣୀତି ଚୋପ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମୁଦ୍ର ନିକଟରେ ସମୟ ଅତିବାହିତ କରୁଥିବା ନଜର ଆସିଛନ୍ତି । ପରିଣୀତି ଚୋପ୍ରା ସୋର କରିଥିବା ପ୍ରଥମ ଫଟୋରେ ମାଲଦ୍ବୀପ ସ୍ଥାନର ଫଟୋ ସେୟାର କରିଥିବା ବେଳେ ଅନ୍ୟଟିରେ ସେ ତାଙ୍କ ହାତରେ କଫି ଧରିଥିବା ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି, 'ମୁଁ ମୋର ହନିମୁନ୍‌ରେ ନାହିଁ, ଏହା ଏକ ଗାର୍ଲ ଟ୍ରିପ୍ ।'

ପରିଣୀତି ଚୋପ୍ରାଙ୍କ ପୋଷ୍ଟ

ପ୍ରକାଶିତ ରିପୋର୍ଟ ଅନୁସାରେ, ଉଦୟପୁରରେ ଧୁମଧାମରେ ପରିଣୀତି ରାଘବଙ୍କ ବିବାହ ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ହୋଇଥାନ୍ତା । ହେଲେ ରିସେପ୍ସନ ବାତିଲ କରାଯାଇଛି । ଏଥିସହ ଏହି ଦମ୍ପତିଙ୍କ ହନିମୁନ ଯୋଜନା ମଧ୍ୟ ବାତିଲ କରାଯାଇଛି । ଖବର ଅନୁଯାୟୀ, ଦମ୍ପତିଙ୍କ ହନିମୁନ୍ ବାତିଲ ହେବାର କାରଣ ହେଉଛି ସଂସଦର ଶୀତକାଳୀନ ଅଧିବେଶନ ହେତୁ ରାଘବ ଚଢା ବ୍ୟସ୍ତ ରହିବାକୁ ଯାଉଛନ୍ତି । ରାଘବ ଚଢା ତାଙ୍କ ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି ପାଇଁ ଆସନ୍ତା 2024 ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଣୁ ବର୍ତ୍ତମାନ ପରିଣୀତି ନିଜ ଗାର୍ଲ ଗ୍ୟାଙ୍ଗ ସହ ଭ୍ୟାକସନରେ ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:O Piya Song: ବିବାହ ପରେ ରାଘବ ଚଢାଙ୍କୁ ଖାସ୍‌ ଉପହାର ଦେଲେ ପରିଣୀତି

ସୂଚନା ଥାଉ କି, ବିବାହ ପରେ ଅଭିନେତ୍ରୀଙ୍କୁ ଅନେକ ଥର ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଏଥିସହ ନିକଟରେ ଲାକମୀ ପ୍ୟାସନ ୱିକ ୨୦୨୩ରେ ସାମିଲ ହୋଇଥିଲେ ପରିଣୀତି । ଏହି ସମୟରେ ଅଭିନେତ୍ରୀ ରାମ୍ପ ୱାର୍କରେ ପାରମ୍ପରିକ ଶାଝୀ ଲୁକରେ ନଜର ଆସିଥିଲେ । ବିବାହ ପରେ ପ୍ରଥମ ଥର ପାଇଁ ସେ ଫ୍ୟାଶନ ଶୋରେ ନଜର ଆସିଥିଲେ । ଶାଢୀ ସହ ପରିଣୀତି ମଥାରେ ସିନ୍ଦୂର ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଏହି ଫଟୋକୁ ଅନେକ ପସନ୍ଦ କରିବା ସହ ଅଭିନେତ୍ରୀଙ୍କ ଏହି ଲୁକର ପ୍ରଶଂସା କରିଥିଲେ ।

ABOUT THE AUTHOR

...view details