ଜୟପୁର(ରାଜସ୍ଥାନ):ବାଜିବ ସାହାନାଇ, ପଡିବ ହାତଗଣ୍ଠି । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା । ବିବାହ ପାଇଁ ଦୁହେଁ ଆଜି (ସେପ୍ଟେମ୍ବର 22) ଉଦୟପୁରରେ ପହଞ୍ଚିଛନ୍ତି। ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଅଛନ୍ତି । ଉଭୟ ପରିଣୀତି ଏବଂ ରାଘବ ଅଲଗା ଅଲଗା ହୋଟେଲରେ ରହିବେ । ଏହି ରାଜକୀୟ ବିବାହରେ ଦେଶର ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଅତିଥି ଭାବେ ଯୋଗଦେବେ । ପରିଣୀତି ଉଦୟପୁରର ସୁନ୍ଦର ଲୀଲା ପ୍ୟାଲେସରେ ରହିବେ, ରାଘବ ଏବଂ ତାଙ୍କ ପରିବାର ଉଦୟପୁର ସ୍ଥିତ ତାଜ ଲେକ୍ ପ୍ୟାଲେସରେ ରହିବେ । ଏହି ରାଜକୀୟ ବିବାହ ପାଇଁ ପ୍ରସ୍ତୁତି ପ୍ରାୟ ସଂପୂର୍ଣ୍ଣ ହୋଇଛି । ଉଦୟପୁରର ଲୀଲା ପ୍ୟାଲେସକୁ ବହୁତ ସୁନ୍ଦର ଭାବେ ସଜାଯାଇଛି । ଯାହାର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପରିଣୀତି ଏବଂ ରାଘବ ଉଦୟପୁର ବିମାନବନ୍ଦରରେ ପହଞ୍ଚିଲେ:
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଆଜି ଉଦୟପୁରରେ ପହଞ୍ଚିଛନ୍ତି । ସେମାନଙ୍କୁ ଡବୋକ ବିମାନବନ୍ଦରରେ ସ୍ୱାଗତ କରାଯାଇଛି । ସେଠାରୁ ଉଦୟପୁରର ମହାରଣା ପ୍ରତାପ ଡବୋକ ବିମାନବନ୍ଦରରୁ ଉଭୟ ପିଛୋଲା ଲେକ୍ ପାଖରେ ପହଞ୍ଚିବେ । ଯେଉଁଠାରେ ଉଭୟ ଡଙ୍ଗା ମାଧ୍ୟମରେ ନିଜ ନିଜ ହୋଟେଲକୁ ଯିବେ । କୁହାଯାଉଛି ଯେ ପରିଣୀତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ସେପ୍ଟେମ୍ବର 23ରେ ରାଜକୀୟ ବିବାହ ଉତ୍ସବରେ ଯୋଗଦେବେ । ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି।
ଏହା ମଧ୍ୟ ପଢନ୍ତୁ: Ragneeti Weeding: ପରିଣୀତି-ରାଘବଙ୍କ ପ୍ରିୱେଡିଂ ଇଭେଣ୍ଟ୍ ଆରମ୍ଭ, ଦେଶୀ ଗାର୍ଲଙ୍କ ମା' ଆସିଲେ ନଜର
ଏହି ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଅତିଥି ଭାବରେ ଯୋଗଦେବେ:
ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ରାଜକୀୟ ବିବାହ ଉତ୍ସବରେ ଯୋଗ ଦେବେ । ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ଅଂଶଗ୍ରହଣ କରିବେ । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ମଧ୍ୟ ତାଙ୍କ ପତ୍ନୀଙ୍କ ସହ ପହଞ୍ଚିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସେପ୍ଟେମ୍ବର 24ରେ ଉଦୟପୁରକୁ ଆସିବେ ଯେଉଁଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଏକ ବିବାହ ଉତ୍ସବରେ ଯୋଗଦେବେ । କୁହାଯାଉଛି ଯେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବେ । ଏମାନଙ୍କ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରୁ 200 ଅତିଥି ଏହି ବିବାହ ଉତ୍ସବରେ ଯୋଗଦେବେ । ଯେଉଁଥିରେ ବହୁ ଜଣାଶୁଣା ରାଜନେତା, ଶିଳ୍ପପତି ଏବଂ ବହୁ ବଲିଉଡ ସେଲିବ୍ରିଟି ମଧ୍ୟ ସାମିଲ ହେବେ । ଏଥିପାଇଁ 50ରୁ ଅଧିକ ବିଳାସପୂର୍ଣ୍ଣ ଯାନ ସମେତ 120 ରୁ ଅଧିକ ବିଳାସପୂର୍ଣ୍ଣ ଟ୍ୟାକ୍ସି ବୁକ୍ କରାଯାଇଛି।
ରାଜସ୍ଥାନୀ ଗୀତ ସହିତ ସ୍ୱାଗତ:
ପରିଣୀତି ଏବଂ ରାଘବ 24 ସେପ୍ଟେମ୍ବର ଅର୍ଥାତ୍ ରବିବାର ଦିନ ପଞ୍ଜାବୀ ରୀତିନୀତି ଅନୁଯାୟୀ ରାଜ ଶୈଳୀରେ ବିବାହ କରିବେ । ପରିଣୀତି ଏବଂ ରାଘବ ସେମାନଙ୍କ ଦିନକୁ ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି । ତେଣୁ ସେ ତାଙ୍କ ବିବାହ ପାଇଁ ଉଦୟପୁରର 'ଲୀଲା ପ୍ୟାଲେସ୍' ବୁକ୍ କରିଛନ୍ତି । ଏହି ଦୁର୍ଗ ଏକ ରାଜପ୍ରାସାଦ ଠାରୁ କମ୍ ନୁହେଁ । ରାଜକୀୟ ବିବାହ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହୋଟେଲ କର୍ମଚାରୀଙ୍କ ଠାରୁ ମଧ୍ୟ କିଛି ଲିକ୍ ନହେବାକୁ ବିଶେଷ ଧ୍ୟାନ ନିଆଯାଉଛି । ଆସନ୍ତା 2 ଦିନ ଧରି କର୍ମଚାରୀମାନଙ୍କୁ କୌଣସି ପରିସ୍ଥିତିରେ ହୋଟେଲ ଭିତରେ ସ୍ମାର୍ଟଫୋନ୍ ନେବାକୁ ବାରଣ କରାଯାଇଛି ।
କଡା ସୁରକ୍ଷା ବ୍ୟବସ୍ଥା:
ରାଜକୀୟ ବିବାହ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉଦୟପୁରର ପିଛୋଲା ହ୍ରଦରେ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ହେବେ । ଅନ୍ୟପକ୍ଷରେ ଭିଆଇପିକୁ ଦୃଷ୍ଟିରେ ରଖି ରାଜସ୍ଥାନ ପୋଲିସ ମଧ୍ୟ ସତର୍କ ରହିଛି । ଏହା ବ୍ୟତୀତ ଲେକ୍ ଏବଂ ହୋଟେଲ ଚାରିପାଖରେ ଘରୋଇ ବଡିଗାର୍ଡ ମଧ୍ୟ ନିୟୋଜିତ ହେବେ । ଏଥି ସହିତ, ଯଦି ରାଜକୀୟ ବିବାହ ସମୟରେ ହୋଟେଲରୁ କିଛି ଅର୍ଡର ଆବଶ୍ୟକ ହୁଏ, ତେବେ ଏଥିପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଛି । ବିଶେଷକରି ହୋଟେଲ କର୍ମଚାରୀ ଏବଂ ସେଠାରେ ଥିବା କର୍ମଚାରୀମାନଙ୍କୁ ବିବାହ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ହୋଟେଲ ଗୁଡିକରେ ପ୍ରବେଶ ପାଇଁ ଏକ ବାରକୋଡ୍ ମଧ୍ୟ ଜାରି କରାଯାଇଛି । ହୋଟେଲରେ ପ୍ରବେଶ ପାଇଁ ଅନୁମତି କେବଳ ଏହାର ସ୍କାନ ପରେ ଦିଆଯିବ । ତିନିଥର ଯାଞ୍ଚ ପରେ ଏଣ୍ଟ୍ରି ଦିଆଯିବ ।