ଜୟପୁର:ରାଜସ୍ଥାନର ଐତିହାସିକ ସହର ଉଦୟପୁର ରହିଲା ସାକ୍ଷୀ । ପରସ୍ପରକୁ ସାତ ଜନ୍ମର ସାଥୀ କଲେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢା । ରବିବାର ଧୁମଧାମରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ପରିଣୀତି ମନୀଷ ମଲହୋତ୍ରାଙ୍କ ଡିଜାଇନର ବ୍ରାଇଡାଲ ଲେହେଙ୍ଗା ପରିଧାନ କରିଥିବା ବେଳେ ତାଙ୍କୁ ମ୍ୟାଚ୍ କରି ଶେରୱାନୀ ପିନ୍ଧିଛନ୍ତି ଦୁଲହା ରାଘବ । ଦିଲ୍ଲୀରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ବେଳେ ରାଜସ୍ଥାନର ଏକ ବିଳାସମୟ ରାଜପ୍ରସାଦରେ ଘନିଷ୍ଠ ବନ୍ଧୁ ଓ ପରିବାର ବର୍ଗଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି ।
ଏବେ ଫ୍ୟାନ୍ସ କେବଳ ଦୁଲହା ଦୁଲହନଙ୍କ ପ୍ରଥମ ଫଟୋକୁ ଅପେକ୍ଷା କରିଛନ୍ତି । ଗତକାଲିଠୁ ବିବାହ ରୀତିନୀତି ଆରମ୍ଭ ହୋଇଥିବା ବେଳେ ପରିଣୀତିଙ୍କ ମେହେନ୍ଦୀ ଓ ସଙ୍ଗୀତ ସେରିମନିର କିଛି ଫଟୋ ସାମ୍ନାକୁ ଆସିଛି । ମେହେନ୍ଦୀ ଲାଗି ପରିଣୀତି ଏକ ନୀଳ ରଙ୍ଗର କୁର୍ତ୍ତୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଏହାସହିତ ସେ ରାଜସ୍ଥାନୀ ଚୋକର ପିନ୍ଧିଛନ୍ତି । ସେପଟେ ପରିଣୀତିଙ୍କ ଘନିଷ୍ଠ ବନ୍ଧୁ ଟେନିସ ତାରକା ସାନିଆ ମିର୍ଜା ମଧ୍ୟ ଏହି ବିବାହ ଉତ୍ସବରେ ସାମିଲ ହୋଇଛନ୍ତି । ସାନିଆ ୱେଡିଂ ସେରିମନିରେ ଯୋଗ ଦେବା ପୂର୍ବରୁ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହା ବି ପଢନ୍ତୁ- Ragneeti Wedding: 18ଟି ନୌକାରେ ବରଯାତ୍ରୀଙ୍କୁ ନେଇ ଲୀଲା ପ୍ୟାଲେସକୁ ଆସିଲେ ରାଘବ