ହାଇଦ୍ରାବାଦ: ବିବାହ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରା ପରିଣୀତି ଚୋପ୍ରା ଏବଂ ଆପ ସାସଂଦ ରାଘବ ଚଢା । ଖୁବଶୀଘ୍ର ପଡିପାରେ ପରିଣୀତି ଏବଂ ରାଘବଙ୍କ ହାତଗଣ୍ଠି ବୋଲି ଚର୍ଚ୍ଚା ହେଉଛି । ଅନେକ ଥର ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ଉଭୟଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଦେଖିବାକୁ ମିଳିଛି । ଏନେଇ ଉଭୟ କୌଣସି ଘୋଷଣା କରିନଥିବା ବେଳେ କିନ୍ତୁ ଉଭୟଙ୍କ ବିବାହକୁ ନେଇ ଏବେ ଆଲୋଚନା ଜୋର ଧରିଛି ।
ଗତ ବୁଧବାର ଦିନ ଦିଲ୍ଲୀ ଯାଇଥିବା ପରିଣୀତି ରବିବାର ସକାଳେ ରାଘବଙ୍କ ସହ ଫେରିଥିବା ଦେଖିବାକୁ ମିଳିଛି । ମୁମ୍ବାଇ ବିମାନବନ୍ଦରରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ ଉଭୟ ପାପରାଜିଙ୍କୁ ଦେଖି ହସୁଥିବାର ନଜର ଆସିଥିଲେ । ପରିଣୀତି ଏବଂ ରାଘବ ଏପର୍ଯ୍ୟନ୍ତ ସେମାନଙ୍କ ଗୁଜବ ବିବାହର ଖବରକୁ ନିଶ୍ଚିତ କରିନାହାଁନ୍ତି କିନ୍ତୁ ଏହି ଯୋଡି ଏକାଠି ନଜର ଆସିବାକୁ ପଛାଉ ନାହାଁନ୍ତି । ଯାହାର ଭିଡିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଏହି ସମୟରେ ଅଭିନେତ୍ରୀ ବ୍ଲାକ ଟି-ସାର୍ଟ ଏବଂ ବ୍ଲୁ ଜିନ୍ସ ସହ ବ୍ଲାକ କୋର୍ଟ, ଗଗଲ୍ସରେ ନଜର ଆସିଥିବା ବେଳେ ରାଘବଙ୍କୁ ବ୍ଲୁ ଜିନ୍ସ ସହ କ୍ରିମ ରଙ୍ଗର ସାର୍ଟରେ ଦେଖିବାକୁ ମିଳିଥିଲା । ତେବେ ଉଭୟ ନିଜ ସିମ୍ପୁଲ ଲୁକରେ ଖୁବ ସୁନ୍ଦର ଦେଖାଯିବା ସହ ପାପାରାଜିକୁ ଦେଖି ହସୁଥିବାର ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରେ ପରିଣୀତି ଏବଂ ରାଘବଙ୍କ ଏକାଠି ଫଟୋ କ୍ଲିକ୍ କରିଥିଲେ ପାପାରାଜି । ଏହାରି ମଧ୍ୟରେ ପରିଣୀତି ପ୍ରଶଂସକଙ୍କ ସହ ସେଲଫି କ୍ଲିକ୍ କରିବା ଠାରୁ ଦୂରେଇ ରହିଥିଲେ ମଧ୍ୟ ରାଘବଙ୍କ ସହ ପରିଣୀତି କାରରେ ବସିଥିବା ବେଳେ କୌଣସି ପ୍ରକାରେ ଜଣେ ଯୁବତୀ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇବାରେ ସଫଳ ହୋଇଥିଲେ ।