ଓଡିଶା

odisha

ETV Bharat / entertainment

Chamkila: ଚମକିଲାର ଟିଜର ରିଲିଜ୍, ନୂଆ ଲୁକରେ ପଞ୍ଜାବୀ ତାରକା ଦିଲଜିତ୍ ଦୋସାଞ୍ଜ

ପରିଣୀତି ଚୋପ୍ରା ଏବଂ ଦିଲଜିତ ଦୋସାଞ୍ଜଙ୍କ ଆଗାମୀ ଚଳଚ୍ଚିତ୍ର 'ଅମର ସିଂ ଚମକିଲା'ର ଟିଜର ରିଲିଜ । ଟିଜରରେ ନୂଆ ଲୁକରେ ଦିଲଜିତଙ୍କୁ ଦେଖିବାକୁ ମିଳିଛି । 2024 ରେ OTTରେ ଷ୍ଟ୍ରିମିଂ ହେବ । ଏଧିକ ପଢନ୍ତୁ

'ଚମକିଲା'ର ଟିଜର ରିଲିଜ୍, ନୂଆ ଲୁକରେ ନଜର ଆସିଲେ ପଞ୍ଜାବୀ ତାରକା ଦିଲଜିତ୍ ଦୋସାଞ୍ଜ
'ଚମକିଲା'ର ଟିଜର ରିଲିଜ୍, ନୂଆ ଲୁକରେ ନଜର ଆସିଲେ ପଞ୍ଜାବୀ ତାରକା ଦିଲଜିତ୍ ଦୋସାଞ୍ଜ

By

Published : May 31, 2023, 7:51 AM IST

ମୁମ୍ବାଇ: 'ଅମର ସିଂ ଚମକିଲା'ର ଟିଜର ରିଲିଜ୍ କରିଛନ୍ତି ନିର୍ମାତା । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ଦିଲଜିତ୍ ରିଲିଜ୍ ହୋଇଥିବା ଟିଜରରେ ଏକ ନୂଆ ଲୁକରେ ନଜର ଆସିଛନ୍ତି । ଫିଲ୍ମ ଓଟିଟିରେ ରିଲିଜ ହେବା ନେଇ ମଧ୍ୟ ନିର୍ମାତା ସୂଚନା ଦେଇଛନ୍ତି । ସୋସିଆଲ ମିଡିଆରେ ଟିଜର ରିଲିଜ ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି ।

ନିର୍ମାତା ଟିଜର ରିଲିଜ କରି କ୍ୟାପସନରେ ଲେଖିଛନ୍ତି, 'ଯେଉଁ ନାମ ବର୍ଷ ବର୍ଷ ଧରି ଆପଣଙ୍କ ହୃଦୟ ଏବଂ ମନରେ ଛାଇ ହୋଇଆସୁଛି, ତାହା ବର୍ତ୍ତମାନ ଆପଣଙ୍କ ସାମ୍ନାକୁ ଆସିଛି । ପଞ୍ଜାବର ସର୍ବୋତ୍ତମ କଳାକାର ଅମର ସିଂ ଚମକିଲାଙ୍କ ଅବିସ୍ମରଣୀୟ କାହାଣୀ ଦେଖନ୍ତୁ। କେବଳ ନେଟଫ୍ଲିକ୍ସରେ ଆସୁଛି । 2024 ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ 'ଅମର ସିଂ ଚମକିଲା' ଷ୍ଟ୍ରିମିଂ ହେବ । ଚମକିଲାର ଟିଜରରେ ଦିଲଜିତଙ୍କୁ ବିନା ପଗଡିରେ ଦେଖିବାକୁ ମିଳିଛି । ସେ ୱିଗ୍ ପିନ୍ଧିଥିବାର ନଜର ଆସିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ପଞ୍ଜାବର ସବୁଠାରୁ ଅଧିକା ରେକର୍ଡ ବିକ୍ରୟ କଳାକାର ଅମର ସିଂ ଚମକିଲା ଭୂମିକାରେ ଅଭିନୟ କରିଛନ୍ତି । ପରିଣୀତି ଚୋପ୍ରାଙ୍କୁ ତାଙ୍କ ସାଥୀ ଅମରଜିତ କୌର ଭାବରେ ଦେଖିବାକୁ ମିଳିବ ।

ଏହି ଫିଲ୍ମ ବିଷୟରେ ଦିଲଜିତ ଦୋସାଞ୍ଜ କହିଛନ୍ତି, 'ଅମର ସିଂ ଚମକିଲାଙ୍କ ଚରିତ୍ରରେ ଅଭିନୟ କରିବା ମୋ ଜୀବନର ସବୁଠାରୁ ଚ୍ୟାଲେଞ୍ଜିଂ ଅନୁଭୂତି ଅଟେ । ଅନ୍ୟ ଏକ ରୋମାଞ୍ଚକର କାହାଣୀ ସହ ନେଟଫ୍ଲିକ୍ସରେ ଫେରିବାକୁ ମୁଁ ଉତ୍ସାହିତ । ପରିଣୀତି ଏବଂ ପୁରା ଟିମ ବହୁତ ଭଲ କାମ କରିଥିଲେ । ସମସ୍ତେ ଏହି ସୁନ୍ଦର କାହାଣୀକୁ ଜୀବନ୍ତ କରିବାକୁ ବହୁ ପରିଶ୍ରମ କରିଛନ୍ତି । ଫିଲ୍ମରେ ରେହମାନ ସାରଙ୍କ ଗୀତ ଗାଇବା ଏକ ଭିନ୍ନ ଅନୁଭୂତି ଥିଲା । ମୁଁ ଆଶା କରୁଛି ଯେ ମୁଁ ତାଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଛି । ଏହି ଭୂମିକା ପାଇଁ ମୋତେ ବିଶ୍ୱାସ କରିଥିବାରୁ ଇମତିଆଜ ପାଜିଙ୍କୁ ଧନ୍ୟବାଦ ।

ସେପଟେ ପରିଣୀତି ଫିଲ୍ମକୁ ନେଇ କହିଛନ୍ତି ଯେ, ଏହି ଫିଲ୍ମରେ ଅମରଜିତ ଚମକିଲାଙ୍କ ଗାୟକ ସାଥୀ ଏବଂ ପତ୍ନୀ ଭୂମିକାରେ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ଏହି ସୁଯୋଗ ପାଇଁ ମୁଁ ଇମତିଆଜ୍ ସାରଙ୍କ ପାଖରେ ପ୍ରକୃତରେ କୃତଜ୍ଞ। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲଜିତଙ୍କ ସହ ସ୍କ୍ରିନ୍ ଅଂଶୀଦାର କରିବା ମୋ ପାଇଁ ଏକ ଅମୂଲ୍ୟ ଅନୁଭୂତି । ଗୀତ ଗାଇବା ମୋ ପାଇଁ ଏକ ଉତ୍ସାହ। କିମ୍ବଦନ୍ତୀ ଏ ଆର୍ ରେହମାନଙ୍କ ସହ ସହଯୋଗ କରିବା ଏକ ବହୁ ପ୍ରତୀକ୍ଷିତ ସ୍ୱପ୍ନ ପରି ମନେହୁଏ । ମୁଁ ନିଶ୍ଚିତ ଯେ ଆମର ଫିଲ୍ମ ପ୍ରତ୍ୟେକଙ୍କ ହୃଦୟକୁ ସ୍ପର୍ଶ କରିବ, ଯାହାଫଳରେ ସମଗ୍ର ବିଶ୍ୱରେ ପ୍ରଶଂସକଙ୍କ ପାଇଁ ଚମକିଲାଙ୍କ କାହାଣୀ ପ୍ରେରଣାଦାୟକ ହେବ ।'

ଏହି ଚଳଚ୍ଚିତ୍ର ପଞ୍ଜାବର ରକଷ୍ଟାର ଅମର ସିଂ ଚମକିଲାଙ୍କ ସତ୍ୟ କାହାଣୀ ଉପରେ ଆଧାରିତ । ଅମର ସିଂ 80 ଦଶକରେ ଦାରିଦ୍ର୍ୟର ଛାୟାରୁ ବାହାରି ନିଜ ସଙ୍ଗୀତରେ ଲୋକପ୍ରିୟତା ସହ ସଫଳତା ହାସଲ କରିଥିଲେ । ତେବେ ଏହି ସମୟରେ ତାଙ୍କୁ ମଧ୍ୟ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଥିଲା । ଯେଉଁ କାରଣରୁ ତାଙ୍କୁ 27 ବର୍ଷ ବୟସରେ ହତ୍ୟା କରାଯାଇଥିଲା । ତାଙ୍କ ସମୟର ସର୍ବାଧିକ ରେକର୍ଡ ବିକ୍ରୟ କଳାକାର ଚମକିଲା ପଞ୍ଜାବର ସର୍ବୋତ୍ତମ ଲାଇଭ୍ ଷ୍ଟେଜ୍ ଅଭିନେତା ଭାବରେ ପରିଗଣିତ ହୁଅନ୍ତି ।

ABOUT THE AUTHOR

...view details