ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ମାସ (ସେପ୍ଟେମ୍ବର)ରେ ଏହି କପଲ ବିବାହ କରିବାକୁ ଯାଉଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଏହି କପଲଙ୍କ ରିସେପ୍ସନ୍ ନିମନ୍ତ୍ରଣ କାର୍ଡ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ବିବାହ ରିସିପ୍ସନର ତାରିଖ ଏବଂ ସ୍ଥାନ ଲେଖାଥିବା ଦେଖିବାକୁ ମିଳିଛି ।
ପରିଣୀତି ରାଘବଙ୍କ ବିବାହ ରିସେପ୍ସନ୍ ନିମନ୍ତ୍ରଣ କାର୍ଡ ଭାଇରାଲ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କାର୍ଡରେ ଲେଖା ଅଛି- 'ଆଶୀର୍ବାଦ ସହ ଶ୍ରୀ ପି.ଏନ୍ ଚଢା ଏବଂ ବିମଲା ଚଢା, ଶ୍ରୀମତୀ ଉଷା ଏବଂ ଶ୍ରୀ ସଚ୍ଚଦେବ, ଅଲକା ଏବଂ ସୁନୀଲ ଚଢା ପୁଅ ରାଘବ ଏବଂ ପରିଣୀତିଙ୍କ ରିସେପ୍ସନ୍ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କରୁଛୁ।' ରିସେପ୍ସନ୍ ତାରିଖ କାର୍ଡରେ 30 ସେପ୍ଟେମ୍ବର ଲେଖାଯାଇଥିବା ବେଳେ ସ୍ଥାନଟି ତାଜ୍ ଚଣ୍ଡିଗଡ଼ ବୋଲି ଲେଖାଯାଇଛି ।
ସୂଚନା ଥାଉ କି, ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର୍ଡ ଭାଇରାଲ ହେବା ପରେ ପରିଣୀତି ଚୋପ୍ରା କିମ୍ବା ରାଘବ ଚଢାଙ୍କ ଦ୍ୱାରା କୌଣସି ଅଫିସିଆଲ୍ ଘୋଷଣା କରିନାହାନ୍ତି। ଦୀର୍ଘ ଦିନ ଧରି ରାଜସ୍ଥାନରେ ଏହି କପଲ ବିବାହ କରିବେ ବୋଲି ଖବର ଆସିଛି। 23 ଓ 24 ସେପ୍ଟେମ୍ବରରେ ପଞ୍ଜାବୀ ରୀତିନୀତି ଅନୁଯାୟୀ ରାଘବ ଏବଂ ପରିଣୀତି ବିବାହ କରିବେ । ତେବେ ଏହି ଲଭବାର୍ଡଙ୍କ ହାଇପ୍ରୋଫାଇଲ ବିବାହ କାର୍ଯ୍ୟକ୍ରମରେ ରାଜନୀତି, କ୍ରୀଡ଼ା ଏବଂ ମନୋରଞ୍ଜନ ସହ ଜଡ଼ିତ ବ୍ୟକ୍ତିବିଶେଷ ଯୋଗ ଦେବେ ବୋଲି ଜଣାପଡିଛି । ଏଥିପାଇଁ ସମସ୍ତ ଅତିଥି ଉଦୟପୁରରେ ପହଞ୍ଚିବେ । ଏଥିସହିତ ପ୍ରିୟଙ୍କା ଚୋପ୍ରା ତାଙ୍କ ଶାଶୁ, ସ୍ୱାମୀ ନିକ୍ ଜୋନାସ ଏବଂ ଝିଅ ମାଲତି ମେରି ଚୋପ୍ରା ଜୋନାସଙ୍କ ସହ ଆମେରିକାରୁ ଭାରତ ଆସିବେ । କୁହାଯାଉଛି ଯେ ଏହି ବିବାହ କଡ଼ା ସୁରକ୍ଷା ମଧ୍ୟରେ ହେବ ଏବଂ ବିବାହ ଉତ୍ସବକୁ ମୋବାଇଲ୍ ଫୋନ୍ ନେବାକୁ ଅନୁମତି ଦିଆଯିବ ନାହିଁ ।
ଏହା ମଧ୍ୟ ପଢନ୍ତୁ:ରାଜକୀୟ ଶୈଳୀରେ ବିବାହ କରିବେ ରାଘବ-ପରିଣୀତି, ଏହି ଦିନ ପଡିବ ହାତଗଣ୍ଠି
ପ୍ରକାଶ ଥାଉ କି, ଦୀର୍ଘ ଦିନର ଡେଟିଂ ପରେ ମେ' 13ରେ ଏହି ଲଭବାର୍ଡ ନିର୍ବନ୍ଧ କରିଥିଲେ । ନୂଆଦିଲ୍ଲୀର କପୁରଥାଲା ହାଉସରେ ପରିବାର ଏବଂ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି କପଲଙ୍କ ନିର୍ବନ୍ଧ ହୋଇଥିଲା । ଏହାପରେ ରାଘବ ଏବଂ ପରିଣୀତି ଉଦୟପୁରରେ ବିବାହ ସ୍ଥାନ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ରାଘବ ଏବଂ ପରିଣୀତି ବିମାନବନ୍ଦରରେ ପ୍ରାୟତଃ ଏକାଠି ନଜର ଆସିଥିଲେ ।