ଓଡିଶା

odisha

Parineeti And Raghav Weeding: ରାଜସ୍ଥାନରେ ପରିଣୀତି-ରାଘବଙ୍କ ବିବାହ !

By

Published : May 28, 2023, 7:39 PM IST

ନିର୍ବନ୍ଧ ପରେ ବିବାହକୁ ନେଇ ଚର୍ଚ୍ଚାରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା । ଉଭୟ ବିବାହ ପାଇଁ ଏବେ ଡେଷ୍ଟିନେସନ ଖୋଜୁଛନ୍ତି । ନିକଟରେ କିଶାନଗଡରେ ଏହି ଦୁଇ ଜଣଙ୍କୁ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ରାଜସ୍ଥାନରେ ପରିଣୀତି-ରାଘବଙ୍କ ବିବାହ!
ରାଜସ୍ଥାନରେ ପରିଣୀତି-ରାଘବଙ୍କ ବିବାହ!

ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢାଙ୍କ ମେ' 13ରେ ଦିଲ୍ଲୀରେ ନିର୍ବନ୍ଧ ହୋଇଥିଲା । ବର୍ତ୍ତମାନ ନିର୍ବନ୍ଧ ପରେ ଏହି କପଲ ବିବାହକୁ ନେଇ ଶିରୋନାମାରେ ରହିଛନ୍ତି । ବର୍ତ୍ତମାନ ଏହି କପଲ୍‌ଙ୍କ ବିବାହ ସମ୍ପର୍କିତ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ରାଜସ୍ଥାନରେ ଏହି କପଲ୍‌ ବିବାହ କରିବେ ବୋଲି କୁହାଯାଉଛି । ପରିଣୀତି ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ପରି ରାଜସ୍ଥାନରେ ବିବାହ କରିବାକୁ ଚାହୁଁଛନ୍ତି । ବିବାହ ପାଇଁ ସର୍ବୋତ୍ତମ ସ୍ଥାନ ଖୋଜି ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ରାଜସ୍ଥାନର ଉଦୟପୁରରେ ନଜର ଆସିଥିଲେ । ଏଥି ସହିତ କଡ଼ା ସୁରକ୍ଷା ମଧ୍ୟରେ ଏହି ଦମ୍ପତି ଏବେ କିଶାନଗଡ଼ରେ ପହଞ୍ଚିଛନ୍ତି । ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ ନେତା ରାଘବ ଚଢା ଫଟୋଗୁଡ଼ିକରେ ପରିଣୀତି ଏକ ହ୍ବାଇଟ୍‌ ରଙ୍ଗର କୁର୍ତ୍ତା ଏବଂ ପ୍ଲାଜୋ ପ୍ୟାଣ୍ଟ୍‌ ପିନ୍ଧିଥିବାର ନଜର ଆସିଛନ୍ତି । ସେହିପରି ରାଘବ ମଧ୍ୟ ଏକ ହ୍ବାଇଟ କୁର୍ତ୍ତା ଏବଂ ପ୍ୟାଣ୍ଟରେ ବହୁତ ସୁନ୍ଦର ଦେଖାଯାଉଥିଲେ ।

ସୂଚନାନୁସାରେ, ପରିଣୀତି ଶନିବାର ସକାଳ 9.30 ରେ ଉଦୟପୁରରେ ପହଞ୍ଚି ଲୀଲା ପ୍ୟାଲେସରେ ରହିଥିଲେ । ଏହି ସମୟରେ ତାଙ୍କ ପରିବାର ସଦସ୍ୟ ଉଦୟ ବିଳାସ ହୋଟେଲରେ ରହିଥିଲେ । ଏହି ଅଭିନେତ୍ରୀ ପର୍ଯ୍ୟଟନ ବିଭାଗର ଡେପୁଟି ଡାଇରେକ୍ଟର ଶିଖା ସକ୍ସେନାଙ୍କୁ ମଧ୍ୟ ଭେଟି ଉଦୟପୁରର ପର୍ଯ୍ୟଟନ ସ୍ଥାନ ଏବଂ ହୋଟେଲ ବିଷୟରେ ପଚାରି ବୁଝିଥିଲେ । କୁହାଯାଉଛି ଯେ ଅଭିନେତ୍ରୀ ଉଦୟପୁର କିମ୍ବା ଜୟପୁରରେ ତାଙ୍କର ରାଜକୀୟ ଢଙ୍ଗରେ ବିବାହ କରିପାରିବେ ।

ସୂଚନା ଥାଉ କି, ଗ୍ଲୋବାଲ୍‌ ଷ୍ଟାର ପ୍ରିୟଙ୍କା ଚୋପ୍ରା ରାଜସ୍ଥାନରେ ନିକ୍‌ ଜୋନାସଙ୍କୁ ବିବାହ କରିଥିଲେ । ସେମାନେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ସେମାନଙ୍କ ହାତଗଣ୍ଠି ପଡିଥିଲା । ଏହା ବ୍ୟତୀତ ସିଦ୍ଧାର୍ଥ ମାଲ୍‌ହୋତ୍ରା ଏବଂ କିଆରା ଆଡଭାନୀ, ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ପରି ସେଲିବ୍ରିଟି କପଲ୍‌ମାନେ ମଧ୍ୟ ନିଜ ବିବାହ ପାଇଁ ରାଜସ୍ଥାନକୁ ବାଛିଥିଲେ । ଏବେ ପରିଣୀତି ମଧ୍ୟ ସେଠାରେ ବିବାହ କରିବେ ବୋଲି କୁହାଯାଉଛି । ପରିଣୀତି ଏବଂ ରାଘବଙ୍କ ମେ 13ରେ ନୂଆଦିଲ୍ଲୀରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ନିର୍ବନ୍ଧ ହୋଇଥିଲା । ଏହି ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ବଡ଼ବଡ଼ ରାଜନେତା ଏବଂ ଅନେକ ବଲିଉଡ ତାରକା ସାମିଲ ହୋଇଥିଲେ ।

ପରିଣୀତିଙ୍କ ୱାର୍କ ଫ୍ରଣ୍ଟ କହିବାକୁ ଗଲେ, ପରିଣୀତି ଚୋପ୍ରାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ପରିଣୀତିଙ୍କୁ ଶେଷ ଥର ପାଇଁ ଫିଲ୍ମ 'ଉଞ୍ଚାଇ'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ବିଗ୍‌ ବି' ଅମିତାଭ ବଚ୍ଚନ, ବୋମନ ଇରାନୀ ଏବଂ ଅନୁପମ ଖେର୍‌ ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ତେବେ ଖୁବ୍‌ଶୀଘ୍ର ଇମତିଆଜ୍ ଅଲିଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚମକିଲା'ରେ ପରିଣୀତିଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦିଲଜିତ ଦୋସାଞ୍ଜଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ ।

ABOUT THE AUTHOR

...view details