ଓଡିଶା

odisha

ETV Bharat / entertainment

ବଙ୍ଗାଳି ଟିପ୍ପଣୀକୁ ନେଇ ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ, ନୋଟିସ୍‌ ଜାରି କଲା କୋଲକତା ପୋଲିସ୍‌ - ପରେଶ ରାଓ୍ଵଲ ବିବାଦୀୟ ବୟାନ

ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ । ବଙ୍ଗୀୟମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେଶଙ୍କ ଉପରେ ଭାରି ପଡିଛି । ଏନେଇ ପରେଶଙ୍କ ବିରୋଧରେ ଅଭିଯୋଗ ପରେ ଏବେ କୋଲକାତା ପୁଲିସ ତାଙ୍କୁ ନୋଟିସ୍ ଜାରି କରିଛି । ଅଧିକ ପଢନ୍ତୁ

ବଙ୍ଗାଳି ଟିପ୍ପଣୀକୁ ନେଇ ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ, ନୋଟିସ୍‌ ଜାରି କଲା କୋଲକତା ପୋଲିସ୍‌
ବଙ୍ଗାଳି ଟିପ୍ପଣୀକୁ ନେଇ ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ, ନୋଟିସ୍‌ ଜାରି କଲା କୋଲକତା ପୋଲିସ୍‌

By

Published : Dec 7, 2022, 3:22 PM IST

କୋଲକାତା: ବଢିଲା ପରେଶ ରାଓ୍ଵଲଙ୍କ ଅଡୁଆ । ନିକଟରେ ବଙ୍ଗୀୟମାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେଶଙ୍କ ଉପରେ ଭାରି ପଡିଛି । ତାଙ୍କ ବିରୋଧରେ ଅଭିଯୋଗ ପରେ ଏବେ କୋଲକାତା ପୁଲିସ ତାଙ୍କୁ ନୋଟିସ୍ ଜାରି କରିଛି । ବଙ୍ଗାଳିଙ୍କୁ ନେଇ ଦେଇଥିବା ଟିପ୍ପଣୀରେ ପରେଶ ରାଓ୍ଵଲଙ୍କୁ ଜେରା କରିବ ପୋଲିସ୍ ।

ରିପୋର୍ଟ ଅନୁଯାୟୀ, କୋଲକାତା ପୁଲିସ ପରେଶ ରାୱଲଙ୍କୁ ଡିସେମ୍ବର ୧୨ ତାରିଖରେ ହାଜର ହେବାକୁ କହିଛନ୍ତି । ଅଭିନେତାଙ୍କ ବିରୋଧରେ ପୁଲିସ ଧାରା ୪୧-କ ଜରିଆରେ ନୋଟିସ ଜାରି କରିଛି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଏହି ପ୍ରସଙ୍ଗରେ ଆଗକୁ ଆଉ କ’ଣ ଘଟୁଛି । ପରେଶ ରାୱଲ ଏକ ନିର୍ବାଚନ ରାଲିରେ ବିଜେପି ପାଇଁ ପ୍ରଚାର କରୁଥିବାବେଳେ କହିଥିଲେ ଯେ ଗୁଜୁରାଟର ଲୋକମାନେ ମୂଲ୍ୟ ବୃଦ୍ଧି ବହନ କରିବେ କିନ୍ତୁ ପଡ଼ୋଶୀ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ସହ୍ୟ କରିପାରିବେ ନାହିଁ । ଏହି ସମୟରେ ପରେଶ ବଙ୍ଗୀୟମାନଙ୍କ ମାଛ ରାନ୍ଧିବା କଥାକୁ ନେଇ ମଧ୍ୟ ଟାର୍ଗେଟ୍ କରିଥିଲେ ।

ଏହା ବି ପଢନ୍ତୁ: ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା ବୟାନ ପଡିଲା ଭାରି, ପରେଶଙ୍କ ନାଁରେ ଏତଲା

ଏହାପରେ ଚାରିଆଡୁ ତାଙ୍କୁ ଟ୍ରୋଲ କରାଯାଇଥିଲା । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟ ସଂପାଦକ ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । କମ୍ୟୁନିଷ୍ଟ ନେତା ମହମ୍ମଦ ସଲିମ ଅଭିଯୋଗ କରିଛନ୍ତି ଯେ, ଗୁଜରାଟରେ ବିଜେପିର ନିର୍ବାଚନୀ ରାଲିରେ ବଙ୍ଗାଳି ସମୁଦାୟଙ୍କ ବିରୋଧରେ ପରେଶ ଘୃଣିତ ଭାଷଣ ଦେଇଥିଲେ । ତାଙ୍କ ଅଭିଯୋଗ କ୍ରମେ ପରେଶଙ୍କ ବିରୋଧରେ କୋଲକାତା ପୋଲିସ୍ ଆଇପିସିର ବିଭିନ୍ନ ଧାରା ଆଧାରରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପରେଶ ରାଓ୍ଵଲ ନିଜ ଟିପ୍ପଣୀକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନା ପରେ କ୍ଷମା ମାଗିଥିଲେ । ସେ କହିଥିଲେ, ବଙ୍ଗାଳିଙ୍କ ସହ ମୋର ଅସନ୍ତୋଷ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କ ପାଇଁ ଥିଲା । ଯଦି ମୋ ଟିପ୍ପଣୀରେ କାହାକୁ ଆଘାତ ଲାଗିଛି ତେବେ ମୁଁ କ୍ଷମା ମାଗୁଛି । କ୍ଷମା ମାଗିବା ପରେ ମଧ୍ୟ ଅଭିନେତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ବର୍ତ୍ତମାନ ପରେଶ ରାଓ୍ଵଲଙ୍କୁ ପୋଲିସ୍ ଜେରା କରିବ ।

ABOUT THE AUTHOR

...view details