ଓଡିଶା

odisha

ଅଭିନୟରୁ ବ୍ରେକ ନେବେ ପଙ୍କଜ ତ୍ରିପାଠୀ, କହିଲେ କାରଣ

By ETV Bharat Odisha Team

Published : Jan 10, 2024, 12:43 PM IST

Pankaj Tripathi: ଅଭିନେତା ପଙ୍କଜ ତ୍ରିପାଠୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମେଁ ଅଟଲ ହୁଁ' ରିଲିଜକୁ ଅପେକ୍ଷା କରିଛନ୍ତି । ଖବର ଅଛି ଯେ ଫିଲ୍ମ ରିଲିଜ ହେବା ପରେ ସେ ଅଭିନୟରୁ ବ୍ରେକ୍ ନେଇପାରନ୍ତି । ଅଧିକ ପଢନ୍ତୁ

Pankaj Tripathi
ଅଭିନୟରୁ ବ୍ରେକ ନେବେ ପଙ୍କଜ ତ୍ରିପାଠୀ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମେଁ ଅଟଲ ହୁଁ' ପାଇଁ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଜାନୁଆରୀ 19ରେ ରିଲିଜ ହେବାକୁ ଥିବାବେଳେ ଫ୍ୟାନ୍ସ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ତେବେ ଏହାରି ମଧ୍ୟର ଖବର ଆସିଛି ଯେ, ଅଭିନେତା ଅଭିନୟରୁ ବ୍ରେକ ନେବାକୁ ଯାଉଛନ୍ତି । ଫିଲ୍ମ 'ମେଁ ଅଟଲ ହୁଁ'ର ରିଲିଜି ହେବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ସମୟ ଦେବା ପାଇଁ ପଙ୍କଜ ତ୍ରିପାଠୀ କିଛି ସମୟ ପାଇଁ ବ୍ରେକ ନେବାକୁ ଚିନ୍ତା କରିଛନ୍ତି ।

ଜଣେ ବ୍ୟକ୍ତି ଯେକୌଣସି ବି କାମ କରୁ ନା କାହିଁକି, ବେଳେବେଳେ ତାଙ୍କୁ ଟିକେ ବ୍ରେକ୍ ଦରକାର । ନିଜ ଜୀବନର 20 ବର୍ଷ କାମରେ ଦେବା ପରେ ଅଭିନେତା ପଙ୍କଜ ତ୍ରିପାଠୀ କିଛି ସମୟ ବ୍ରେକ ନେବାକୁ ଚିନ୍ତା କରିଛନ୍ତି । ନ୍ୟୁଜ ଏଜେନ୍ସି ସହିତ ଆଲୋଚନା ସମୟରେ ପଙ୍କଜ ତ୍ରିପାଠୀ କହିଛନ୍ତି ଯେ, ଯଦି ଆମେ ୮ ଘଣ୍ଟା ଶୋଉଛେ । ତେବେ ଆମ ଶରୀର ୧୬ ଘଣ୍ଟା କାମ କରିବାକୁ ପ୍ରସ୍ତୁତ ହେଉଛି । ମୋର ସଂଘର୍ଷ ସମୟରେ ମୁଁ ୮ ଘଣ୍ଟା ଶୋଉଥିଲି । କିନ୍ତୁ ବର୍ତ୍ତମାନ ମୁଁ ତାହା କରିବାକୁ ଅସମର୍ଥ । ୮ଘଣ୍ଟା ଶୋଇବା ଉଚିତ୍ । ବର୍ତ୍ତମାନ, ମୁଁ ବର୍ତ୍ତମାନ ସେହି ୮ ଘଣ୍ଟା ଶୋଇବାର ମୂଲ୍ୟ ବୁଝି ପାରୁଛି । ଥରେ ଫିଲ୍ମ ରିଲିଜ୍ ହେବା ପରେ ସମସ୍ତ ପ୍ରମୋଶନ କାର୍ଯ୍ୟ ସରିଗଲା ପରେ ମୁଁ ଛାଡିଦେବି । ମୁଁ ଜଣେ ବ୍ୟକ୍ତି ଭାବରେ ବହୁତ ଦୃଢ ଅଟେ । ଯଦି ମୁଁ ଏହାକୁ ମୋ ମନରେ ରଖିବାକୁ ଚାହେଁ ଯେ ମୋତେ ୮ ଘଣ୍ଟା ଶୋଇବା ଆବଶ୍ୟକ, ତାହାଲେ ମୁଁ ତାହା ପାଇବି ।

ଏହା ମଧ୍ୟ ପଢନ୍ତୁ- 'ମେଁ ଅଟଲ୍ ହୁଁ'ର ଟ୍ରେଲର ରିଲିଜ, ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ

ଏହାପୂର୍ବରୁ ଗତକାଲି (ମଙ୍ଗଳବାର) ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ କାମ କରିଥିବା ପ୍ରିୟଙ୍କା ଚୋପ୍ରା ତାଙ୍କର ଏକ ସାକ୍ଷାତକାରରୁ ପଙ୍କଜ ତ୍ରିପାଠୀଙ୍କ ଏକ ଥ୍ରୋବ୍ୟାକ୍ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଧୀର ସ୍ଥିର ଜୀବନଯାପନ ଉପରେ ଗୁରୁତ୍ୱାରୋପ କରିଥିଲେ । ତାଙ୍କ ସହ ସହମତି ପ୍ରକାଶ କରି ପ୍ରିୟଙ୍କା ଏହି ପୋଷ୍ଟର କ୍ୟାପସନ୍ ଲେଖିଥିଲେ, 'ବୁଦ୍ଧିମତା'।

ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ଅନେକ କଳାକାର ନିକଟରେ କାମରୁ ବ୍ରେକ ନେବା ପାଇଁ ପ୍ରକାଶ କରିଥିଲେ । 2022ରେ ଅଭିନେତା ଆମୀର ଖାନ ଅଭିନୟରୁ ବିରତି ନେବାକୁ ଘୋଷଣା କରିଥିଲେ । 2022 ମସିହାରେ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା 'ଲାଲ ସିଂ ଚଢା' ରିଲିଜ୍ ପରେ ଆମୀର ଏକ ବ୍ରେକ ନେବାକୁ ନିଷ୍ପତ୍ତି ନେଇଥିଲେ ।

ABOUT THE AUTHOR

...view details