ହାଇଦ୍ରାବାଦ: ମନୋରଞ୍ଜନ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଭାରତୀୟ ଗାୟିକା ସୁଲୋଚନା ଚୌହାନ (Sulochana Chavan passes away)ଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 89 ବର୍ଷ ବୟସ ହୋଇଥିଲା । ମହାରାଷ୍ଟ୍ରର ଫାନସ୍ବାଡି ସ୍ଥିତ ତାଙ୍କ ବାସଭବନରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତରେ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ଆରପାରିରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ସୁଲୋଚନା ଚୌହାନ - ସୁଲୋଚାନା ଚୌହାନ
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଗାୟିକା ସୁଲୋଚନା ଚୌହାନଙ୍କର 89 ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଜି ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ଦକ୍ଷିଣ ମୁମ୍ବାଇର ମେରାଇନ୍ ଲାଇନ୍ସରେ ଅନୁଷ୍ଠିତ ହେବ। ଅଧିକ ପଢନ୍ତୁ
ସୁଲୋଚନା 13 ମାର୍ଚ୍ଚ 1933ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଆଜି ସନ୍ଧ୍ୟାରେ ତାଙ୍କ ଶେଷକୃତ୍ୟ ଦକ୍ଷିଣ ମୁମ୍ବାଇର ମେରାଇନ୍ ଲାଇନ୍ସରେ ଅନୁଷ୍ଠିତ ହେବ । ଗତ କିଛି ଦିନ ହେବ ଗାୟିକା ସୁଲୋଚନା ଚୌହାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ବୃଦ୍ଧାବସ୍ଥା ଜନିତ ଅସୁସ୍ଥତା ହେତୁ ତାଙ୍କର ଦେହାନ୍ତ ହୋଇଥିବା କୁହାଯାଉଛି । ମରାଠୀରେ ସେ ତାଙ୍କର ଲାବଣୀ ଗୀତ ପାଇଁ ଜଣାଶୁଣା । 2022 ମସିହାରେ ସୁଲୋଚାନାଙ୍କୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। କଳା ଧାରାବାହିକରେ ତାଙ୍କର ଅନବଦ୍ୟ ଅବଦାନ ପାଇଁ ତାଙ୍କୁ ଲାବଣୀ ସାମ୍ରାଜ୍ଞୀ (Queen of Lavani) ଆଖ୍ୟା ମଧ୍ୟ ଦିଆଯାଇଥିଲା।
ସୁଲୋଚନା ଚୌହାନ୍ ହିନ୍ଦୀ ଚଳଚ୍ଚିତ୍ର ଏବଂ ଆଲବମ୍ ଗୀତ ମଧ୍ୟ ରେକର୍ଡ କରିଛନ୍ତି । ତାଙ୍କର ପ୍ରସିଦ୍ଧ ହିନ୍ଦୀ ଗୀତ ଗୁଡ଼ିକରେ 'ଛୋରୀ ଚୋରୀ ଆଗ ସି ଦିଲ୍ ମେଁ ଲଗାକେ', 'ଉଲ୍ଫତ୍ ଜିସେ କହତେ ହେଁ, 'ମୌସମ୍ ଆୟା ହୈ ରଙ୍ଗେ', 'ୱୋ ଆଏ ହୈ ଅନ୍ତର୍ଭୁକ୍ତ । '