ଓଡିଶା

odisha

Ragneeti Wedding Pics: ସାମ୍ନାକୁ ଆସିଲା ବର-କନିଆଙ୍କ ପ୍ରଥମ ଫଟୋ, ପରୀ ଭଳି ଦିଶୁଛନ୍ତି ପରିଣୀତି

By ETV Bharat Odisha Team

Published : Sep 25, 2023, 11:22 AM IST

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ପ୍ରଶଂସକଙ୍କ ଦୀର୍ଘ ସମୟ ଅପେକ୍ଷା ପରେ ଦୁହେଁ ଶେଷରେ ଫଟୋ ସେୟାର କରିଛନ୍ତି । କେବଳ ଏତିକି ନୁହେଁ, ଦମ୍ପତି ଏକ ଅତି ସୁନ୍ଦର କ୍ୟାପ୍‌ସନ୍‌ ମଧ୍ୟ ଲେଖିଛନ୍ତି । ଅଧିକ ପଢ଼ନ୍ତୁ

ସାମ୍ନାକୁ ଆସିଲା ବର କନିଆଙ୍କ ପ୍ରଥମ ଫଟୋ
ସାମ୍ନାକୁ ଆସିଲା ବର କନିଆଙ୍କ ପ୍ରଥମ ଫଟୋ

ମୁମ୍ବାଇ: ମିସ୍‌ରୁ ପାଲଟିଲେ ମିସେସ୍‌ । ନବ ବଧୂ ସାଜିଲେ ପରିଣୀତି ଚୋପ୍ରା । ସରିଲା ବହୁ ପ୍ରତୀକ୍ଷିତ ବିବାହ । ସିନ୍ଦୁର ଚୁଡି ପିନ୍ଧି ରାଘବଙ୍କ ସହ ନେଲେ ସାତ ଫେରା। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସମସ୍ତଙ୍କର ପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ସାଂସଦ ରାଘବ ଚଢା। ପଞ୍ଜାବୀ ରୀତିନୀତି ଅନୁଯାୟୀ 24 ସେପ୍ଟେମ୍ବରରେ ଦୁହେଁ ପରସ୍ପରଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି । ବିବାହ ପରେ ପ୍ରଶଂସକମାନେ ଉଭୟଙ୍କ ବିବାହ ଫଟୋ ଦେଖିବାକୁ ଚାତକ ଭଳି ଚାହିଁ ବସିଥିଲେ । ବର୍ତ୍ତମାନ ସେମାନଙ୍କ ବିବାହର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହର ପ୍ରଥମ ଅଫିସିଆଲ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପରିଣୀତି ଏବଂ ରାଘବ ନିଜ ନିଜ ବିବାହ ପୋଷାକରେ ଜଣେ ରାଜା ଏବଂ ରାଣୀଙ୍କଠାରୁ କମ୍ ଦିଶୁ ନୁହଁନ୍ତି । ଏହି ସୁନ୍ଦର ଦମ୍ପତିଙ୍କ ସିମ୍ପଲ ଏବଂ ସୋଭର ଲୁକ୍‌ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବର୍ତ୍ତମାନ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ପରିଣୀତି ଏବଂ ରାଘବଙ୍କୁ ଏହି ବିବାହ ଫଟୋ ପାଇଁ ଅଭିନନ୍ଦନ ଜଣାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:RagNeeti wedding: ରାଘବଙ୍କ ସହ ପରିଣୀତି, ସାମ୍ନାକୁ ଆସିଲା ଓ୍ୱେଡିଂ ରିସେପ୍ସନ୍ ଫଟୋ

ପରିଣୀତି ଚୋପ୍ରା ଏବଂ ରାଘବ ଚଢା 25 ସେପ୍ଟେମ୍ବର ସକାଳେ ସୋସିଆଲ ମିଡିଆରେ ସେମାନଙ୍କର ବିବାହ ଫଟୋ ସେୟାର କରିଛନ୍ତି । ବିବାହ ପୋଷାକରେ ଏହି ଦମ୍ପତି ବହୁତ ସୁନ୍ଦର ଦେଖା ଯାଉଛନ୍ତି । ବର୍ତ୍ତମାନ ବଲିଉଡର ସେଲିବ୍ରିଟିମାନେ ଏହି ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପରିଣୀତି ରାଘବଙ୍କୁ ତାଙ୍କ ବିବାହରେ ଅଭିନନ୍ଦନ ଜଣାଇ ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ତୁମମାନଙ୍କ ଉପରେ ସବୁବେଳେ ମୋର ଆଶୀର୍ବାଦ ରହିଛି । ବରୁଣ ଧାୱନ, ରାପର ବାଦଶାହ, ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜା, ଅଭିନେତା ଅନୁପମ ଖେର, ପୂର୍ବତନ କ୍ରିକେଟର ହରଭଜନ ସିଂ, ନୀନା ଗୁପ୍ତା, ଏଶା ଦେଓଲ, ନେହା ଧୁପିଆ, ମନୀଷ ମଲହୋତ୍ରା, ପରିଣୀତିଙ୍କ ଭାଇ ଶିବଙ୍ଗ ଚୋପ୍ରା ଇତ୍ୟାଦି ଏହି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ପରିଣୀତି ଚୋପ୍ରା କ’ଣ ଲେଖିଛନ୍ତି ?

ବିବାହର ଫଟୋ ସେୟାର କରି ପରିଣୀତି ଲେଖିଛନ୍ତି, "ବ୍ରେକଫାଷ୍ଟ ଟେବୁଲରୁ ଆରମ୍ଭ ହୋଇଥିବା ଆମର ପ୍ରଥମ ବାର୍ତ୍ତାଳାପରୁ ଆମ ହୃଦୟ ପରସ୍ପରକୁ ଜାଣିଥିଲା, ଆମେ ଏହି ଦିନକୁ ବହୁତ ଦିନ ଅପେକ୍ଷା କରିଥିଲୁ, ଶେଷରେ ଆମେ ଶ୍ରୀମାନ ଏବଂ ଶ୍ରୀମତୀ ହୋଇଗଲୁ, ଆମେ ପରସ୍ପର ବିନା ବଞ୍ଚି ପାରିବୁ ନାହିଁ । ଆମ ଜୀବନ ଆରମ୍ଭ ହୋଇଛି ।"

For All Latest Updates

ABOUT THE AUTHOR

...view details