ଓଡିଶା

odisha

ETV Bharat / entertainment

Sridevi Birth Anniversary, ମାଆଙ୍କ ସ୍ମୃତିରେ ଫଟୋ ସେୟାର କଲେ ଝିଅ ଜାହ୍ନବୀ - ପୋଷ୍ଟ ସେୟାର କଲେ ଜାହ୍ନବୀ କପୁର

ହିନ୍ଦୀ ସିନେମାର ଚାନ୍ଦିନୀ ଶ୍ରୀଦେବୀଙ୍କର ଆଜି (ଅଗଷ୍ଟ 13) 59ତମ ଜନ୍ମ ବାର୍ଷିକୀ । ଏହି ଅବସରରେ ଜାହ୍ନବୀ କପୁର ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ମାଆଙ୍କ ସ୍ମୃତିରେ ଫଟୋ ସେୟାର କଲେ ଝିଅ ଜାହ୍ନବୀ
ମାଆଙ୍କ ସ୍ମୃତିରେ ଫଟୋ ସେୟାର କଲେ ଝିଅ ଜାହ୍ନବୀ

By

Published : Aug 13, 2022, 12:18 PM IST

ମୁମ୍ବାଇ: ହିନ୍ଦୀ ସିନେମାର 'ଚାନ୍ଦିନୀ' ଶ୍ରୀଦେବୀଙ୍କର ଆଜି (ଅଗଷ୍ଟ 13) 59ତମ ଜନ୍ମ ବାର୍ଷିକୀ । ଶ୍ରୀଦେବୀ 13 ଅଗଷ୍ଟ 1963ରେ ଜନ୍ମଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ସୋସିଆଲ ମିଡିଆରେ ତାଙ୍କ ମାଆଙ୍କୁ ମନେ ପକାଇ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି । ଜାହ୍ନବୀ ମାଆ ଶ୍ରୀଦେବୀଙ୍କ ସହ ନିଜର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ।

Khushi Kapoor remembers mom Sridevi on 59th birth anniversary

ଜାହ୍ନବୀ କପୁର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମାଆ ଶ୍ରୀଦେବୀଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ମାମା, ମୁଁ ପ୍ରତିଦିନ ଏବଂ ପ୍ରତିଟି ମୁହୂର୍ତ୍ତରେ ତୁମକୁ ମନେ ପକାଏ । ମୁଁ ସବୁବେଳେ ତୁମକୁ ମନେ ପକାଇବି ।’

ଏହାପୂର୍ବରୁ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଇନଷ୍ଟାଗ୍ରାମରେ ଲେଖିଥିଲେ। '#5YearsOfMom.' 2 ଟି ଜାତୀୟ ପୁରସ୍କାର ବିଜେତା. @sridevi.kapoor ପ୍ରଥମ ଜାତୀୟ ପୁରସ୍କାର । ସମସ୍ତଙ୍କ ପାଇଁ ମିଠା ସ୍ମୃତି # SrideviKapoor'. ଉଲ୍ଲେଖନୀୟ ଯେ, ବୋନି କପୁରଙ୍କ ଦ୍ୱାରା ନିର୍ମିତ 'ମମ୍‌' ଚଳଚ୍ଚିତ୍ରରେ ଶ୍ରୀଦେବୀ ଜଣେ ଶିକ୍ଷୟିତ୍ରୀ ଭୂମିକାରେ ଅଭିନୟ କରିଥିଲେ । ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହ ନୱାଜୁଦ୍ଦିନ ସିଦ୍ଦିକି, ଅକ୍ଷୟ ଖାନ୍ନା ଏବଂ ପାକିସ୍ତାନୀ ଅଭିନେତା ସଜଲ ଅଲି ଏବଂ ଅଦନାନ୍ ସିଦ୍ଦିକି ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।

କିପରି ହୋଇଥିଲା ଶ୍ରୀଦେବୀଙ୍କ ଦେହାନ୍ତ

24 ଫେବୃଆରୀ 2018 ମସିହା, ଶ୍ରୀଦେବୀ ଦୁବାଇରେ ନିଜର ଭଣଜା ମୋହିତ ମାରଓ୍ଵାହଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ । ପୂରା ପରିବାର ଏଠାରେ ଉପସ୍ଥିତ ଥିଲେ । ବିବାହ ପ୍ରସ୍ତୁତି ମଧ୍ୟରେ ଶ୍ରୀଦେବୀଙ୍କ ମୃତଦେହ ତାଙ୍କ ରୁମର ବାଥରୁମରୁ ମିଳିଥିଲା । ପରେ ସୂଚନା ମିଳିଥିଲା କି, ଶ୍ରୀଦେବୀଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଛି ।

ଜାହ୍ନବୀ କପୁରଙ୍କ କାମ ବିଷୟରେ କହିବାକୁ ଗଲେ, ନିକଟରେ ଅଭିନେତ୍ରୀ ଫିଲ୍ମ 'ବବାଲ'ର ସୁଟିଂ ଶେଷ କରିଥିଲେ ଏବଂ ଅଭିନେତ୍ରୀଙ୍କ ଫିଲ୍ମ 'ଗୁଡ ଲକ୍‌ ଜେରୀ' ଜୁଲାଇ 29 ରେ ମୁକ୍ତିଲାଭ କରିଥିଲା । ତାଙ୍କୁ ବବାଲରେ ବରୁଣ ଧାୱନଙ୍କ ସହ ଦେଖିବାକୁ ମିଳିବ।

ABOUT THE AUTHOR

...view details