ଓଡିଶା

odisha

By

Published : Oct 26, 2022, 1:30 PM IST

ETV Bharat / entertainment

Raveena Tandon Birthday: 48 ବର୍ଷରେ ପାଦ ଦେଲେ ରବିନା, ଆଜିବି କମିନି ଜଲୱା

୪୮ ବର୍ଷ ବୟସରେ ପାଦ ଦେଇଛନ୍ତି ରବିନା । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଝିଅ ରାସା ଥଡାନି । ଅଧିକ ପଢନ୍ତୁ

Raveena Tandon birthday, ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଝିଅ ରାସା
Raveena Tandon birthday, ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଲେ ଝିଅ ରାସା

ହାଇଦ୍ରାବାଦ: ୯୦ ଦଶକର ଲୋକପ୍ରିୟ ନାୟିକା ରବିନା ଟଣ୍ଡନ ଆଜି ୪୮ ବର୍ଷ ବୟସରେ ପାଦ ଦେଇଛନ୍ତି । ତାଙ୍କ ଅନ୍ଦାଜରେ ଏବେ ବି ଦିଓ୍ବାନା ଫ୍ୟାନ୍ସ । ୪୮ ବର୍ଷ ବୟସରେ ମଧ୍ୟ କମିନି ତାଙ୍କ ଜଲୱା । ଜନ୍ମଦିନରେ ମାଆ ରବିନାଙ୍କ ପାଇଁ ଭାବୁକଭରା ପୋଷ୍ଟ ସେୟାର କରିଛନ୍ତି ଝିଅ ରାସା । ଆଉ ଜଣାଇଛନ୍ତି ଜନ୍ମଦିନର ଅଭିନନ୍ଦନ ।

୧୯୭୪ ମସିହା ଅକ୍ଟୋବର ୨୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରବିନା । ମଡେଲିଂରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଟିପ୍ ଟିପ୍ ବର୍ଷା ପାନିରେ ଧୁମ୍ ମଚାଇଥିବା ନାୟିକା । ଦୀପାବଳି ସମୟରେ ତାଙ୍କର ଜନ୍ମଦିନ ପଡିଥିବାରୁ ଡବଲ୍ ସେଲିବ୍ରେସନ କରିଛନ୍ତି ରବିନାଙ୍କ ପରିବାର । ଆଉ ମାଆଙ୍କ ଜନ୍ମଦିନକୁ ଆହୁରି ଖାସ ବନାଇବା ପାଇଁ ରବିନାଙ୍କ ଝିଅ ରାସା ଥଡାନି ସୋସିଆଲ ମିଡିଆରେ ମାଆଙ୍କ ଫଟୋକୁ ପୋଷ୍ଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ରାସା ଥଡାନି ନିଜ ଇନଷ୍ଟାଗ୍ରାମରେ ମାଆଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ " ହାପି ବାର୍ଥ ଡେ ମାଆ । ଲଭ୍ ୟୁ ଫରଏଭର" ଏଥିସହ ପିଙ୍କ ଇମୋଜି ମଧ୍ୟ ସେୟାର କରିଛନ୍ତି ।

ରବିନାଙ୍କ ଜନ୍ମଦିନରେ ନଜର ପକାନ୍ତୁ ତାଙ୍କର କିଛି ଖାସ କଥା ଉପରେ...

ରବିନା ଅନିଲ ଥଡାନିଙ୍କୁ ବିବାହ କରିଛନ୍ତି । ପୂର୍ବରୁ ବିବାହିତ ଥିବା ଅନିଲଙ୍କୁ ୨୦୦୪ ଫେବୃଆରୀ ୨୨ରେ ଉଦୟପୁରରେ ବିବାହ କରିଥିଲେ ରବିନା । ରବିନାଙ୍କ ଗୋଟିଏ ଝିଅ ରାସା ଓ ପୁଅ ରଣବୀର ଅଛନ୍ତି । ବିବାହ ପୂର୍ବରୁ ସେ ୧୯୯୫ରେ ଦୁଇ ଝିଅଙ୍କୁ ପୋଷ୍ୟସନ୍ତାନ କରିଥିଲେ ରବିନା ।

ପଥର କେ ଫୁଲ ଜରିଆରେ କରିଥିଲେ ବଲିଉଡରେ ଏଣ୍ଟ୍ରି:

ରବିନା ମୁମ୍ବାଇର ଜୁହୁ ସ୍ଥିତ ଜମୁନାବାଇ ପବ୍ଲିକ ସ୍କୁଲରେ ପାଠ ପଢିଥିଲେ । ପାଠ ପଢୁଥିବା ସମୟରେ ହିଁ ତାଙ୍କୁ ମଡେଲିଂର ଅଫର ମିଳୁଥିଲା । ଆଉ ମଡେଲିଂ କରିବାର କିଛି ବର୍ଷ ପରେ ତଥା ୧୯୯୧ରେ ସେ ଫିଲ୍ମ 'ପଥର କେ ଫୁଲ' ଜରିଆରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ ବଲିଉଡକୁ ଦେଇଥିଲେ ଅନେକ ସୁପରହିଟ ଫିଲ୍ମ । ମୋହରା, ଦିଲୱାଲେ, ଲାଡଲା, ଜିଦି, କିମତ, ପରଦେଶୀ ବାବୁ, ଅଗ୍ନିବର୍ଷା, ବାରୁଦ ଓ ଦାମନ ଭଳି ବହୁ ହିଟ ଫିଲ୍ମରେ ଅଭିନୟ କରିଛନ୍ତି ରବିନା ।

୯୦ ଦଶକରେ ସଫଳତା ପାଇଥିବା ଅଭିନେତ୍ରୀ ଓ୍ବେବସିରିଜ ଆରନ୍ୟକ ଓଟିଟିରୁ ଡେବ୍ୟୁ କରିଥିଲେ । ଏଥିରେ ତାଙ୍କୁ କସ୍ତୁରୀ ଦୋଗରାରେ ଭୂମିକାରେ ଦେଖିବାକୁ ମିଳିଥିଲା । ରବିନାଙ୍କ ଆଗାମୀ ପାରିବାରିକ ଫିଲ୍ମ ଘୁଡଚଡି ଆସିବାକୁ ଯାଉଛି । ଏଥିରେ ସଞ୍ଜୟ ଦତ୍ତ, ପାର୍ଥ ସମଥାନ ଓ କୁଶଲୀ କୁମାରଙ୍କ ସହତ ଲିଡ୍‌ ଭୂମିକାରେ ନଜର ଆସିବେ ରବିନା । ତେବେ ଏହି ଫିଲ୍ମର ନିର୍ଦେଶନା ବିନୟ ଗାନ୍ଧୀ ଦେଉଛନ୍ତି । ଅନ୍ୟପଟେ ତାଙ୍କର ଆଗାମୀ ଫିଲ୍ମ ପଟାନା ଶୁକ୍ଲା ପାଇଁ ନିର୍ମାତା ଅର୍ବାଜ ଖାନଙ୍କ ସହିତ ମଧ୍ୟ ନଜର ଆସିବେ ରବିନା ।

ABOUT THE AUTHOR

...view details