ମୁମ୍ବାଇ:ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଆକ୍ସନ୍-ଥ୍ରୀଲର ବ୍ଲକବଷ୍ଟର ଫିଲ୍ମ`ପଠାନ'ର ବିପୁଳ ସଫଳତା ନେଇ ବେଶ ଖୁସି ଅଛନ୍ତି । ଏହି ଫିଲ୍ମ ବାହୁବଲୀ 2କୁ ପଛରେ ପକାଇ ସର୍ବାଧିକ ଆୟ କରି ବର୍ତ୍ତମାନ ପର୍ଯ୍ୟନ୍ତର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି । ଏନେଇ ଅଭିନେତା ଶାହାରୁଖ ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମ ପାଇଁ ସମସ୍ତେ ସମର୍ଥନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଶାହାରୁଖ ଟ୍ବିଟ କରି କହିଛନ୍ତି ଯେ,“ଏହା ବ୍ୟବସାୟ ନୁହେଁ…ଏହା ବ୍ୟକ୍ତିଗତ”। ଲୋକଙ୍କୁ ଖୁସି କରାଇବା ଏବଂ ସେମାନଙ୍କୁ ମନୋରଞ୍ଜନ କରିବା ଆମର ବ୍ୟବସାୟ । ଯଦି ସେମାନେ ବ୍ୟକ୍ତିଗତ ଭାବେ ଏହାକୁ ନ ନିଅନ୍ତି, ତେବେ ଏହା କାମ କରିବ ନାହିଁ । ଯେଉଁମାନେ ଫିଲ୍ମ`ପଠାନ' ପାଇଁ କାମ କରିଛନ୍ତି, ଭଲ ପାଇବା ଦେଇଛନ୍ତି, ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏବଂ ସେମାନେ ପ୍ରମାଣିତ କରିଛନ୍ତି ଯେ, କଠିନ ପରିଶ୍ରମ ଏବଂ ବିଶ୍ବାସ ସେମାନଙ୍କ ଭିତରେ ଏବେ ବି ବଞ୍ଚିଛି।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟରରେ ଲେଖିଛନ୍ତି, "ପଠାନ ତାମିଲ ଏବଂ ତେଲୁଗୁ ଭାଷାରେ 5 ସପ୍ତାହରେ ଅର୍ଥାତ୍ ଶୁକ୍ରବାର 2 ଲକ୍ଷ, ଶନିବାର 3 ଲକ୍ଷ, ରବିବାର 5 ଲକ୍ଷ, ସୋମବାର 2 ଲକ୍ଷ, ମଙ୍ଗଳବାର 2 ଲକ୍ଷ, ବୁଧବାର 2 ଲକ୍ଷ, ଗୁରୁବାର 2 ଲକ୍ଷ ବ୍ୟବସାୟ କରିଥିବା ବେଳେ ମୋଟ 18.24 କୋଟି ଟଙ୍କା ବ୍ୟବସାୟ କରିଛି । ସୂଚନା ଅନୁସାରେ, "ପଠାନ'' ହିନ୍ଦୀ, ତାମିଲ ଏବଂ ତେଲୁଗୁ ମିଶାଇ ଭାରତ ବକ୍ସ ଅଫିସ କଲେକ୍ସନ 528.29 କୋଟି ବ୍ୟବସାୟ କରିଛି।
ସୂଚନା ଥାଉ କି, ହିନ୍ଦୀ ଭାଷାରେ 'ପଠାନ୍' 511.42 କୋଟି ବ୍ୟବସାୟ କରିଥିବାବେଳେ 'ବାହୁବଲୀ-2' 510.99 କୋଟି ବ୍ୟବସାୟ କରିଥିଲା । ଫିଲ୍ମ 'ପଠାନ୍' ହେଉଛି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଫିଲ୍ମ । ଏହି ଚଳଚ୍ଚିତ୍ରଟି ଶ୍ରୀଧର ରାଘବନ୍ ଏବଂ ଅୱଜନ ବାଇରୱାଲା ରଚନା କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ, ଜନ୍ ଅବ୍ରହାମ, ଡିମ୍ପଲ୍ କପାଡିଆ ଏବଂ ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଛନ୍ତି । ତେବେ ଫିଲ୍ମ ସଫଳତା ଓ ଲୋକପ୍ରିୟତା ନେଇ କିଙ୍ଗ ଖାନ ଟ୍ୱିଟରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ମାତ୍ରେ ପ୍ରଶଂସକମାନେ ମଧ୍ୟ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି ।
ଶାହାରୁଖ ଆଗାମୀ ଆକ୍ସନ୍ ଥ୍ରୀଲର୍ ଚଳଚ୍ଚିତ୍ର ଜୱାନରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଆଟଲି । ଯାହା ଜୁନ୍ 2, 2023ରେ ସିନେମାହଲରେ ରିଲିଜ ହେବ ।