ଓଡିଶା

odisha

By

Published : Jun 20, 2023, 3:52 PM IST

ETV Bharat / entertainment

Rathayatra: ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଓଲିଉଡ ତାରକାଙ୍କ ଛୁଟିଲା ଶୁଭେଚ୍ଛା

ଆଜି ପବିତ୍ର ରଥଯାତ୍ରା। ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ତିନି ଠାକୁର । ମହାବାହୁଙ୍କ ଦର୍ଶନ ପାଇ ଭାବବିହ୍ବଳ ହୋଇଛନ୍ତି ଭକ୍ତ। ଶ୍ରୀକ୍ଷେତ୍ର ପୁରୀରେ ଭକ୍ତମୟ ପରିବେଶ। ଆଜିର ଦିନରେ ରାଜ୍ୟରେ ଉତ୍ସାହର ମାହୋଲ ରହିଛି। ଏହି ଅବସରରେ ଓଲିଉଡ ସେଲିବ୍ରିଟି ଶୁଭକାମନା ଜଣାଇଛନ୍ତି।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ରାଜନୀତିଜ୍ଞ ଠାରୁ ଆରମ୍ଭ କରି ଓଲିଉଡ ତାରକାଙ୍କ ଛୁଟୁଛି ଶୁଭେଚ୍ଛା
ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ରାଜନୀତିଜ୍ଞ ଠାରୁ ଆରମ୍ଭ କରି ଓଲିଉଡ ତାରକାଙ୍କ ଛୁଟୁଛି ଶୁଭେଚ୍ଛା

ହାଇଦ୍ରାବାଦ: ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଘଣ୍ଟଘଣ୍ଟା ଶଙ୍ଖନାଦ ପାରମ୍ପରିକ ନୃତ୍ୟଗୀତରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ତିନି ଠାକୁର । ବର୍ଷକୁ ଥରେ ରତ୍ନସିଂହାସନରୁ ଓହ୍ଳାଇ ଭକ୍ତଙ୍କୁ ବଡଦାଣ୍ଡରେ ଦର୍ଶନ ଦେବା ସହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଯିବେ ମହାବାହୁ। ଆଜିର ଏହି ପବିତ୍ର ଦିନରେ ସାରା ଓଡ଼ିଶା ଉତ୍ସବମୁଖର ହୋଇଉଠିଛି। ପବିତ୍ର ଦିନରେ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏହି ପରିପ୍ରେକ୍ଷୀରେ ଓଲିଉଡ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପବିତ୍ର ରଥାଯାତ୍ରାରୁ ଶୁଭକାମନା ଜଣାଇଛନ୍ତି।

ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରି ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ଅଭିନେତ୍ରୀ ମହାବାହୁଙ୍କ ପ୍ରାର୍ଥନା କରୁଥିବାର ନଜର ଆସିଛନ୍ତି। ଏବଂ କ୍ୟାପସନରେ ସେ ଲେଖିଛନ୍ତି, ଜୟ ଜଗନ୍ନାଥ। ସେହିପରି ଅଭିନେତ୍ରୀ ଶିବାନୀ ସଙ୍ଗୀତା ମଧ୍ୟ ନିଜ ଇନଷ୍ଟା ଷ୍ଟୋରୀରେ ଏକ ଫଟୋ ସେୟାର କରି ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି। ଏବଂ କ୍ୟାପସନରେ ସେ ଲେଖିଛନ୍ତି, ସମସ୍ତଙ୍କୁ ପବିତ୍ର ରଥଯାତ୍ରାର ଶୁଭେଚ୍ଛା। ମହାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ।

ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର

ସେପଟେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ନିଜ ଇନଷ୍ଟା ଷ୍ଟୋରୀରେ ମହାପ୍ରଭୁଙ୍କ ଫଟୋ ସେୟାର କରି ଶୁଭକାମନା ଜଣାଇଛନ୍ତି। ଏବଂ କ୍ୟାପସନରେ ଲେଖିଛନ୍ତି, ଓଡିଶାର ବଡ଼ ପର୍ବ ରଥଯାତ୍ରା ଆରମ୍ଭ। ଜୟ ଜଗନ୍ନାଥ। ଅନ୍ୟପଟେ କଣ୍ଠଶିଳ୍ପୀ ଦିପ୍ତୀ ରେଖା ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ନିଜର ଏକ ଗୀତ 'ଦରିଆ କୂଳରେ କରିଛି ଘର' ରିଲିଜ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଗୀତ ୟୁଟ୍ୟୁବରେ ଷ୍ଟ୍ରିମିଂ ହେଉଥିବା ନେଇ ସୂଚନା ଦେଇଛନ୍ତି।

ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଶିବାନୀ ସଙ୍ଗୀତା

ସେହିପରି ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ମଧ୍ୟ ନିଜର ଏକ ଗୀତ 'ହେ ଚକାନୟନ' ରିଲିଜ କରିଛନ୍ତି। ଗୀତକୁ ସେୟାର କରି ଅନ୍ତରା ରଥଯାତ୍ରାର ଶୁଭେଚ୍ଛା ଜଣାଇବା ସହ ଗୀତ ବିଷୟରେ ସୂଚନା ଦେଇଛନ୍ତି। ଅନ୍ୟପଟେ ଗାୟିକା ଅସୀମା ପଣ୍ଡା 'କାଳିଆ ରଜା' ରିଲିଜ କରିଛନ୍ତି। ସୋସିଆଲ ମିଡିଆରେ ଗୀତ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡଓକୁ ଫ୍ୟାନ୍ସ ଲାଇକ କରିବା ସହ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି।

ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ। ବଡଦାଣ୍ଡରେ ପହଞ୍ଚିଛନ୍ତି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ମଠର ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ରଥ ପରିକ୍ରମା କରିଛନ୍ତି। ପରେ ଛେରାପହଁରା ଶେଷ ହେବା ପରେ ବଳଭଦ୍ର ଠାକୁରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ଆଡକୁ ମାଡି ଚାଲିଛି ।

ABOUT THE AUTHOR

...view details