ଭୁବନେଶ୍ୱର:ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଆସୁଛନ୍ତି ଓଲିଉଡ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ମୁନ୍ନା ଭାଇ ନାଁରେ ସେ ଘରେ ଘରେ ବେଶ ପରିଚିତ । ସିଦ୍ଧାନ୍ତ 100ରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ସହ ସଫଳତା ହାସଲ କରିଛନ୍ତି । ତେବେ ଆଜି ଏହି ଅଭିନେତା ତାଙ୍କ ୫୭ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଫ୍ୟାନ୍ସ ଏବଂ ତାରକାଙ୍କଠାରୁ ଅଭିନେତାଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ।
ସିଦ୍ଧାନ୍ତ 1990ରେ ପଥର ଖସୁଛି ବଡ ଦେଉଳରୁ ଓଲିଉଡ୍ରେ ଡେବ୍ୟୁ କରିଥିଲେ । 1991ରେ ପ୍ରଥମ କନ୍ନଡ ଫିଲ୍ମ ଗୌରୀ କଲ୍ୟାଣରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମଟି ରିଲିଜ୍ ହୋଇନଥିଲା । ପରେ 1992ରେ ପୁଣି ଓଡ଼ିଆ ଫିଲ୍ମ ଶ୍ରଦ୍ଧାଞ୍ଜଳିରେ ନଜର ଆସିଥିଲେ । ତାପରଠୁ ସେ ଆଉ ପଛକୁ ଚାହିଁନଥିଲେ । ଏହାପରେ ଗୋଟିଏ ଗୋଟିଏ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ ଜିଣିପାରିଥିଲେ ଅଭିନେତା । ଭାଇ ହେଲା ଭଗାରୀ, ରଣଭୂମି, କଳା ମାଣିକ, ସାଖି ରହିଲା ଏ ସିଂହଦ୍ୱାର ଫିଲ୍ମ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।
ଏହାପରେ ସୁନା ପଞ୍ଜୁରୀ, ରକତ କହିବ କିଏ କାହାର, ମଣି ନାଗେଶ୍ୱରୀ, କୁଳନନ୍ଦନ, ସାକ୍ଷୀ ରଖିବ ମୋ ଶଙ୍ଖା ସିନ୍ଦୁର, ସୁହାଗ ସିନ୍ଦୁର, ଯଶୋଦା, ପୁଅ ମୋର ଭୋଳା ଶଙ୍କର, ଲକ୍ଷ୍ମଣ ରେଖା, ସୁନା ସଂସାର, ଲକ୍ଷେ ଶିବ ପୂଜି ପାଇଛି ପୁଅ, ଗଙ୍ଗା ଯମୁନା, ସନ୍ତାନ, ତୋ ଆଖି ମୋ ଆଇନା, ସରପଞ୍ଚ ବାବୁ, ସମୟ ଖେଳୁଛି ଚକା ଭଉଁରୀ, ରହିଛି ରହିବି ତୋରି ପାଇଁ, ମାତୃଶକ୍ତୀ, ନାରୀ ଆଖିରେ ନିଆଁ, ଯେ ପାଞ୍ଚେ ପର ମନ୍ଦ, ବାହୁଡ଼ିବେ ମୋ ଜଗା ବଳିଆ, ତୁ ମୋ ଆଖିର ତାରା, ଟୋପାଏ ସିନ୍ଦୂର ଦି ଟୋପା ଲୁହ, ଓମ୍ ଶାନ୍ତି ଓମ୍, ଧରମର ହେବ ଜୟ, ବାବୁ ଆଇ ଲଭ ୟୁ, ଶାଶୁ ଘର ଚାଲିଯିବି, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ରକତେ ଲେଖିଛି ନାଁ, ଦେ ମା ଶକ୍ତି ଦେ, ସମୟ ହାତରେ ଡୋରି, କାଳୀ ଶଙ୍କର, ନାରୀ ନୁହେଁ ତୁ ନାରାୟଣୀ ଆଦି ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଯାହା ହିଟ ହେବା ସହ ଲୋକପ୍ରିୟତା ସାଉଁଟିଥିଲା ।