ଓଡିଶା

odisha

By

Published : Mar 2, 2023, 11:20 AM IST

ETV Bharat / entertainment

ଅଫେରା ରାଇଜରେ ପିଣ୍ଟୁ: ମୁଖ୍ୟମନ୍ତ୍ରୀ ଓ ଛତିଶଗଡ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଗଣେଶୀ ଲାଲ ଏବଂ ଛତିଶଗଡ଼ ରାଜ୍ୟପାଳଙ୍କ ସମେତ ବହୁ ସିନେ କଳାକାର ଓ ବ୍ୟକ୍ତି ବିଶେଷ । ତାଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।

ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ପରଲୋକ । ତାଙ୍କ ଦେହାନ୍ତରେ ରାଜ୍ୟରେ ଏବଂ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଗଣେଶୀ ଲାଲ ଏବଂ ଛତିଶଗଡ଼ ରାଜ୍ୟପାଳ ବିଶ୍ଵ ଭୂଷଣ ହରିଚନ୍ଦନଙ୍କ ସମେତ ବହୁ ସିନେ କଳାକାର ଓ ଅନେକ ବ୍ୟକ୍ତି ବିଶେଷ ମାନେ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ ଓଡ଼ିଆ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ ।

ଟ୍ବିଟର ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରି କହିଛନ୍ତି, ‘‘ଓଡ଼ିଆ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । ଚଳଚ୍ଚିତ୍ର ଓ ଧାରାବାହିକରେ ଛାଡି ଯାଇଥିବା ନିଜ ନିଖୁଣ ଅଭିନୟର ଛାପ ସର୍ବଦା ଦର୍ଶକଙ୍କ ହୃଦୟରେ ସ୍ମରଣୀୟ ହୋଇ ରହିବ । ତାଙ୍କ ଅମର ଆତ୍ମାର ସହଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।’’

ସେହିପରି ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ଶୋକପ୍ରକାଶ କରି କହିଛନ୍ତି, ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ନିଜର ନିଖୁଣ ଅଭିନୟ ଦ୍ବାରା ଘରେ ଘରେ ପରିଚିତ ପିଣ୍ଟୁଙ୍କ ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ପିଣ୍ଟୁ ନନ୍ଦଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି କହିଛନ୍ତି, ଏହି ଖବର ଶୁଣି ମୁଁ ମର୍ମାହତ । ପିଣ୍ଟୁ ଓଡ଼ିଆ ଆଲବମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ଏଭଳି ବିଯୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି ।

ସେହିପରି ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଚଳଚ୍ଚିତ୍ର ଓ ଧାରାବାହିକରେ ନିଖୁଣ ଅଭିନୟ ପାଇଁ ସେ ସବୁବେଳେ ସେ ସର୍ବଦା ମନେ ରହିବେ ବୋଲି ପ୍ରଣବ ଟ୍ବିଟ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଏଥିସହ ଏନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅଭିନେତା ଶ୍ରୀତମ ଦୀସ, ଅନୁଭବ ମହାନ୍ତିଙ୍କ ଭଳି ଅନେକ ଓଲିଉଡ କଳାକାର ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଗତ କିଛି ଦିନ ହେଲା ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍‌ରେ ପୀଡ଼ିତ ହୋଇ ଚିକିତ୍ସାଧୀନ ରହିଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । ହେଲେ ସେଠାରେ ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେ ବୁଧବାର ରାତି ୧୧ଟା ୨୫ ମିନିଟ୍‌ରେ ସେଟାରେ ଶେଶ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୭ ବର୍ଷ ବୟସ ହୋଇଥିଲା।

ନିଜର ନିଖୁଣ ଅଭିନୟରେ ଗରେ ଘରେ ପରିଚିତ ପିଣ୍ଟୁ ନନ୍ଦ ଓଡିଆ ଆଲବମରୁ ନିଜ କ୍ୟାରିୟର ଆରମ୍ଭ କରି ପରେ 1996ରେ`କୋଇଲି' ଓଡିଆ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ । ପରେ ପରେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ମା ଗୋଜବାୟାଣୀ, ଜୟ ଶ୍ରୀରାମ, ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ଅଭିନୟ କରି ସର୍ବାଧିକ ଲୋକପ୍ରିୟ ହାସଲ କରିଥିଲେ।

ABOUT THE AUTHOR

...view details