ହାଇଦ୍ରାବାଦ: ସାଉଥ ମେଗା-ବ୍ଲକବଷ୍ଟର ଫିଲ୍ମ RRRରୁ ସୁପରହିଟ୍ ଗୀତ ନାଟୁ-ନାଟୁ ସହ ଓସ୍କାର ଜିତି ବେଶ ଲୋକପ୍ରିୟତା ସାଉଁଟିଛନ୍ତି ଅଭିନେତା ରାମ ଚରଣ । ଏବି ଐତିହାସିକ ସଫଳତା ପରେ ରାମ ଚରଣ ସାରା ବିଶ୍ବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଏହି ଗ୍ଲୋବାଲ ତାରକା ନିକଟରେ ନିଜ 38ତମ ଜନ୍ମଦିନ ଖୁବ ଧୁମଧାମରେ ପାଳନ କରିଥିଲେ। ଏବଂ ନିଜ ଜନ୍ମଦିନରେ ତିନି ତିନୋଟି ଖୁସି ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ। ନିଜ ଆଗାମୀ ଫିଲ୍ମ ଟାଇଟେଲ 'ଗେମ ଚେଞ୍ଜର' ଘୋଷଣା ସହ ଫିଲ୍ମରୁ ନିଜର ପ୍ରଥମ ଲୁକ୍ ଏବଂ ବାପା ହେବାର ଖୁସିକୁ ଖବର ଦେଇଥିଲେ। ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଛୁଟି କଟାଉଥିବା ଦେଖିବାକୁ ମିଳିଛି ।
ରାମଚରଣ ନିଜ ଗର୍ଭବତୀ ପତ୍ନୀ ଉପାସନା କାମିନେନି କୋନିଡେଲାଙ୍କ ସହ ଛୁଟି ସମୟ ବିତାଉଛନ୍ତି । ଉପସାନା ସୋସିଆଲ ମିଡିଆରେ ଛୁଟିରେ ଯିବା ବିଷୟରେ ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ବ୍ୟକ୍ତିଗତ ବିମାନ ଭିତରୁ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ରାମ ଚରଣ ତାଙ୍କ ପୋଷା କୁକୁର ସହ ଏକ ସୁନ୍ଦର ଲୁକ୍ରେ ବସିଥିବା ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ଉପାସନା ଲେଖିଛନ୍ତି, "ଏବଂ ଆମେ ଚାଲିଲୁ ।" ଉପସାନା ଏବଂ ରାମ ଚରଣ ବର୍ତ୍ତମାନ କିଛି ଦିନ ବାହାରେ ଛୁଟି କାଟିବେ ଏବଂ ସେମାନଙ୍କ ଆଗାମୀ ସନ୍ତାନ ପାଇଁ ମଧ୍ୟ ଅନେକ ପ୍ରସ୍ତୁତି କରିବେ । ତେବେ ଦମ୍ପତି କେଉଁଆଡ଼େ ଯାଉଛନ୍ତି ସେ ବିଷୟରେ ସୂଚନା ଦିଆଯାଇନାହିଁ ।