ଓଡିଶା

odisha

By

Published : Jul 22, 2022, 6:55 PM IST

ETV Bharat / entertainment

୬୮th National Film Award: ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ

ଘୋଷଣା ହୋଇଛି ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ହୋଇଛନ୍ତି ବିଜେତା । ଅଧିକ ପଢନ୍ତୁ

୬୮th National Film Award: ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ
୬୮th National Film Award: ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ

ଭୁବନେଶ୍ବର: ମନୋରଞ୍ଜନ ଜଗତର ସର୍ବଶ୍ରେଷ୍ଠ ପ୍ରତିଭାକୁ ପୁରସ୍କୃତ କରିବା ପାଇଁ ଆଜି ଘୋଷଣା ହୋଇଛି ୬୮ତମ ଜାତୀୟ ଫିଲ୍ମ ପୁରସ୍କାର । ଏହି ସମ୍ମାନରେ ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ ହୋଇଛନ୍ତି । ତାଙ୍କ ଲିଖିତ 'କାଲି ପାଇଁ କାଲି'ର ସିନେମା ପୁସ୍ତକ ପାଇଁ ଏହି ପୁରସ୍କାର ମିଳିଥିବା ଜଣାପଡ଼ିଛି ।

ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ସମ୍ମାନ

ସୂର୍ଯ୍ୟ ଦେଓ ଓଡ଼ିଆ ସିନେମା ଓ ଗୀତ ସମ୍ପର୍କରେ ଲେଖିଥାନ୍ତି । ତେବେ ତାଙ୍କର ଏହି ପୁସ୍ତକଟି ପକ୍ଷୀଘର ପ୍ରକାଶନୀ ପକ୍ଷରୁ ପ୍ରକାଶିତ କରାଯାଇଥିଲା । ଏକମାତ୍ର ଓଡ଼ିଆ ଭାବେ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ପୁରସ୍କାର ମିଳିଛି । ଓଡ଼ିଶାର କୌଣସି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିନାହିଁ । କେବଳ ପୁସ୍ତକ ପାଇଁ ସୂର୍ଯ୍ୟ ଦେଓ ପୁରସ୍କାର ପାଇବେ । ସୂର୍ଯ୍ୟ ତାଙ୍କର ରଚିତ ପୁସ୍ତକ 'କାଲି ପାଇଁ କାଲିର ସିନେମା' ପାଇଁ ଏହି ସମ୍ମାନ ପାଇବାକୁ ଯାଉଛନ୍ତି ।

ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଜାତୀୟ ସମ୍ମାନ

ଅଜୟ ଦେବଗନଙ୍କୁ 'ତାନାଜୀ' ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଆୱାର୍ଡ ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନ୍‌ ବିବେଚିତ ହୋଇଥିବା ବେଳେ ସୁରରାଇ ପୋଟରୁ ପାଇଁ ସୁରିଆଙ୍କୁ ବିବେଚିତ କରାଯାଇଛି । ଅନ୍ୟପଟେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅପର୍ଣ୍ଣା ବାଲମୂରଲିଙ୍କୁ ତାମିଲ ଡ୍ରାମା ସୁରରାଇ ପୋଟରୁ ପାଇଁ ଚୟନ କରାଯାଇଛି । ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ସାନିଆର ସଙ୍ଗୀତକାର ମନୋଜ ମୁନ୍‌ତାସିରଙ୍କୁ ଚୟନ କରାଯାଇଛି ।

ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଏକ ଉତ୍ସବର ଆୟୋଜନ କରାଯାଇ ଜାତୀୟ ପୁରସ୍କାର ପ୍ରଦାନ କରାଯିବ । ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍‌ରେ ଆଜି ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details