ଭୁବନେଶ୍ବର: ସିନେମା ମାୟାଦର୍ପଣ ପ୍ରଥମେ ହିନ୍ଦୀ ଭାଷାରେ ଭାରତର ୪୧ଟି ପ୍ରେକ୍ଷାଳୟରେ ରିଲିଜ ହୋଇଛି । ଭୁବନେଶ୍ବରରେ ସହିଦନଗରର ଆଇନକ୍ସ ହଲରେ ଏହାର ପ୍ରିମିୟର ହୋଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏହି ଫିଲ୍ମରେ ଦର୍ଶାଯାଇଛି । ତେଣୁ ସିନେମାଟି ସବୁ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁବ ବୋଲି ମେକର୍ସ ଆଶା ରଖିଛନ୍ତି ।
ମା' ହେଉଛି ସ୍ନେହ ଓ ମମତାର ପ୍ରତୀକ । ସେ ତା' ଛୁଆ ପାଇଁ ସାରା ଦୁନିଆ ସହ ଲଢେ। ନିଜେ ହାରି ତାକୁ ଜିତାଏ । ଆଉ ତା' ପାଇଁ ଅନେକ କିଛି ବଳିଦାନ ଦିଏ । ହେଲେ ଶେଷରେ ସେହି ଛୁଆ କିନ୍ତୁ ତା ବଳିଦାନର ମୂଲ୍ୟ ବୁଝେନି । ଯାହା ସେହି ମା'କୁ ସଂପୂର୍ଣ୍ଣ ଭାଙ୍ଗିଦିଏ । ଏଭଳି କିଛି ପାରିବାରିକ ଓ ମାର ତ୍ୟାଗକୁ ନେଇ ସିନେମାଟି ନିର୍ମାଣ କରାଯାଇଛି । ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି । ତେଣୁ ସିନେମାଟି ସବୁ ଦର୍ଶକଙ୍କ ହୃଦୟକୁ ଛୁଇଁବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।