ଭୁବନେଶ୍ବର:ଓଡିଆ ସିନେପ୍ରମୀଙ୍କ ପାଇଁ ଖୁସି ଖବର। ଫିଲ୍ମ ପ୍ରାଇଡରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ମନ ମ୍ୟୁଜିୟମ । ଏହି ଫିଲ୍ମ ଆଜି ଓଡ଼ିଶାର ୧୦ଟି ଜିଲ୍ଲାର ସିନେମାହଲରେ ରିଲିଜ ହୋଇଛି। ଧୃବାନନ୍ଦ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ହଲିଉଡ଼ ସିନେମା କରିଥିବା ଓଡ଼ିଆ ଅଭିନେତା ନିହାର ନାୟକ ଓ ଉପାସନା ମୁଖ୍ୟ ଭିମିକାରେ ନଜର ଆସିଛନ୍ତି । ତେବେ ଏକ ସୁନ୍ଦର ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ବେଶ ଭଲ ଲାଗିବ ବୋଲି ଆଶାବାଦୀ ରହିଛନ୍ତି କଳାକାର ଏବଂ ନିର୍ମାତା ।
ସୂଚନା ଅନୁସାରେ, ଭଲପାଇବାରେ ସ୍ୱାର୍ଥ ନ ଦେଖି କି ଭବିଷ୍ୟତ ବା ବିବାହ ଉପଯୋଗୀ ବୋଲି ନ ଭାବି କେବଳ ଭଲପାଇବାର ସ୍ମୃତିକୁ ଏକ ସୁନ୍ଦର ଉପହାର ଭାବି ମନରେ କିଭଳି ସାଇତି ରଖାଯାଇଛି। ତାହା ଫିଲ୍ମରେ ଦର୍ଶାଯାଇଛି। ତେବେ ଓଡ଼ିଆ ଅଭିନେତା ନିହାର ନାୟକ ଓ ଉପାସନାଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହି ଫିଲ୍ମ । ଏଥିସହ ଉପାସନା ଓ ନିହାରଙ୍କ ଛୋଟ ବେଳ ଚରିତ୍ରରେ ନଜର ଆସିଛନ୍ତି ସାୟଲ ମୁଖାର୍ଜୀ ଓ ଅନିମେଷ ଘୋଷ । ଏହି ସିନେମା ସଂଗୀତ ମୋସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ପ୍ରଯୋଜନା ଦେଇଛନ୍ତି ସଂଗୀତ ମହାନ୍ତି । ଶରତ ନାୟକ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଗୀତ ଗୁଡିକ ଶବ୍ଦରେ ସଜାଇଛନ୍ତି ବିଜୟ ମଲ୍ଲ । ଗିରିଶ ମହାନ୍ତିଙ୍କ କୋରିଓଗ୍ରାଫିରେ ସିନେମାର ଗୀତଗୁଡିକ ପ୍ରସ୍ତୁତ ହୋଇଥିବା ବେଳେ ଭରଦ୍ୱାଜ ପଣ୍ଡା କାହାଣୀ ଲେଖିଛନ୍ତି ।