ଓଡିଶା

odisha

By

Published : May 15, 2022, 7:28 PM IST

ETV Bharat / entertainment

ଓଡ଼ିଆ ସିନେମା 'ଦମନ': ଡ଼ାକ୍ତର ଓମକାର ହୋତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ବିଚ୍ଛିନ୍ନାଞ୍ଚଳରେ ସମର୍ପିତ ସେବା କରି ସାରା ଦେଶରେ ଚର୍ଚ୍ଚାରେ ଆସିଥିଲେ। ବଲାଙ୍ଗୀରର ଡ଼ାକ୍ତର ଓମକାର ହୋତା। ତାଙ୍କର ସମର୍ପିତ ସେବାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ଦମନ। ଅଧିକ ପଢନ୍ତୁ

ଡାକ୍ତରଙ୍କ ସଂଘର୍ଷ ପୂର୍ଣ୍ଣ ସେବାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ଦମନ
ଡାକ୍ତରଙ୍କ ସଂଘର୍ଷ ପୂର୍ଣ୍ଣ ସେବାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ଦମନ

ବଲାଙ୍ଗୀର : ଡ଼ାକ୍ତର ଓମକାର ହୋତା। ଯିଏ କି ବିଚ୍ଛିନ୍ନାଞ୍ଚଳରେ ସମର୍ପିତ ସେବା କରି ସାରା ଦେଶରେ ଚର୍ଚ୍ଚାରେ ଆସିଥିଲେ। ମାଓ ପ୍ରଭାବିତ ଆଦିବାସୀ ଅଞ୍ଚଳରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସ୍ବାସ୍ଥ୍ୟ ଦେବା ଯୋଗାଇ ଥିଲେ ବଲାଙ୍ଗୀର ସହର ଯୁବ ଡ଼ାକ୍ତର ଓମକାର ହୋତା । ତାଙ୍କର ସେହି ଉଦ୍ୟମ ଯୋଗୁଁ ସେ ସାରା ବିଶ୍ୱରେ ପ୍ରଶଂସିତ ହୋଇଥିଲା। ଏବେ ସେହି ଡାକ୍ତର ରୂପୀ ଭଗବାନ ଓମକାର ହୋତାଙ୍କ ସଂଘର୍ଷପୂର୍ଣ୍ଣ ସେବାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ଦମନ। ଯାହା ଓଡ଼ିଶାର ପ୍ରଥମ ସତ୍ୟ କଥା ଆଧାରିତ ସିନେମା ଅଟେ । ଯେଉଁଥିରେ ଡାକ୍ତରଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ବାବୁଶାନ ।

ଡାକ୍ତରଙ୍କ ସଂଘର୍ଷ ପୂର୍ଣ୍ଣ ସେବାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ଦମନ

ମାଲକାନଗିରି ମୁଖ୍ୟ ସହର ଠାରୁ 95 କିଲୋମିଟର ଦୂରରେ ଥିବା ପାପ୍ଲୁ ଅଞ୍ଚଳରେ ଲୋକେ ଆଜିବି ସବୁ ମୌଳିକ ସୁବିଧାରୁ ବଞ୍ଚିତ । ରାସ୍ତା ଘାଟନ ଥିବା ବେଳେ ବିଦ୍ୟୁତ୍ ଓ ଅନ୍ୟାନ୍ୟ ସୁବିଧା ଏଠି ଯେମିତି ସାତ ସପନ ଅଟେ। ସେହିପରି ମାଓଙ୍କ ଗଡ ହୋଇଥିବାରୁ ଏଠି ବିକାଶର ଧାରା ଯେମିତି ଅଟକି ରହିଛି। ଏଭଳି ସ୍ଥଳେ ବିନା ଆନୁଷଙ୍ଗିକ ସୁବିଧା ମଧ୍ୟରେ ଡ଼ାକ୍ତର ଓମକାର ହୋତା ଡାକ୍ତରୀ ସାରିବା ପରେ ମାଲକାନଗିରି ଜିଲ୍ଲାରେ ପୋଷ୍ଟିଂ କରିଥିଲେ। ଅନେକ ଡ଼ାକ୍ତର ଏହି ପଛୁଆ ଜିଲ୍ଲାକୁ ଯିବା ପାଇଁ ପଛଘୁଞ୍ଚା ଦେଇଥିବାବେଳେ ଡ଼ାକ୍ତର ଓମକାର ହୋତା ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ନେଇ ଆଗକୁ ବଢିଥିଲେ। ଏବଂ ନିଜେ ସେଠିକାର ସବୁଠୁ ଅନୁନ୍ନତ ଅଞ୍ଚଳ ପାପ୍ଲୁରେ ଡ଼ାକ୍ତର ଭାବରେ ଯୋଗଦାନ କରିଥିଲେ।

କାର୍ଯ୍ୟରେ ଯୋଗଦାନ ପରେ ଏହି ଆଦିବାସୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଘର ବାନ୍ଧିଥିବା ବେଳେ ଲୋକେ ଚିକିତ୍ସା ପାଇଁ ଗୁଣି ଗାରେଡ଼ିକୁ ସାହା କରି ଆସୁଥିଲେ। ସେହିପରି ଏହି ଅଞ୍ଚଳରେ ପ୍ରସବ କରୁଥିବା ମହିଳା ଙ୍କୁ ଅନ୍ଧବିଶ୍ୱାସ ହେତୁ କେହି ହାତ ଦିଅନ୍ତି ନାହିଁ । ଫଳରେ ପ୍ରସବ ପାଇଁ ଥିବା ମହିଳା ଓ ଶିଶୁ ମୃତ୍ୟୁ ମୁଖରେ ପଡ଼ି ଆସୁଥିଲେ। ତେବେ ଏହି ଡ଼ାକ୍ତର ନିଜେ ୨୦ରୁ ୨୫ କିମି ଚାଲି ଯାଇ ଲୋକଙ୍କୁ ସଚେତନ କରିବା ସହ ମହିଳାଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା କରୁଥିଲେ। ଯାହାର ଭିଡିଓ ସେତେବେଳେ ଭାଇରାଲ ହୋଇଥିଲା । ଏବଂ ଡାକ୍ତରଙ୍କୁ ଏଥିପାଇଁ ସବୁଠୁ ପ୍ରଶଂସାର ସୁଅ ଛୁଟି ଥିଲା। ସେହିପରି ସେ ତାଙ୍କର ଏଭଳି ସେବା ପାଇଁ ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନ ଦ୍ଵାରା ପୁରସ୍କୃତ ମଧ୍ୟ ହୋଇଥିଲେ। ଏହାଛଡା ଏହି ଅଞ୍ଚଳ ମ୍ୟାଲେରିଆ ପ୍ରବଣ ଥିବାବେଳେ ସେ ଏଥି ପାଇଁ କାମ କରିବା ସହ ଲୋକଙ୍କ ଚିକିତ୍ସା କରି ଥିଲେ।

ସେହିପରି ତାଙ୍କର ଆପ୍ରାଣ ଉଦ୍ୟମରେ ଏହି ଅଞ୍ଚଳରେ ଶିଶୁ ଓ ମାତୃ ମୃତ୍ୟୁ ହାରରେ ମଧ୍ୟ ବ୍ରେକ ଲାଗି ଥିଲା। ତେବେ ତାଙ୍କର ଏହି ସଂଘର୍ଷ ପୂର୍ଣ୍ଣ ସେବାକୁ ନେଇ ସେ ସବୁଠି ପରିଚିତ ହୋଇଥିବା ବେଳେ ଏହି ସତ୍ୟ ଘଟଣା ଉପରେ ଆଧାରିତ କାହାଣୀକୁ ନେଇ ଏବେ ଏକ ଓଡ଼ିଆ ସିନେମା ତିଆରି ହୋଇଛି। ଯାହା ଓଡ଼ିଶାର ପ୍ରଥମ ସତ୍ୟ କଥା ଆଧାରିତ ସିନେମା ଅଟେ । ଯେଉଁଥିରେ ଏହି ଡାକ୍ତରଙ୍କ ସଂଘର୍ଷ ସେବାକୁ ଅଭିନେତା ବାବୁଶାନ ରୂପେଲି ପରଦାରେ ପ୍ରଦର୍ଶିତ କରିବେ। ତେବେ ଏହି ସିନେମା ଅନ୍ୟ ଡାକ୍ତରଙ୍କୁ ମଧ୍ୟ ଉତ୍ସାହିତ ଓ ପ୍ରେରିତ କରିବ ବୋଲି ନିଜେ ଡ଼ାକ୍ତର ଓମକାର ହୋତା କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details