ଓଡିଶା

odisha

ETV Bharat / entertainment

ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବଖାଣିଲେ ନୁସରତ, ଭାରତ ସରକାରଙ୍କୁ ଦେଲେ ଧନ୍ୟବାଦ - ଭିଡିଓ ସେୟାର କରି ଭାରତ ସରକାରଙ୍କୁ ଦେଲେ ଧନ୍ୟବାଦ

ନୁସରତ ଭରୁଚା ଇସ୍ରାଇଲ ଫେରିବା ପରେ ବର୍ତ୍ତମାନ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ସୁରକ୍ଷିତ ଭାବେ ଫେରିବା ନେଇ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବଖାଣିଲେ ନୁସରତ, ଭିଡିଓ ସେୟାର କରି ଭାରତ ସରକାରଙ୍କୁ ଦେଲେ ଧନ୍ୟବାଦ
ଇସ୍ରାଏଲରୁ ଫେରିବା ପରେ ଅନୁଭୂତି ବଖାଣିଲେ ନୁସରତ, ଭିଡିଓ ସେୟାର କରି ଭାରତ ସରକାରଙ୍କୁ ଦେଲେ ଧନ୍ୟବାଦ

By ETV Bharat Odisha Team

Published : Oct 10, 2023, 7:11 PM IST

ହାଇଦ୍ରାବାଦ: ଗତ କିଛି ଦିନ ହେବ 'ଅକେଲି' ଫେମ୍ ଅଭିନେତ୍ରୀ ନୁସରତ ଭରୁଚା ଶିରୋନାମାରେ ରହିଛନ୍ତି । ବାସ୍ତବରେ, ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ନୁସରତ ଇସ୍ରାଏଲରେ ଫସି ରହିଥିଲେ । ସେ 8 ଅକ୍ଟୋବରରେ ସୁରକ୍ଷିତ ଭାବେ ନିଜ ଭାରତ ଫେରିଥିଲେ । ଏହି ଅଭିନେତ୍ରୀଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସେ ବହୁତ ବିବ୍ରତ ଏବଂ ଭାବପ୍ରବଣ ଦେଖାଯାଉଥିଲେ । ବର୍ତ୍ତମାନ ଭାରତ ଆସିବାର ଦୁଇ ଦିନ ପରେ ସେ ଏକ ଭିଡିଓ ସେୟାର କରି ନିଜ ପ୍ରତିକ୍ରିୟା ଦେଇଛନ୍ତି।

ସୋସିଆଲ ମିଡିଆରେ ନୁସରତ ଏକ ଭିଡିଓ ସେୟାର କରିଛନ୍ତି । ଇସ୍ରାଏଲରୁ ଫେରିବା ପରେ ନୁସରତ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଏବଂ ତାଙ୍କ କାହାଣୀ ବର୍ଣ୍ଣନା କରିଛନ୍ତି । ଭିଡିଓ ଆରମ୍ଭରେ, ଇସ୍ରାଏଲରେ ଫସି ରହିଥିବା ବେଳେ ନୁସରତ ତାଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିବା ଏବଂ ତାଙ୍କୁ ମେସେଜ୍‌ ସହ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏବଂ ଭାରତକୁ ନିରାପଦରେ ଫେରିବା ପାଇଁ ଏହି ଭିଡିଓ ମାଧ୍ୟମରେ ନୁସରତ ଭାରତ ସରକାର, ଭାରତୀୟ ଏବଂ ଇସ୍ରାଏଲ୍ ଦୂତାବାସକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଶୀଘ୍ର ଶାନ୍ତି ପ୍ରତିଷ୍ଠା ହେବ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ।

ନୁସରତ କହିଛନ୍ତି ଯେ, ତେଲ ଅଭିବରେ ବୋମା ବିସ୍ଫୋରଣ ଏବଂ ସାଇରନ ଶବ୍ଦ ଶୁଣିବା ପରେ ସେ ଅତ୍ୟନ୍ତ ବିବ୍ରତ ହୋଇଥିଲେ । ନିଜକୁ ବଞ୍ଚାଇବା ପାଇଁ ତାଙ୍କୁ ଏକ ତଳ ମହଲାରେ ଆଶ୍ରୟ ନେବାକୁ ପଡିଲା । ସେ କହିଛନ୍ତି ଯେ ଭାରତକୁ ଫେରିବା ପରେ ସେ ହୃଦୟଙ୍ଗମ କରୁଛନ୍ତି ଯେ ଆମେ ସମସ୍ତେ ଭାଗ୍ୟବାନ ଯେ ଆମ ଦେଶରେ ସୁରକ୍ଷିତ ଏବଂ ଶାନ୍ତିରେ ବାସ କରୁଛୁ ।

ଏହା ମଧ୍ୟ ପଢନ୍ତୁ:ସାମ୍ନାକୁ ଆସିଲା ନୁସରତଙ୍କ ଭିଡିଓ, ଯୁଦ୍ଧ ପୂର୍ବରୁ ଇସ୍ରାଏଲରେ ଗାଉଥିଲେ ଗୀତ

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅକେଲିର ପ୍ରିମିୟର ପାଇଁ ହାଇଫା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିଲେ । ହେଲେ ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ସେଠାରେ ସେ ଫଶି ରହିଥିଲେ । ଅଭିନେତ୍ରୀ ଅକ୍ଟୋବର 7ରେ ଆକ୍ରମଣ ପରେ ତାଙ୍କ ଟିମ୍ ତାଙ୍କ ସହ ଯୋଗାଯୋଗ ହରାଇଥିଲା । ପୂର୍ବାହ୍ନ ସାଢ଼େ ୧୨ରେ ଟିମ୍‌ ନୁସରତଙ୍କ ସହ ଯୋଗାଯୋଗ କରିଥିଲା । ସେତେବେଳେ ସେ ବେସ୍‌ମେଣ୍ଟ୍‌ରେ ସୁରକ୍ଷିତ ଥିବା କଥା ଜଣାଇଥିଲେ । ହେଲେ ଏହା ପରଠୁ ତାଙ୍କ ସହ ଯୋଗାଯୋଗ ହରାଇଥିଲେ । ଯାହାକୁ ନେଇ ସେମାନେ ଭାରତ ସରକାରଙ୍କୁ ନୁସରତଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇବାକୁ ଅପିଲ୍‌ କରିଥିଲେ । ଏହାପରେ ନୁସରତ ଭାରତ ସରକାର, ଭାରତୀୟ ଏବଂ ଇସ୍ରାଏଲ୍ ଦୂତାବାସଙ୍କ ସହାୟତାରେ ଅକ୍ଟୋବର ୮ରେ ମୁମ୍ବାଇ ଫେରିଥିଲେ ।

ABOUT THE AUTHOR

...view details