ଓଡିଶା

odisha

ETV Bharat / entertainment

ଉଦୟପୁରରେ ରୀତିନୀତିରେ ଇରା-ନୂପୁରଙ୍କ ବିବାହ; ମୁମ୍ବାଇରେ ରିସେପସନ୍, ସାମିଲ ହେବେ ଏହି ସେଲିବ୍ରିଟି

Nupur-Ira Weeding Reception: ରେଜିଷ୍ଟ୍ରୀ ମ୍ୟାରେଜ ପରେ ଏବେ ଉଦୟପୁରରେ ରୀତିନୀତିରେ ବିବାହ କରିବେ ଇରା ଖାନ ଏବଂ ନୂପୁର ଶିଖରେ । ମୁମ୍ବାଇରେ ହେବ ଗ୍ରାଣ୍ଡ ରିସେପସନ । ଯେଉଁଥିରେ ବଲିଉଡର ଅନେକ ସେଲିବ୍ରିଟି ସାମିଲ ହେବେ । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 5, 2024, 2:16 PM IST

ଉଦୟପୁରରେ ରୀତିନୀତିରେ ଇରା-ନୂପୁରଙ୍କ ବିବାହ
ଉଦୟପୁରରେ ରୀତିନୀତିରେ ଇରା-ନୂପୁରଙ୍କ ବିବାହ

ହାଇଦ୍ରାବାଦ:ଆମୀର ଖାନଙ୍କ ଲାଡଲି ଇରା ଖାନ ଏବଂ ଫିଟନେସ୍ କୋଚ୍ ନୂପୁର ଶିଖରେ ଜାନୁଆରୀ ୩ରେ କୋର୍ଟ ମ୍ୟାରେଜ କରିଛନ୍ତି । ବର୍ତ୍ତମାନ ଏହି ଦମ୍ପତି ଉଦୟପୁରରେ ରୀତିନୀତିରେ ବିବାହ କରିବେ । ଖବର ଅନୁଯାୟୀ, ଏହି ଦମ୍ପତି ରାଜସ୍ଥାନର ଉଦୟପୁରରେ ଜାନୁଆରୀ ୮ରେ ବିବାହ କରିବାକୁ ଥିବାବେଳେ ଜାନୁଆରୀ ୧୩ରେ ମୁମ୍ବାଇରେ ଉଭୟଙ୍କ ଏକ ଗ୍ରାଣ୍ଡ ରିସ୍ପେସନ ପାର୍ଟି ଆୟୋଜିତ ହେବ ।

ଉଦୟପୁରରେ ଆମୀର ଖାନଙ୍କ ଝିଅ ଇରା ଖାନ ନୂପୁର ଶିଖରେଙ୍କ ରୀତିନୀତିରେ ପଡିବ ହାତଗଣ୍ଠି । ଏହି ବିବାହ କାର୍ଯ୍ୟକ୍ରମ ଜାନୁଆରୀ ୮ରେ ଆରମ୍ଭ ହୋଇ ୧୦ ଯାଏଁ ଚାଲିବ । ବିବାହ ଉତ୍ସବ କୋଡିୟାତର ରାଜ ଆରଭଳି ହୋଟେଲରେ ଆୟୋଜିତ ହେବ । ବିବାହ ପୂର୍ବରୁ ଆମୀର ଖାନ ଉଦୟପୁର ଗସ୍ତ କରିବେ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଆମୀର ଖାନ ଆଜି ଉଦୟପୁର ଗସ୍ତରେ ଯାଇ ସେଠାକାର ପ୍ରସ୍ତୁତି ଅନୁଧ୍ୟାନ କରିବେ ଏବଂ ଅନ୍ୟ ପରିବାର ସଦସ୍ୟ ଜାନୁଆରୀ ୭ରେ ସେଠାରେ ପହଞ୍ଚିବେ ବୋଲି ଜଣାପଡିଛି । ଉଦୟପୁରରେ ୩ ଦିନିଆ ହେବାକୁ ଥିବା ଏହି ରାଜକୀୟ ବିବାହ ଉତ୍ସବରେ ପ୍ରାୟ ୨୦୦ରୁ ଅଧିକ ଲୋକ ସାମିଲ ହେବେ ବୋଲି ଜଣାପଡିଛି ।

ଏହାପରେ ଆମୀର ଖାନ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଏକ ଗ୍ରାଣ୍ଡ ରିସ୍ପେସନ ପାର୍ଟିର ଆୟୋଜନ କରିବେ । ଯାହା ଜାନୁଆରୀ ୧୩ରେ ମୁମ୍ବାଇରେ ଅନୁଷ୍ଠିତ ହେବ । ଆମୀର ଏହି ସମାରୋହ ପାଇଁ ଅମ୍ବାନୀ ପରିବାର ଠାରୁ ଆରମ୍ଭ କରି ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ନିୟନ୍ତ୍ରଣ କରିଥିବା ଜଣାପଡିଛି । ବିକେସି ଜିଓ ସେଣ୍ଟରରେ ରିସେପସନ ପାର୍ଟି ଆୟୋଜିତ ହେବାକୁ ଥିବାବେଳେ ଅନେକ ବଲିଉଡ ଏବଂ ରାଜନେତା ଯୋଗ ଦେବେ । ସଲମାନ ଖାନ, ଶାହାରୁଖ ଖାନ, ଅଜୟ ଦେବଗନ, ଅମିତାଭ ବଚ୍ଚନ, କରଣ ଜୋହର, ଅକ୍ଷୟ କୁମାର, କରୀନା କପୁର, ରାଜକୁମାର ହିରାନୀ, ଜୁହି ଚାୱଲାଙ୍କ ସମେତ ଆମୀରଙ୍କ ଅନେକ ସେଲିବ୍ରିଟି ବନ୍ଧୁ ଏବଂ ସହକର୍ମୀ ଇରା ନୂପୁରଙ୍କ ରିସେପସନରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ:ସରିଲା ଆମୀର ଖାନଙ୍କ ଝିଅ ବାହାଘର; ହାଫ୍ ପ୍ୟାଣ୍ଟ ପିନ୍ଧି ଇରାଙ୍କୁ ବାହାହେଲେ ନୂପୁର

ସୂଚନା ଥାଉକି, ଜାନୁଆରୀ ୩ରେ ମୁମ୍ବାଇରେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ ଇରା ଏବଂ ନୂପୁର । ଏହି ସମୟରେ ନୂପୁର ହାପ୍ ଫ୍ୟାଣ୍ଟ ଏବଂ ବାନିଆନରେ ନଜର ଆସିଥିବା ବେଳେ ଜଗିଂ କରି ବିବାହ ପାଇଁ ପହଞ୍ଚିଥିଲେ । ପରିବାର, ସାଙ୍ଗସାଥୀଙ୍କ ଉପସ୍ଥିତିରେ ସମାନ ଲୁକରେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ । ଏହି ସମାରୋହରେ ଆମୀରଙ୍କ ଉଭୟ ପୂର୍ବ ପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓ ସାମିଲ ହୋଇଥିଲେ । ଏଥିସହ ସମସ୍ତେ ଏକାଠି ଫ୍ୟାମିଲି ଫଟୋ ମଧ୍ୟ କ୍ଲିକ କରିଥିଲେ । ଯାହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ABOUT THE AUTHOR

...view details