ଓଡିଶା

odisha

ETV Bharat / entertainment

ଆନିମଲ ସଫଳତା ପାର୍ଟି; ମନ ଜିତିଲେ ଆଲିଆ-ରଣବୀର, ସାମିଲ ହେଲେ ଏହି ସେଲିବ୍ରିଟି - ଆନିମଲ ସଫଳତା ପାର୍ଟି

Animal Success Party: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ଡିସେମ୍ବର ୧ରେ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହାରି ମଧ୍ୟରେ ନିର୍ମାତା ଫିଲ୍ମର ସଫଳତା ନେଇ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ସହ ଅନେକ ବି-ଟାଉନ ସେଲିବ୍ରିଟି ସାମିଲ ହୋଇ ଚାରଚାନ୍ଦ ଲଗାଇଥିଲେ । ଦେଖନ୍ତୁ ଭିଡିଓ

ଆନିମଲ ସଫଳତା ପାର୍ଟି; ମନ ଜିତିଲେ ଆଲିଆ-ରଣବୀର, ବି-ଟାଉନର ଏହି ସେଲବ୍ରିଟି ବି ଆସିଲେ ନଜର
ଆନିମଲ ସଫଳତା ପାର୍ଟି; ମନ ଜିତିଲେ ଆଲିଆ-ରଣବୀର, ବି-ଟାଉନର ଏହି ସେଲବ୍ରିଟି ବି ଆସିଲେ ନଜର

By ETV Bharat Odisha Team

Published : Jan 7, 2024, 10:11 AM IST

ହାଇଦ୍ରାବାଦ: ରଣବୀର କପୁରଙ୍କ ୨୦୨୩ ବର୍ଷର ଶେଷ ଫିଲ୍ମ 'ଆନିମଲ' ବକ୍ସ ଅଫିସରେ ଖୁବ ଧମାଲ କରିଛି । ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ପ୍ରତ୍ୟେକ ଚରିତ୍ରଙ୍କ ଲୁକ୍ ଠାରୁ ଆରମ୍ଭ କରି ତାରକାଙ୍କ ଅଭିନୟ ଲୋକଙ୍କୁ ବେଶ ଆକୃଷ୍ଟ କରିପାରିଛି । ଏହି ଫିଲ୍ମ କେବଳ ଯେ ଭାରତରେ ନୁହେଁ ବିଶ୍ବରେ ବେଶ କମାଲ କରିଛି । ରିଲିଜର ୩୭ ଦିନ ମଧ୍ୟରେ ଫିଲ୍ମ ୫୫୦ କୋଟି ପାଖାପାଖି ଏବଂ ବିଶ୍ବରେ ୯୦୦କୋଟି ପାଖାପାଖି ଆୟ କରିଛି । ଏହାରି ମଧ୍ୟରେ ନିର୍ମାତା ଫିଲ୍ମର ସଫଳତା ନେଇ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଫିଲ୍ମର ସମସ୍ତ ଷ୍ଟାର କାଷ୍ଟ ସହ ଅନେକ ବି-ଟାଉନ ସେଲିବ୍ରିଟି ସାମିଲ ହୋଇଥିଲେ ।

ମୁମ୍ବାଇରେ ଆୟୋଜିତ ଫିଲ୍ମର ସଫଳତା ପାର୍ଟିରେ ନିଜ ପରିବାର ସହ ରଣବୀର କପୁର ନଜର ଆସିଥିବା ବେଳେ ଆଲିଆ-ରଣବୀରଙ୍କ କେମେଷ୍ଟ୍ରି ସମସ୍ତଙ୍କ ମନ ଜିତିଥିଲା । ଆଲିଆ ବ୍ଲୁ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ରଣବୀର ବ୍ଲାକ ରଙ୍ଗର ସୁଟରେ ନଜର ଆସିଥିଲେ । ଏଥିସହ ରଣବୀରଙ୍କ ମାଆ ନୀତୁ କପୁର ଏବଂ ଶ୍ବଶୁର ମହେଶ ଭଟ୍ଟ ମଧ୍ୟ ସାମିଲ ହୋଇଥିଲେ । ପୁରା ପରିବାର କ୍ୟାମେରା ଆଗରେ ଏକାଠି ପୋଜ ଦେଇଥିଲେ । ରଣବୀର ଏବଂ ଆଲିଆ ଏକାକୀ ମଧ୍ୟ ପୋଜ ଦେଇଥିଲେ ।

ରାଣବୀର, ଆଲିଆଙ୍କ ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିବା ସହ ଉଭୟଙ୍କ ଖୁବ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, ବଲିଉଡର ଶ୍ରେଷ୍ଠ ଦମ୍ପତି । ଆଉ ଜଣେ ଲେଖିଛନ୍ତି, କୁଇନ ଆଣ୍ଡ କିଙ୍ଗ୍ । ସେହିପରି ଏହି ପାର୍ଟିରେ ତ୍ରିପ୍ତୀ ଡିମ୍ରି, ରଶ୍ମିକା ମନ୍ଦାନା, ଅନୀଲ କପୁର, ବବି ଦେଓଲ ଏବଂ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ସମେତ ଫିଲ୍ମର ପୁରା ଷ୍ଟାର କାଷ୍ଟ ଏବଂ ତମନ୍ନା ଭାଟ୍ଟିଆ, ସ୍ବାମୀ ରିତେଶ ଦେଶମୁଖଙ୍କ ସହ ଜେନିଲିଆ ଡିସୁଜା, ମାନୁଷୀ ଚିଲର, ଫରାହ ଖାନ, ରାଶା ଥଡାନୀ ପ୍ରମୁଖ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ:ମୋଟ ଅଙ୍କର ଫି' ଚାର୍ଜ କରିଛନ୍ତି 'ଆନିମଲ' ତାରକା, ଜାଣିଲେ ଉଡିଯିବ ହୋସ୍

ଆନିମଲ ଫିଲ୍ମ ବିଷୟରେ କହିବାକୁ ଗଲେ, ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବାପା ପୁଅର ସମ୍ପର୍କ ଉପରେ ଆଧାରିତ । ଯେଉଁଥିରେ ଅନୀଲ କପୁର ବାପା ଭୂମିକାରେ ଅଭିନୟ କରିଥିବା ବେଳେ ରଣବୀର କପୁର ତାଙ୍କ ପୁଅ ହୋଇଛନ୍ତି । ବବି ଦେଓଲ ରଣବୀରଙ୍କ ଶତ୍ରୁ ଭାବେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ସେହିପରି ରଶ୍ମିକା ମନ୍ଦାନା ରଣବୀରଙ୍କ ସ୍ତ୍ରୀ ହୋଇଥିବା ବେଳେ ତ୍ରିପ୍ତୀ ରଣବୀରଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଦର୍ଶାଯାଇଛି । ଆକ୍ସନ ଓ ରୋମାନ୍ସରେ ଭରା ଏହି ଫିଲ୍ମ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ରିଲିଜର ୩୭ତମ ଦିନ ମଧ୍ୟରେ ଭାରତରେ ମୋଟ ୫୪୯.୩୯ କୋଟି ଏବଂ ବିଶ୍ବରେ ୮୯୭ କୋଟି ଆୟ କରି ସଫଳତା ହାସଲ କରିଛି ।

ABOUT THE AUTHOR

...view details