ହାଇଦ୍ରାବାଦ:ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ 200 କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ ଡ୍ୟାନ୍ସ କୁଇନ୍ ନୋରା ଫତେହି ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି । ଏହି ପ୍ରସଙ୍ଗରେ ପୋଲିସ ନୋରା ଫତେହିଙ୍କୁ ଅନେକ ଥର ପଚରାଉଚରା କରିଛି । ମନି ଲଣ୍ଡରିଂ ମାମଲାରେ ନୋରା ଫତେହି ଇଡି ଟାର୍ଗେଟରେ ଅଛନ୍ତି । ଏହାପୂର୍ବରୁ ନୋରା ନିଜେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ରେ ପହଞ୍ଚି ଏହି ମାମଲାରେ ନିଜ ବୟାନ ରେକର୍ଡ କରାଇଥିଲେ । ତେବେ ଆଜି ପୁଣି ହାଜର ହୋଇଛନ୍ତି ନୋରା ।
ବହୁ ବଡ଼ ବଡ଼ ବଲିଉଡ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖର ମାମଲା ଏବଂ 200 କୋଟି ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଛନ୍ତି । ନୋରା ଫତେହିଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇଛି । ନୋରା ଫତେହି ମଧ୍ୟ ସୁକେଶଠାରୁ ମହଙ୍ଗା ଉପହାର ନେଇଥିବା ଅଭିଯୋଗ ହୋଇଛି । ଏହା ମଧ୍ୟ କୁହାଯାଉଛି ଯେ, ଅନେକ ବଲିଉଡ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଗାଯୋଗରେ ଥିଲେ । ଏଥିପାଇଁ ନୋରାଙ୍କୁ ବାରମ୍ବାର ପଚରାଉଚରା କରୁଛି ଇଡି । ମାମଲାରେ ଆଜି ପୁଣି ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି ନୋରା । ଏହି ସମୟରେ ସେ ବ୍ଲାକ୍ ଆଉଟଫିଟ୍ରେ ନଜର ଆସିଥିଲେ ।
ସୂଚନା ଥାଉ କି, ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ ନୋରା ଫତେହିଙ୍କୁ ମଧ୍ୟ ଅନେକ ଥର ପଚରାଉଚରା କରାଯାଇଥିଲା, ଏହି ସମୟରେ ନୋରା ପ୍ରକାଶ କରିଥିଲେ ଯେ ସୁକେଶ ଚନ୍ଦ୍ରଶେଖର ତାଙ୍କ ଜ୍ବାଇଁ ବବିଙ୍କୁ ପ୍ରାୟ 65 ଲକ୍ଷ ଟଙ୍କାର BMW କାରକୁ ଉପହାର ଦେଇଥିଲେ । ଅଭିନେତ୍ରୀଙ୍କ କହିବାନୁସାରେ, ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କ ଦ୍ବାରା ଚେନ୍ନାଇରେ ନିର୍ମିତ ଏକ ଷ୍ଟୁଡିଓର କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରିବର୍ତ୍ତେ ସୁକେଶ ଫି' ବଦଳରେ ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରକୁ ନୋରାକୁ ଉପହାର ଦେଇଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ, ସେ ହ୍ୱାଟ୍ସଆପ୍ ଜରିଆରେ ସୁକେଶଙ୍କ ସହିତ କଥାବାର୍ତ୍ତା କରୁଥିଲେ, କିନ୍ତୁ ପରେ ନୋରାଙ୍କୁ ବାରମ୍ବାର ହଇରାଣ କରିବା ପରେ ସୁକେଶଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ ।