ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଲୋକପ୍ରିୟ ଡ୍ୟାନ୍ସର ନୋରା ଫତେହି ତାଙ୍କ ହୋମ୍ ଟାଉନ ମରକ୍କୋରେ ହୋଇଥିବା ଭୂକମ୍ପ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତା ସହିତ ଏଭଳି ଅସମୟରେ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନୋରା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପିଏଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମରକ୍କୋବାସୀଙ୍କୁ ସହଯୋଗ ପାଇଁ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ନୋରା ନୋରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ମରକ୍କୋବାସୀଙ୍କ ପାଇଁ ପ୍ରାର୍ଥନା କରୁଥିବା ଲେଖିଛନ୍ତି । ଏହା ପରେ ନୋରା ତାଙ୍କ ଇନ୍ଷ୍ଟା ଷ୍ଟୋରୀରେ ପିଏମ୍ ମୋଦିଙ୍କ ଟ୍ୱିଟରର୍ ଏକ ଫଟୋ ସେୟାର କରି ଲେଖିଛନ୍ତି, "ଏହି ବଡ଼ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ସଚେତନତା ସୃଷ୍ଟି କରିବା ଏବଂ ଏକ ସାହାଯ୍ୟର ହାତ ବଢାଇଥିବା ଦେଶଗୁଡ଼ିକ ମଧ୍ୟରେ ରହିଛି ଭାରତ, ମରକ୍କୋବାସୀ ଆପଣଙ୍କ ସହଯୋଗ ପାଇଁ କୃତଜ୍ଞ । ଜୟ ହିନ୍ଦ ।"
ସେ ଆହୁରି ଲେଖିଛନ୍ତି, 'ମରକ୍କୋରେ ହୋଇଥିବା ଭୂକମ୍ପ ଅତ୍ୟନ୍ତ ଭୟଙ୍କର । ଅନେକ ଜଣ ପ୍ରଭାବିତ ହୋଇଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ମୁଁ ବର୍ତ୍ତମାନ ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି, ଏହା ଅତ୍ୟନ୍ତ ଭୟାନକ ଅଟେ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ, ମୋର ବନ୍ଧୁ ଏବଂ ପରିବାର ସୁରକ୍ଷିତ ଅଛନ୍ତି । ଯେଉଁମାନେ ପ୍ରିୟଜନଙ୍କୁ ହରାଇଛନ୍ତି ସୋମାନଙ୍କୁ ହୃଦୟରୁ ସମବେଦନା ଜଣାଉଛି । ସୂଚନା ଥାଉ କି, ଗତକାଲି(ଶନିବାର) ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରକ୍କୋ ଭୂମିକମ୍ପରେ ଦୁଃଖ ପ୍ରକାଶ କରିବା ସହ ପୀଡ଼ିତଙ୍କ ପ୍ରତି ଗଭରୀ ସମବେଦନା ପ୍ରକାଶ କରିଛନ୍ତି । ଏଥିସହ ଭାରତ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ଚାଲିଛି ଜବାନ କ୍ରେଜ, ସୁପରସଣ୍ଡେରେ ଆଡଭାନ୍ସ ବୁକିଂରେ ଫିଲ୍ମ କଲା ଏତିକି କଲେକ୍ସନ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ 18.5 କିଲୋମିଟର ଗଭୀରତାରେ ମରକ୍କୋରେ ଭୟଙ୍କର ଭୂକମ୍ପ ଅନୁଭୁତ ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ 2,000 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏବଂ 2,059 ଜଣ ଆହତ ହୋଇଛନ୍ତି ଏବଂ ଅନେକ ବାସହରା ହୋଇପଡିଛନ୍ତି । ଏବେ ବି ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କୁ ଉଦ୍ଧାର କରିବାକୁ ରେସ୍କ୍ୟୁ ଅପରେସନ ଜାରି ରହିଛି । ଶନିବାର ଦିନ କର୍ତ୍ତୃପକ୍ଷ ଦେଶରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି । ମୋରୋକା ଭୂକମ୍ପରେ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଦେଶର ବିଭିନ୍ନ ରାଷ୍ଟ୍ର ସମେତ ଅଭିନେତ୍ରୀ ନୋରା ମଧ୍ୟ ସମବେଦନା ଜଣାଇଛନ୍ତି ।