ମୁମ୍ବାଇ:କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ (Nitin Gadkari) ବଲିଉଡ ଅଭିନେତା ଅମିତାଭ ବଚ୍ଚନ(Amitabh Bacchan) ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି । ଭାରତରେ ଜାତୀୟ ସଡକ ସୁରକ୍ଷା ମିଶନକୁ ସମର୍ଥନ କରିବା ପାଇଁ ଗଡକରୀ ବଚ୍ଚନଙ୍କ ସମର୍ଥନ ଲୋଡିଛନ୍ତି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଭାରତରେ ପ୍ରତିବର୍ଷ ପ୍ରାୟ ୮୦,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ଯାହା ସମଗ୍ର ବିଶ୍ୱରେ ମୋଟ ମୃତ୍ୟୁର ୧୩ ପ୍ରତିଶତ ଅଟେ । ଅଧିକାଂଶ କ୍ଷେତ୍ରରେ ଅବହେଳା କିମ୍ବା ସଡକ ସୁରକ୍ଷା ସଚେତନତା ଅଭାବରୁ ଦୁର୍ଘଟଣା ଘଟିଥାଏ ।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଉଦ୍ଦେଶ୍ୟ, ବର୍ତ୍ତମାନ ଏବଂ ସମ୍ଭାବିତ ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିବର୍ଷ ରାସ୍ତାରେ ମୃତ୍ୟୁ ଓ ଆହତଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ ସଡକ ସୁରକ୍ଷା ସୂଚନା ପ୍ରଦାନ(Support For National Road Safety Mission) କରିବା । ଅମିତାଭ ଖୋଦ୍ ନିଜେ ଅନେକ ସାମାଜିକ କାର୍ଯ୍ୟ ସହ ଜଡିତ ଅଛନ୍ତି, ଯେଉଁଥିରେ ପୋଲିଓ ୟୁନିସେଫ୍ ଅଭିଯାନ, ବାଳିକାଙ୍କ ପାଇଁ ଜାତିସଂଘର ରାଷ୍ଟ୍ରଦୂତ ତଥା ସ୍ବଚ୍ଛ ଭାରତ ମିଶନ ଅଭିଯାନ ସାମିଲ ରହିଛି ।