ଓଡିଶା

odisha

ETV Bharat / entertainment

ନିତେଶ ତିୱାରୀଙ୍କ 'ରାମାୟଣ'ରେ କୈକେୟୀ ହେବେ ଲାରା, କୁମ୍ଭକର୍ଣ୍ଣ ଭୂମିକାରେ ବବି ଦେୱଲ ! - ନିତେଶ ତିୱାରୀ

Ramayana Film Update: 'ରାମାୟଣ' ପାଇଁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ କିଏ କେଉଁ ଭୂମିକାରେ ନଜର ଆସିବେ ଜାଣନ୍ତୁ

ramayana star cast
ramayana star cast

By ETV Bharat Odisha Team

Published : Jan 16, 2024, 6:01 AM IST

ମୁମ୍ବାଇ:ନିତେଶ ତିୱାରୀଙ୍କ ଫିଲ୍ମ 'ରାମାୟଣ' ପାଇଁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ଆଉ ଏଥିରେ ରାଣୀ କୈକେୟୀଙ୍କ ଭୂମିକାରେ ନଜର ଆସିପାରନ୍ତି ଅଭିନେତ୍ରୀ ଲାରା ଦତ୍ତ । ଆଉ ଅଭିନେତା ବବି ଦେୱଲ କୁମ୍ଭକର୍ଣ୍ଣ ଭୂମିକାରେ ନଜର ଆସିବା ନେଇ ଚର୍ଚ୍ଚା ଚାଲିଛି । ଖାଲି ସେତିକି ନୁହେଁ, ବବିଙ୍କ ଭାଇ ଶନି ଦେୱଲଙ୍କୁ ହନୁମାନଙ୍କ ଭୂମିକାରେ ଦେଖିବାକୁ ମିଳିପାରେ । ତେବେ ନିତେଶ ନିଜର ଚଳଚ୍ଚିତ୍ରରେ ଏପରି କଳାକାରମାନଙ୍କୁ ନେବାକୁ ଚାହାନ୍ତି ଯେଉଁମାନେ ଦକ୍ଷ ଏବଂ ଅଭିନୟରେ ପାରଙ୍ଗମ ହୋଇଥିବେ । ତାଙ୍କର କହିବା କଥା ହେଉଛି, ରାଜା ଦଶରଥଙ୍କ ତୃତୀୟ ପତ୍ନୀ ଅର୍ଥାତ୍ କୈକେୟୀଙ୍କ ଭୂମିକାରେ ଅଭିନୟ କରିବାକୁ ପୁରାପୁରି ଫିଟ୍ ହେଉଛନ୍ତି ଲାରା ।

ସବୁଠୁ ବଡ଼ କଥା ହେଲା ପ୍ରମୁଖ ଭୂମିକା ଅର୍ଥାତ୍ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ନଜର ଆସିବେ ଅଭିନେତା ରଣବୀର କପୁର । ଏହି ଚଳଚ୍ଚିତ୍ରରେ ସାଉଥ ସୁନ୍ଦରୀ ସାଇ ପଲ୍ଲଭୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ 'ଆନିମଲ'କୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାବେଳେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ରଣବୀର । ତେବେ ତାଙ୍କ ହାତକୁ ଆଉ ଏକ ନୂଆ ପ୍ରୋଜେକ୍ଟ ମଧ୍ୟ ଆସିଛି । ସେପଟେ 'ଆନିମଲ' ଫିଲ୍ମରେ ଖୁବ କମ୍ ସମୟର ସ୍କ୍ରିନ ସେୟାର କରିଥିବା ବବି ଦେୱଲଙ୍କ ଝଲକକୁ ବେଶ ପ୍ରଶଂସା କରିଥିଲେ ଫ୍ୟାନ୍ସ । 'ରାମାୟଣ'ର ନିର୍ମାତା ତାଙ୍କୁ କୁମ୍ଭକର୍ଣ୍ଣ ଭୂମିକା ପାଇଁ କାଷ୍ଟ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ହେଲେ ସେ ଏହି ଚରିତ୍ରରେ ଅଭିନୟ କରିବେ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଏହା ମଧ୍ୟ ପଢନ୍ତୁ...ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନୃତ୍ୟ ନାଟକ ପ୍ରଦର୍ଶନ କରିବେ ହେମା ମାଲିନୀ

ଅପରପକ୍ଷେ, ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ 'ରାମାୟଣ'ରେ ରାମ ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅରୁଣ ଗୋବିଲଙ୍କୁ ଦଶରଥଙ୍କ ଭୂମିକାରେ କାଷ୍ଟ କରିବାକୁ ଯୋଜନା ହୋଇଛି । ଏଥିପାଇଁ ନିର୍ଦ୍ଦେଶକ ନିତିଶ ତିୱାରୀ ଅରୁଣ ଗୋବିଲଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି । ତେବେ କିଏ କେଉଁ ଭୂମିକାରେ ଅଭିନୟ କରିବେ ଆଉ ବଡ଼ ପରଦାକୁ ଆସିବାକୁ ଥିବା 'ରାମାୟଣ'କୁ ଦର୍ଶକ କେତେ ପସନ୍ଦ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ ।

ଏହା ମଧ୍ୟ ପଢନ୍ତୁ...'ଫାଇଟର'ର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ବାୟୁସେନାଙ୍କ ସାହାସ ଓ ବଳିଦାନର ଝଲକ

ABOUT THE AUTHOR

...view details