ହାଇଦ୍ରାବାଦ:ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ ଗାୟକ ନିକ ଜୋନାସ ସର୍ବଦା ସୋସିଆଲ ମିଡିଆରେ ନିଜ ପରିବାରର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ଏହି ଚର୍ଚ୍ଚିତ ଦମ୍ପତିଙ୍କୁ ପ୍ରଶଂସକମାନେ ବେଶ ପସନ୍ଦ କରନ୍ତି । ବର୍ତ୍ତମାନ ପ୍ରିୟଙ୍କା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ନିକ ଜୋନ୍ସ ଚଳନ୍ତା କାରରେ ତାଙ୍କର ପୋନିଟେଲ ଖୋଲୁଥିବାର ନଜର ଆସିଛନ୍ତି । ପ୍ରିୟଙ୍କା ଏବଂ ନିକଙ୍କୁ ପୁଣି ଏକାଠି ଦେଖି ଫ୍ୟାନ୍ସମାନେ ସେୟାର ହୋଇଥିବା ଏହି ଭିଡିଓକୁ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।
ଶନିବାର ଇଂଲଣ୍ଡ ଲନ୍ ଟେନିସ୍ ଏବଂ କ୍ରୋକେଟ୍ କ୍ଲବରେ ୱିମ୍ବଲଡନ୍ ମହିଳା ଫାଇନାଲ ମ୍ୟାଚ ଦେଖିବାକୁ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନ୍ସ ଯୋଗ ଦେବାକୁ ଯାଇଥିଲେ । ଏହି ସମୟରେ ପ୍ରିୟଙ୍କା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ପ୍ରିୟଙ୍କାଙ୍କ ପୋନିଟେଲ ଖୋଲୁଥିବାର ନଜର ଆସିଛନ୍ତି ନିକ । ପ୍ରିୟଙ୍କା ନିଜେ ଏହି ଭିଡିଓ ସୁଟ କରିବା ସହ ହସୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, ପୋନିଟେଲ ଜଟିଳ ଅଟେ ।
ସେହିପରି ନିକ ଇନଷ୍ଟାଗ୍ରାମରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି । ପ୍ରଥମ ଫଟୋରେ ପ୍ରିୟଙ୍କା ସେଲଫି କ୍ଲିକ୍ କରିବା ସମୟରେ ନିକଙ୍କ କାନ୍ଧରେ ମୁଣ୍ଡ ରଖି ପୋଜ୍ ଦେଇଛନ୍ତି । ସେ ପ୍ରିୟଙ୍କାଙ୍କ ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଟିକେଟ୍ ଫଟୋ ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ମାର୍କେଟା ଭନ୍ଦ୍ରୋସୋଭା ତାଙ୍କ ବିଜୟ ପରେ ପୁରସ୍କାର ଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଟ୍ରଫି ସାମ୍ନାରେ ପ୍ରିୟଙ୍କା ଏବଂ ନିକ ପୋଜ ଦେଇଛନ୍ତି । ଫଟୋ ସେୟାର କରି ନିକ କ୍ୟାପସନରେ ଲେଖିଛନ୍ତି, "ମୋ ଲଭ ସହ ଟେନିସର ସୁନ୍ଦର ଦିନ ।
ଏହା ମଧ୍ୟ ପଢନ୍ତୁ: ଝିଅ ଓ ସ୍ବାମୀ ନିକଙ୍କ ସହ ପିକନିକ କଲେ ପ୍ରିୟଙ୍କା, ସେୟାର କଲେ କ୍ୟୁଟ୍ ଫଟୋ
ଏହି କପଲଙ୍କ ସୁନ୍ଦର ଭିଡିଓ ଏବଂ ଫଟୋକୁ ଫ୍ୟାନ୍ସ ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ପ୍ରଶଂସକ ଏହି ଭିଡିଓକୁ ହାର୍ଟ ଇମୋଜି ଦେଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ଜଣେ ଲେଖିଛନ୍ତି, 'ଓ ଏହା ବହୁତ ସୁନ୍ଦର ଅଟେ ।' ଏଥି ସହିତ, ଅନ୍ୟ ଜଣେ ଲେଖିଛନ୍ତି, 'ମୁଁ ପ୍ରାର୍ଥନା କରୁଛି ଯେ ସମସ୍ତେ ନିକ ଜୋନ୍ସଙ୍କ ପରି ସ୍ୱାମୀ ହୁଅନ୍ତୁ, ସେ ଜଣେ ଭଦ୍ରଲୋକ ।' ଏଥିସହ ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ ସେ ପୋନିଟେଲ ଖୋଲିବାକୁ ଚେଷ୍ଟା କରୁଛନ୍ତି, ବହୁତ ସୁନ୍ଦର ।