ଓଡିଶା

odisha

ETV Bharat / entertainment

HBD Parineeti Chopra: 35ବର୍ଷରେ ପରିଣୀତି ଚୋପ୍ରା, ଖାସ୍ ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ଭଉଣୀ ପ୍ରିୟଙ୍କା - Parineeti chopra

ଆଜି ଅକ୍ଟୋବର 22ରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ୩୫ତମ ଜନ୍ମଦିନ । ଏହି ଅବସରରେ ଭଉଣୀ ପ୍ରିୟଙ୍କା ଚୋପ୍ରାଙ୍କ ଆରମ୍ଭ କରି ଭାଇମାନେ ଏବଂ ଇଣ୍ଡଷ୍ଟ୍ରିର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ପରିଣୀତିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

35ବର୍ଷରେ ପରିଣୀତି ଚୋପ୍ରା, ଖାସ୍ ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ଭଉଣୀ ପ୍ରିୟଙ୍କା
35ବର୍ଷରେ ପରିଣୀତି ଚୋପ୍ରା, ଖାସ୍ ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ଭଉଣୀ ପ୍ରିୟଙ୍କା

By ETV Bharat Odisha Team

Published : Oct 22, 2023, 12:48 PM IST

ହାଇଦ୍ରାବାଦ:ପରିଣୀତି ଚୋପ୍ରା ବୃତ୍ତିଗତଠାରୁ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ପାଇଁ 2023 ବର୍ଷ ବେଶ ସାନଦାର ରହିଛି । ଗତ ମାସରେ ସେପ୍ଟେମ୍ବରରେ ଅଭିନେତ୍ରୀ ରାଘବ ଚଢାଙ୍କୁ ବିବାହ କରିଥିଲେ ଏବଂ ଚଳିତ ମାସ (ଅକ୍ଟୋବର)ରେ ଅକ୍ଷୟ କୁମାରଙ୍କ ସହ ତାଙ୍କ ଚଳଚ୍ଚିତ୍ର 'ମିଶନ ରାନିଗଞ୍ଜ' ମୁକ୍ତିଲାଭ କରିଥିଲା । ଏଥିସହ ଆଜି ପରିଣୀତିଙ୍କ ପାଇଁ ଆଜିର ଦିନ ମଧ୍ୟ ଖାସ୍ ଅଟେ । ପରିଣୀତି ଚୋପ୍ରା ଆଜିର ଦିନରେ ତାଙ୍କର 35ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ପରିଣୀତିଙ୍କୁ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପରିଣୀତି ଚୋପ୍ରାଙ୍କୁ ଖାସ୍ ଅନ୍ଦାଜରେ ବର୍ଥ ଡେ ୱିସ୍ କଲେ ଭଉଣୀ ପ୍ରିୟଙ୍କା

ପରିଣୀତି ଚୋପ୍ରାଙ୍କ ଦୁଇ ଭାଇ ଶିବାଙ୍ଗ ଚୋପ୍ରା, ସହଜ ଚୋପ୍ରା ଏବଂ ତାଙ୍କ ସମ୍ପର୍କୀୟ ଭଉଣୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, 'ଶୁଭ ଜନ୍ମଦିନ ତିଶା ମୁଁ ଆଶା କରେ ତୁମେ ଆଜି ଏବଂ ସର୍ବଦା ତୁମ ଜୀବନରେ ଖୁସି ଏବଂ ପ୍ରମରେ ପରିପୂର୍ଣ୍ଣ ରହୁ ।' ସେହିପରି ପରିଣୀତିଙ୍କ ଭାଇ ଶିବଙ୍ଗ ଏବଂ ସହଜ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପରିଣୀତିଙ୍କ ବିବାହର ଅନେକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା । ଯେଉଁ ଭଲପାଇବାର ଆପଣ ହକ୍ଦାର, ତାହା ତୁମକୁ ଏହି ବର୍ଷ ମିଳିଛି । ଏହି ଦେଖି ବେଶ ଖୁସି ।' ସେପଟେ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ମଧ୍ୟ ପରିଣୀତିଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ସ୍ବାମୀଙ୍କୁ ଛାଡି ମାଳଦ୍ବୀପରେ ଛୁଟି କାଟୁଛନ୍ତି ପରିଣୀତି, ଫଟୋ ସେୟାର କରି କହିଲେ ଏମିତି

ପରିଣୀତି ଚୋପ୍ରା ଆପ୍ ନେତା ରାଘବ ଚଢାଙ୍କୁ ବିବାହ କରିଛନ୍ତି । ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରିଣୀତି ଏବଂ ରାଘବଙ୍କ ବିବାହ ଅନେକ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ମେ ୧୩ରେ ନିର୍ବନ୍ଧ କରିଥିଲେ ଏବଂ ସେପ୍ଟୋମ୍ବର ୨୪ରେ ଉଭୟ ସାଥ ଜନ୍ମର ସାଥୀ ହୋଇଥିଲେ । ଉହୟପୁରର ଲୀଲା ପ୍ୟାଲେସରେ ରାଜକୀୟ ଶୈଳୀରେ ପରିଣୀତି ଏବଂ ରାଘବ ବିବାହ କରିଥିଲେ । ପରିବାର, ସମ୍ପର୍କୀୟ ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏବଂ ନେତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ଏଥିରେ ଯୋଗ ଦେଇଥିଲେ ।

ୱାର୍କ୍‌ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ପରିଣୀତିଙ୍କୁ ବର୍ତ୍ତମାନ ରିଲିଜ୍‌ ହୋଇଥିବା ଫିଲ୍ମ ମିଶନ ରାନିଗଞ୍ଜରେ ଅକ୍ଷୟ କୁମାରଙ୍କ ସହ ଦେଖିବାକୁ ମିଳିଛି । ତେବେ ଆଗାମୀ ଦିନରେ ଆନିମଲରେ ପରିଣୀତିଙ୍କୁ ଦେଖିବାକୁ ମିଳିବ । ଯେଉଁଥିରେ ରଣବୀର କପୁର, ଅନୀଲ କପୁର, ବବି ଦେଓଲ ଏବଂ ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ରିଲିଜ ହେବ ।

ABOUT THE AUTHOR

...view details