ଓଡିଶା

odisha

'ନୂଆ ବର୍ଷ ସରିଲା ଆଉ ଏବେ...' ଏମିତି ପୋଷ୍ଟ କଲେ କ୍ୟାଟ୍ରିନା

By ETV Bharat Odisha Team

Published : Jan 3, 2024, 7:41 PM IST

Katrina Kaif Latest Post: କ୍ୟାଟ୍ରିନା କୈଫ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ସ୍ବାମୀ ବିକି କୌଶଲଙ୍କ ସହ ଭ୍ୟାକସନର କିଛି ଝଲକ ଦେଖାଇଛନ୍ତି । ଏଥିସହ ଏହି ପୋଷ୍ଟ ସେୟାର କରି ଅଭିନେତ୍ରୀ ନିଜ ଆଗାମୀ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ରିଲିଜକୁ ଅପେକ୍ଷା କରିଥିବା କହିଛନ୍ତି । ଦେଖନ୍ତୁ କ୍ୟାଟ୍ରିନାଙ୍କ ଲାଟେଷ୍ଟ ପୋଷ୍ଟ...

'ନୂଆ ବର୍ଷ ସରିଲା ଆଉ ଏବେ...' ଏମିତି ପୋଷ୍ଟ କଲେ କ୍ୟାଟ୍ରିନା
'ନୂଆ ବର୍ଷ ସରିଲା ଆଉ ଏବେ...' ଏମିତି ପୋଷ୍ଟ କଲେ କ୍ୟାଟ୍ରିନା

ହାଇଦ୍ରାବାଦ: କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ଜୈସଲମେରରେ ନୂଆ ବର୍ଷ ପାଳନ କରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ କ୍ୟାଟ୍ରିନା ନିଜ ଭ୍ୟାକେସନର ଝଲକ ଦେଖାଇଛନ୍ତି । ଯେଉଁଥିରେ ସେ ସ୍ବାମୀ ବିକି କୌଶଲଙ୍କ ସହ ନୂଆ ବର୍ଷ ଖୁବ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏହି ପୋଷ୍ଟ ସେୟାର କରି ଅଭିନେତ୍ରୀ ନିଜ ଆଗାମୀ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ' ରିଲିଜକୁ ଅପେକ୍ଷା କରିଥିବା କହିଛନ୍ତି ।

କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ ନୂଆ ବର୍ଷ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ସୁନ୍ଦର ୩ଦିନ । ଭଲପାଇବା, ଆରାମ, ସୂର୍ଯ୍ୟୋସ୍ତ ଏବଂ ଥଣ୍ଡା । 'ନୂଆ ବର୍ଷ ପାଳନ କରିସାରିଲୁ । ଆଉ ବର୍ତ୍ତମାନ ସମୟ ଆସିଛି 'ମେରୀ ଖ୍ରୀଷ୍ଟମାସ' । ସେୟାର ହୋଇଥିବା ଫଟୋରେ ବିକି ଏବଂ କ୍ୟାଟ୍ରିନା ସୂର୍ଯ୍ୟୋସ୍ତ ଉପଭୋଗ କରୁଥିବା ନଜର ଆସିଛନ୍ତି । ଏଥିସହ ଉଭୟଙ୍କୁ ରୋମାଣ୍ଟିକ ପୋଜରେ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର ହେବାର ୧ ଘଣ୍ଟା ମଧ୍ୟରେ ୭ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି ।

'ମେରୀ ଖ୍ରୀଷ୍ଟମାସ'ର କାଷ୍ଟ ବିଷୟରେ କହିବାକୁ ଗଲେ, କ୍ୟାଟ୍ରିନା କୈଫ ଏବଂ ଶ୍ରୀରାମ ରାଘବନଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର 'ମେରୀ ଖ୍ରୀଷ୍ଟମାସ'। ଏବଂ ବିଜୟଙ୍କ ସହ ମଧ୍ୟ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି କ୍ୟାଟ୍ରିନା । କ୍ୟାଟ୍ରିନା ଏବଂ ସେଥୁପଥୀଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ହିନ୍ଦୀ ସଂସ୍କରଣରେ ସଞ୍ଜୟ କପୁର, ବିନୟ ପାଠକ, ପ୍ରତୀମା କନ୍ନନ ଏବଂ ଟିନୁ ଆନନ୍ଦ ନଜର ଆସିବାକୁ ଥିବା ବେଳେ ତାମିଲ ସଂସ୍କରଣରେ ରାଧିକା ସରତକୁମାର, ଶାନମୁଗାରାଜା, କେଭିନ ଜୟ ବାବୁ ଏବଂ ରାଜେଶ ୱିଲିୟମ୍ସ ପ୍ରମୁଖ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜଣେ ଶିଶୁ ଅଭିନେତା ପ୍ୟାରୀ ମଧ୍ୟ ନଜର ଆସିବେ । ଏବଂ ଅଶ୍ୱିନୀ କାଲସେକର ଏବଂ ରାଧିକା ଆପ୍ଟେ କେମିଓ ରୋଲରେ ନଜର ଆସିବେ। ଏହି ଫିଲ୍ମ ଏବର୍ଷ ଜାନୁଆରୀ ୧୨ରେ ସିନେମାହଲରେ ରିଲିଜ ହେବ ।

ଏହା ମଧ୍ୟ ପଢନ୍ତୁ:ବିବାହକୁ ପୂରିଲା ୨ ବର୍ଷ, ଖାସ୍ ଅନ୍ଦାଜରେ ସ୍ବାମୀଙ୍କୁ ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ଏଥିସହ କ୍ୟାଟ୍ରିନା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ 'ଜି ଲେ ଜରା'ରେ ନଜର ଆସିବେ । ସେପଟେ ବିକିଙ୍କ କଥା କହିବାକୁ ଗଲେ, ବର୍ତ୍ତମାନ ସେ ନିକଟରେ ରିଲିଜ ହୋଇଥିବା ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି'ରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି । ଏଥିସହ ସେ ବିକି କୌଶଲ ଏବଂ ତ୍ରିପ୍ତୀ ଡିମ୍ରି ଖୁବଶୀଘ୍ର ଏକ ରୋମ-କମ ଫିଲ୍ମ 'ମେରେ ମେହବୁବ ମେରେ ସନମ'ରେ ଏକାଠି ନଜର ଆସିବେ । ଯାହାକୁ ନିର୍ଦ୍ଦେଶକ ଆନନ୍ଦ ତିୱାରୀ ନିର୍ଦ୍ଦେଶନା ଦେବେ ।

ABOUT THE AUTHOR

...view details