ମୁମ୍ବାଇ: ବଲିଉଡ ଚର୍ଚ୍ଚିତ ଗାୟିକା ନେହା କକ୍କର (Neha Kakkar)ନିକଟରେ ତାଙ୍କ ଗୀତ 'ଓ ସଜନା' (o sajna) ରିଲିଜ କରିଛନ୍ତି । ଏହି ଗୀତରେ ତାଙ୍କ ସହ କୋରିଓଗ୍ରାଫର ଧନଶ୍ରୀ ବର୍ମା ମଧ୍ୟ ନଜର ଆସିଛନ୍ତି । ନେହା କକ୍କରଙ୍କ ଏହି ଗୀତ ଫାଲଗୁନି ପାଠକଙ୍କ ସୁପରହିଟ୍ ଗୀତ 'ମୈନେ ପାୟଲ ହୈ ଛନକାଇ'ର (Maine Payal Hai Chankai) ରିକ୍ରିଏସନ୍ ଅଟେ । ବର୍ତ୍ତମାନ ଏହି ଗୀତକୁ ନେଇ ନେହା କକ୍କର ଗାୟିକା ଫାଲଗୁନି ପାଠକଙ୍କ ପ୍ରଶଂସକଙ୍କ ଟାର୍ଗେଟକୁ ଆସିଛନ୍ତି ।
ସୋସିଆଲ ମିଡିଆରେ ଗାୟିକା ନେହା କକ୍କରଙ୍କୁ ଟ୍ରୋଲ କରାଯାଉଛି । ୟୁଜର୍ସ ନେହା କକ୍କରଙ୍କୁ ଆଇକନିକ୍ ଗୀତ ବରବାଦ କରିଥିବା ଅଭିଯୋଗ କରୁଛନ୍ତି । ଏସବୁ ମଧ୍ୟରେ ଗାୟିକା ଫାଲଗୁନି ମଧ୍ୟ ନେହା କକ୍କରଙ୍କ ଉପରେ ରାଗିଥିବାର ନଜର ଆସିଛନ୍ତି । ଫାଲଗୁନି ଇନଷ୍ଟାଗ୍ରାମରେ ୟୁଜର୍ସଙ୍କ ଦ୍ୱାରା କରାଯାଇଥିବା ଟ୍ରୋଲ କମେଣ୍ଟ ଏବଂ ମିମ୍ସ ଗୁଡ଼ିକୁ କ୍ରମାଗତ ଭାବରେ ସେୟାର କରୁଛନ୍ତି ।
ଉଲ୍ଲେଖନୀୟ ଯେ, ନିକଟରେ ନେହା କକ୍କର ଫାଲଗୁନି ପାଠକଙ୍କ ସୁପରହିଟ୍ ଗୀତ 'ମୈନେ ପାୟଲ ହୈ ଛନକାଇ'ର ରିମେକ୍ କରିଛନ୍ତି, ତାଙ୍କ ଗୀତର ନାମ ହେଉଛି 'ଓ ସଜନା' ଯାହା ଏକ ନୂଆ ଅବତାର ଏବଂ ମେଲୋଡି ସହିତ ଶ୍ରୋତାଙ୍କ ସାମ୍ନାକୁ ଆସିଛି । ଏହି ଗୀତରେ ନେହା କକ୍କର ଏକ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଏହି ମ୍ୟୁଜିକ୍ ଭିଡିଓରେ ଟିଭି ଷ୍ଟାର ପ୍ରିୟଙ୍କା ଶର୍ମା ମଧ୍ୟ ଅଛନ୍ତି ।
ନେହାଙ୍କ ଏହି ଗୀତ ସୋସିଆଲ ମିଡିଆରେ ଅପବ୍ୟବହାର ହେଉଛି । ନେହାଙ୍କ ଏହି ସ୍ୱର ଏବଂ ଗୀତକୁ ପ୍ରଶଂସକମାନେ ହଜମ କରିପାରୁନାହାନ୍ତି । ଏହି ଗୀତଟି 90 ଦଶକର ଏକ ସୁପରହିଟ୍ ଗୀତ, ଯାହାକି ସେହି ସମୟର ପ୍ରତ୍ୟେକଙ୍କ ମୁହଁରେ ଥିଲା । ଫାଲଗୁନି ପାଠକଙ୍କ ଏହି ଗାତକୁ ଆଜି ବି ସବୁ ଲୋକ ଗୁଣୁଗୁଣାନ୍ତି ।