ହାଇଦ୍ରାବାଦ:ବଲିଉଡର ଚକୋଲେଟ୍ ବୟ ତଥା ଅଭିନେତା ରଣବୀର କପୁର ଖୁବ୍ ଶୀଘ୍ର ବର ହେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରଣବୀର କପୁର ଏପ୍ରିଲ 17 ରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ। ଏହା ପୂର୍ବରୁ ସେ ପରିବାର ସହିତ ପୁରା ସମୟ ଉପଭୋଗ କରୁଛନ୍ତି । ଏହି ସମୟରେ ଅଭିନେତାଙ୍କ ମାଆ ନୀତୁ କପୁର ତାଙ୍କ ପୁଅଙ୍କ ସହ ସେଲଫି ସେୟାର କରିଛନ୍ତି ।
ଏଥିସହିତ ରଣବୀର କପୁରଙ୍କ ପ୍ରଶଂସକ ପେଜ୍ରେ ନୀତୁ କପୁର ଏବଂ ରଣବୀର କପୁରଙ୍କ ସେଲଫି ମଧ୍ୟ ସେୟାର କରାଯାଇଛି। ସେଲଫିରେ ନୀତୁ କପୁର ଏବଂ ରଣବୀର ସିଂ ହସୁଛନ୍ତି। ତେବେ ମାଆ-ପୁଅଙ୍କ ଏହି ସେଲଫି ଏକ ବନ୍ଧନର ପ୍ରମାଣ ଦେଉଛି ।