ଓଡିଶା

odisha

ETV Bharat / entertainment

ବିବାହର ଅଢେଇ ମାସ ପରେ ଖୁସି ଖବର ଦେଲେ ଆଲିଆ, ପ୍ରତିକ୍ରିୟା ରଖିଲେ ଶାଶୁ

ବୋହୂ ଆଲିଆ ଭଟ୍ଟଙ୍କ ମାଆ ହେବା ଶୁଣିବା ପରେ ଶାଶୂ ନୀତୁ କପୁରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଜେଜେମାଆ ହେବାକୁ ଯାଉଥିବା ନୀତୁ କପୁର ଭିଡିଓରେ କଣ କହିଛନ୍ତି ଦେଖନ୍ତୁ ?

ସାମ୍ନାକୁ ଆସିଲା ଶାଶୂ ନୀତି କପୁରଙ୍କ ପ୍ରତିକ୍ରିୟା
ସାମ୍ନାକୁ ଆସିଲା ଶାଶୂ ନୀତି କପୁରଙ୍କ ପ୍ରତିକ୍ରିୟା

By

Published : Jun 27, 2022, 4:07 PM IST

ହାଇଦ୍ରାବାଦ: ଖୁବ୍‌ ଶୀଘ୍ର କପୁର ପରିବାରରେ ଜୁନିଅର କପୁରଙ୍କ ଏଣ୍ଟ୍ରି ହେବାକୁ ଯାଉଛି । ହଁ, ରଣବୀର କପୁରଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ମାଆ ହେବା ନେଇ ସୋସିଆଲ ମିଡିଆରେ ଗୁଡ ନ୍ୟୁଜ ଦେଇଛନ୍ତି । ଆଜି ଅର୍ଥାତ୍‌ ଜୁନ୍ 27 ତାରିଖ ସକାଳେ ଆଲିଆ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଡାକ୍ତରଖାନାରୁ ଦୁଇଟି ଫଟୋ ସେୟାର କରିଥିଲେ ଏବଂ ନିଜେ ଗର୍ଭବତୀ ଥିବା ପ୍ରଶଂସକଙ୍କୁ କହିଛନ୍ତି । ଏହି ପୋଷ୍ଟରେ ଆଲିଆ ଭଟ୍ଟଙ୍କ ନଣନ୍ଦ ରିଦ୍ଧିମା କପୁର ତାଙ୍କ ଭାଉଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ବର୍ତ୍ତମାନ ଆଲିଆ ଭଟ୍ଟଙ୍କ ଶାଶୂ ତଥା ରଣବୀର କପୁରଙ୍କ ମାଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସୋସିଆଲ ମିଡିଆରେ ଏକ ଭିଡିଓରେ, ପାପାରାଜି ପ୍ରଥମେ ନୀତୁ କପୁରଙ୍କୁ ଅଭିନନ୍ଦନ ଜଣାଇଥିଲେ, ପରେ ନୀତୁ କପୁର ଏହାର କାରଣ ପଚାରିଥିଲେ । ଏହାପରେ ପାପାରାଜି କହିଛନ୍ତି ଯେ, ଆପଣ ଜେଜେମାଆ ହେବାକୁ ଯାଉଛନ୍ତି । ଏହାକୁ ଶୁଣି ନୀତୁ କପୁର ହସିଥିଲେ ଏବଂ ସଙ୍ଗେ ସଙ୍ଗେ ପାପାରାଜିଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହା ପରେ ପାପାରାଜି ନୀତୁଙ୍କୁ ତାଙ୍କ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ' ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ନୀତୁ କପୁର ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମେ ହେଉଛି 'ଶମଶେରା' ଏବଂ 'ବ୍ରହ୍ମାସ୍ତ୍ର' । ପୁଣି ଚାଲି ଚାଲି ଯିବା ସମୟରେ ନୀତୁ କପୁର କହୁଛନ୍ତି ଯେ, ସାରା ଦୁନିଆ ଜାଣିସାରିଲାଣି ? ଏହା ଉପରେ ପପ୍ସ ନୀତୁଙ୍କୁ କହିଛନ୍ତି ଯେ, ଆପଣଙ୍କ ବୋହୂ ଆଲିଆ ଭଟ୍ଟ ଇନଷ୍ଟାଗ୍ରାମରେ ଗର୍ଭଧାରଣ ଘୋଷଣା କରିଛନ୍ତି ।

ଏହା ବି ପଢନ୍ତୁ: ଗୁଡ୍ ନ୍ୟୁଜ ସେୟାର କଲେ ଆଲିଆ, ଘରକୁ ଆସିବେ କୁନି ଅତିଥି

ତେବେ ଏହି ଗୁଡ ନ୍ୟୁଜ୍‌ ପରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପ୍ରଶଂସକଙ୍କ ଖୁସି କହିଲେ ନସରେ । ସମସ୍ତେ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏଥି ସହିତ, ବଲିଉଡର ଅନେକ ସେଲିବ୍ରିଟିମାନେ ମଧ୍ୟ ଏହି ଖୁସି ଖବର ପାଇଁ ରଣବୀର-ଆଲିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details