ଓଡିଶା

odisha

ETV Bharat / entertainment

Alia Bhatt invasion of privacy: ବିନା ଅନୁମତିରେ ଆଲିଆଙ୍କ ବ୍ୟକ୍ତିଗତ ଫଟୋ ଉଠାଇଲା ପାପାରାଜି, ରାଗିଲେ ଶାଶୁ - Alia Bhatt invasion of privacy

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ପାପାରାଜି ବିରୋଧରେ ବର୍ଷିଛନ୍ତି । ମିଡିଆ ତାଙ୍କ ପ୍ରାଇଭେସିରେ ପ୍ରବେଶ କରୁଥିବା ଅଭିଯୋଗ ଆଣି ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ଫଟୋ କଲେ ସେୟାର । ରାଗିଲେ ଶାଶୁ ନିତୁ । ଅଧିକ ପଢନ୍ତୁ,

Bollywood Actress Allia Bhatt Invasion Of Privacy
Bollywood Actress Allia Bhatt Invasion Of Privacy

By

Published : Feb 23, 2023, 9:30 AM IST

ମୁମ୍ବାଇ:ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫଟୋ । ଏହି ଫଟୋରେ ଆଲିଆ ନିଜ ଲିଭିଂ ରୁମରେ ବସିଥିବାର ନଜର ଆସିଛନ୍ତି । ଗଣମାଧ୍ୟମ ତାଙ୍କ ପ୍ରାଇଭେସିରେ ପ୍ରବେଶ କରୁଥିବା ନେଇ ଅଭିଯୋଗ ଆଣିଥିଲେ । ଆଲିଆଙ୍କ ଅଭିଯୋଗକୁ ସମର୍ଥନ ଜଣାଇଛନ୍ତି ନିର୍ଦ୍ଦେଶକ କରଣ ଜୋହର, ଅଭିନେତ୍ରୀ ଅନୁଷ୍କା ଶର୍ମା, ନୀତୁ କପୁର ଏବଂ ଜାହ୍ନବୀ କପୁର ।

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫଟୋ ମିଡିଆ ଦ୍ବାରା ଉଠାଯାଇଥିବା ତାଙ୍କର 2ଟି ଫଟୋକୁ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ଲିଭିଂ ରୁମରେ ବସିଥିବାର ନଜର ଆସିଛନ୍ତି । ଏହି ଫଟୋକୁ ସେୟାର କରି ସେ ଲେଖିଛନ୍ତି, ''କଣ ଆପଣ ମୋ ସହ ଥଟ୍ଟା କରୁଛନ୍ତି ?'' ଖରାବେଳରେ ମୁଁ ମୋ ଘରର ଲିଭିଂ ରୁମରେ ବସିଥିଲି । ସେତେବେଳେ ମୋତେ ଲାଗିଲା କିଛି ଲୋକ ମୋତେ ଦେଖୁଛନ୍ତି । ମୋ ଘରର ପଡୋଶୀ ବିଲ୍ଡିଂ ଛାତ ଉପରେ ଏକ କ୍ୟାମେରା ଲାଗିଥିବା ଜାଣିବାକୁ ପାଇଲି । ''ଏଭଳି କରିବା କଣ ଠିକ ?'' ବୋଲି ପଚାରିଛନ୍ତି ଆଲିଆ ।

ଏନେଇ ଶାଶୁ ନୀତୁ କପୁର ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଲେଖିଛନ୍ତି, ''କାହାର ମଧ୍ୟ ପ୍ରାଇଭେସି ଉପରେ ପ୍ରବେଶ କରିବାର ଏକ ସୀମା ରହିଛି, ଯାହା ଆପଣ ପାର କରିବା ଠିକ ନୁହଁ, ଆଜି ତ ଆପଣ ସବୁ ସୀମା ପାର କରିସାରିଲେଣି ମୁମ୍ବାଇ ପୋଲିସ''। ଏଥିସହ ସୋସିଆଲ ମିଡିଆରେ ଆଲିଆଙ୍କ ପୋଷ୍ଟକୁ ରିପୋଷ୍ଟ କରି ସେ ଲେଖିଛନ୍ତି, ''ଏସବୁ ଠିକ ନାହିଁ ''।

ସେହିପରି ଘଟଣାକୁ ସମର୍ଥନ କରି ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି,'' ଏଭଳି ଘଟଣା ପ୍ରଥମ ହୋଇନାହିଁ । 2 ବର୍ଷ ପୂର୍ବେ ଆମ ସହ ମଧ୍ୟ ଏମିତି ହୋଇଛି ବୋଲି କହି ମିଡିଆ ଉପରେ ଜୋରଦାର ବର୍ଷିଛନ୍ତି ଅନୁଷ୍କା । ସେ କହିଛନ୍ତି ଆମର ବାରମ୍ବାର ଅନୁରୋଧ ସତ୍ତ୍ବେ ଗଣମାଧ୍ୟମରେ ଆମ ଝିଅର ଫଟୋ ପୋଷ୍ଟ କରିଥିଲେ ।

ସେପଟେ ଫିଲ୍ମ ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ''ପ୍ରାଇଭେସିରେ ଏଭଳି ପ୍ରବେଶ କରିବାର କିଛି ଯର୍ଥାର୍ଥ ନାହିଁ''। ସମସ୍ତେ ମନୋରଞ୍ଜନ ପାଇଁ ସବୁବେଳେ ମିଡିଆରେ ଛାଇଥାନ୍ତି । ହେଲେ ଏହାର ଏକ ସୀମା ରହିବା ଦରକାର ।

ସେହିପରି ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ମଧ୍ୟ ଘଟଣାକୁ ନେଇ ଏକ ପୋଷ୍ଟରେ ଲେଖିଛନ୍ତି, ''ଏଭଳି ପ୍ରବେଶ ଜବରଦସ୍ତି ପ୍ରବେଶ ଅଟେ''। ଏଭଳି ଘଟଣା ଅନେକ ଥର ଘଟୁଛି । କାହାର ବ୍ୟକ୍ତିଗତ ଫଟୋ ଏଭଳି ଉଠାଇବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି, ଆଲିଆ ନିଜ ପୋଷ୍ଟ ସେୟାର କରିବା ପରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ସାହିନ ଭଟ୍ଟ ପ୍ରଥମେ 'ରାଜି' ଅଭିନେତ୍ରୀ ଆଲିଆଙ୍କୁ ସମର୍ଥନ କରିଥିଲେ ।

ABOUT THE AUTHOR

...view details