ହାଇଦ୍ରାବାଦ:ସାଉଥ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ସାଉଥ ଲୋକପ୍ରିୟ ତାରକା ନାଗା ଚୈତନ୍ୟ ଏବଂ ଅଭିନେତ୍ରୀ ସାଇ ପଲ୍ଲବୀ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଲଭ୍ ଷ୍ଟୋରୀ (2021)ରେ ଉଭୟ ତାରକାଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏବେ ଉଭୟଙ୍କୁ ପୁଣି ଥରେ ଏକାଠି ବଡ଼ ପରଦାରେ ଦର୍ଶକ ଦେଖିବାକୁ ପାଇବେ । ସାଉଥ ନିର୍ଦ୍ଦେଶକ ଚନ୍ଦୁ ମୋଣ୍ଡେତି ବୁଧବାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'NC23' ଘୋଷଣା କରିଛନ୍ତି । ସେ ଉଭୟଙ୍କୁ କାଷ୍ଟ କରିଥିବା ସ୍ପଷ୍ଟ କରିଛନ୍ତି ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ବୁଧବାର ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ସାଇ ପଲ୍ଲବୀ ଏବଂ ନାଗା ଚୈତନ୍ୟଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ ସୂଚନା ଦେଇଛନ୍ତି । ତରଣ ଆଦର୍ଶଙ୍କ ପୋଷ୍ଟ ଅନୁଯାୟୀ ସାଇ ପଲ୍ଲବୀ, ନାଗା ଚୈତନ୍ୟ ଏବଂ ଅଲୁ ଅରବିନ୍ଦ ଚନ୍ଦୁ ମୋଣ୍ଡତିଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'NC23'ରେ ଏକାଠି ସ୍କ୍ରିନ୍ ସେୟାର୍ କରିବେ । ଏହି ଚଳଚ୍ଚିତ୍ରଟି ବନି ଭାସ୍ ଦ୍ୱାରା ନିର୍ମିତ ହେବ । ତରଣ ଆଦର୍ଶ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମର କାମ ଶୀଘ୍ର ଆରମ୍ଭ ହେବ ।
ଫିଲ୍ମ ଘୋଷଣା ପରେ ସାଇ ପଲ୍ଲବୀ ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରି ଫିଲ୍ମରେ ନିର୍ମାତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିନେତ୍ରୀ ଲେଖିଛନ୍ତି, 'ଏହି ସୁନ୍ଦର ଟିମର ଅଂଶ ହୋଇ ମୁଁ ବହୁତ ଖୁସି । ସ୍ୱାଗତ ପାଇଁ ଗୀତା ଆର୍ଟସ୍ ବନ୍ନି ଭାସ୍, ଚନ୍ଦୁ ମୋଣ୍ଡେତି, ଚୈତନ୍ୟଙ୍କୁ ଧନ୍ୟବାଦ । ମୁଁ ଖୁସି ଯେ ଆମେ ଏକାଠି ଆଉ ଏକ ସ୍ୱତନ୍ତ୍ର ଚଳଚ୍ଚିତ୍ର କରିବୁ । ମୋର ପ୍ରିୟ ତେଲୁଗୁ ଦର୍ଶକ, ମୁଁ ତୁମକୁ ବହୁତ ମିସ୍ କଲି। ବର୍ତ୍ତମାନ NC23 ମାଧ୍ୟମରେ ତୁମକୁ ଭେଟିବା ମୋତେ ବହୁତ ଆନନ୍ଦ ଦେବ।