ଓଡିଶା

odisha

ETV Bharat / entertainment

ପତ୍ନୀ ଓ ପିଲାଙ୍କୁ ରାତି ଅଧରେ ଘରୁ ବାହାର କରିଦେଲେ ନବାଜୁଦ୍ଦିନ ! ଭିଡିଓ ସେୟାର କଲେ ପତ୍ନୀ ଆଲିଆ

ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପାଇଁ ପୁଣି ଅଡୁଆ ସାଜିଲେ ପତ୍ନୀ ଆଲିଆ। ଭିଡିଓ ଜରିଆରେ ମଧ୍ୟରାତ୍ରିରେ ପରିବାରକୁ ଘରୁ ବାହାର କରିଦେଇଥିବା ଭଳି ଆଣିଲେ ଅଭିଯୋଗ। ଅଧିକ ପଢନ୍ତୁ,

ନୱାଜୁଦ୍ଦିନଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ପତ୍ନୀ ଆଲିଆ
ନୱାଜୁଦ୍ଦିନଙ୍କ ନାଁରେ ପୁଣି ଅଭିଯୋଗ ଆଣିଲେ ପତ୍ନୀ ଆଲିଆ

By

Published : Mar 3, 2023, 4:16 PM IST

ହାଇଦ୍ରାବାଦ: ପୁଣି ଅଡୁଆରେ ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି। ନୱାଜୁଦ୍ଦିନଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ଗୁରୁବାର ସୋସିଆଲ ମିଡିଆରେ ଦୁଇଟି ଭିଡିଓ ସେୟାର କରିଛନ୍ତି ପତ୍ନୀ ଆଲିଆ ସିଦ୍ଦିକି। ଯେଉଁଥିରେ ମଧ୍ୟରାତ୍ରିରେ ନୱାଜୁଦ୍ଦିନ ତାଙ୍କ ସ୍ତ୍ରୀ ଓ ପିଲାଙ୍କୁ ଘରୁ ବାହାର କରିଦେଇଛନ୍ତି ଏବଂ ସେମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇନଥିବା ସେ କହିଥିବା ନଜର ଆସିଛନ୍ତି ।

ଗୁରୁବାର ରାତିରେ ଇନଷ୍ଟାଗ୍ରାମରେ ପତ୍ନୀ ଆଲିଆ ଦୁଇଟି ଭିଡିଓ ପୋଷ୍ଟ କରି ଏକ ଲମ୍ବା ନୋଟ ମଧ୍ୟ ଲେଖିଛନ୍ତି । ପ୍ରଥମ ଭିଡିଓରେ କିପରି ଟଙ୍କା ନପାଇ ସମସ୍ୟା ଭୋଗୁଛନ୍ତି ତାହା କହିଥିବା ବେଳେ ଦ୍ୱିତୀୟଟିରେ କିପରି ସେମାନଙ୍କୁ ରାତିରେ ବାହାରେ ରହିବାକୁ ବାଧ୍ୟ କରଯାଇଛି ତାହା ଦର୍ଶାଇଛନ୍ତି । ଏଥିସହ ସେ ନିଜ ଏବଂ ନିଜ ପିଲାଙ୍କ ପ୍ରତି ହେଉଥିବା ନିର୍ଯାତନା ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ତେବେ ସେ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଏହା ହେଉଛି ନୱାଜୁଦ୍ଦିନ ସିଦ୍ଦିକିଙ୍କ ସତ୍ୟ, ଯିଏ ନିଜର ନିରୀହ ପିଲାମାନଙ୍କୁ ମଧ୍ୟ ଛାଡ଼ିନାହାଁନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି, ଯେତେବେଳେ ଭର୍ସୋଭା ପୋଲିସ୍ ଷ୍ଟେସନରୁ ମୋତେ ତୁରନ୍ତ ଡାକିଲେ । ମୁଁ 40 ଦିନ ପରେ ମୋ ପିଲାମାନଙ୍କ ସହିତ ଘରକୁ ଫେରି ଦେଖିଲି ମୋତେ ନୱାଜୁଦ୍ଦିନ ସିଦ୍ଦିକି ସିକ୍ୟୁରିଟିଙ୍କୁ କହି ଘର ଭିତରକୁ ପ୍ରବେଶ କରାଇ ଦେଉ ନାହାନ୍ତି । ଫଳରେ ମୁଁ ଏବଂ ମୋ ପିଲାମାନେ ରାତିରେ ନିରୁପାୟ ହୋଇ ରାସ୍ତାରେ ରହିଥିଲୁ ।

ସୂଚନା ଥାଉ କି, ନୱାଜୁଦ୍ଦିନ ଏବଂ ଆଲିଆଙ୍କର ଦୁଇଟି ସନ୍ତାନ ଅଛନ୍ତି, ଝିଅ ଶୋରା ଏବଂ ପୁଅ ୟାନି। ତେବେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ପତ୍ନୀ ଆଲିଆଙ୍କ ମଧ୍ୟରେ ଜାରି ରହିଥିବା ବିବାଦ ଯୋଗୁଁ ପିଲାମାନେ ଅଧିକ ପ୍ରଭାବିତ ହୋଇଥିଲେ । ଆଲିଆଙ୍କ ଦ୍ୱାରା ସେୟାର ହୋଇଥିବା ଭିଡିଓରେ ତାଙ୍କ ଝିଅ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଛୋଟ ପିଲାଟି କ’ଣ ଘଟୁଛି ଜାଣି ନ ଥିବାରୁ ଭୟଭୀତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ନିଜ ଝିଅକୁ ନେଇ ଆଲିଆ ଲେଖିଛନ୍ତି "ମୋ ଝିଅ ବିଶ୍ବାସ କରିପାରିଲା ନାହିଁ ଯେ ତା ବାପା ତା ପ୍ରତି ଏଭଳି ବ୍ୟବହାର କରି ପାରିବେ । ସୌଭାଗ୍ୟବଶତଃ ସେଦିନ ରାତିରେ ଝିଅ ଜଣେ ସମ୍ପର୍କୀୟଙ୍କ ଘରେ କଟାଇଲେ । ନୱାଜୁଦ୍ଦିନ ପିଲାମାନଙ୍କ ପ୍ରତି ଯାହା କରିଛନ୍ତି ଏଥିପାଇଁ ନୱାଜୁଦ୍ଦିନଙ୍କୁ କେବେ କ୍ଷମା କରିବି ନାହିଁ।"

ତେବେ ପୂର୍ବରୁ ଆଲିଆ ସିଦ୍ଦିକି ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରି ଭର୍ସୋଭା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ସ୍ୱାମୀ ଏବଂ ଶାଶୁ ତାଙ୍କ ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତାରୁ ବଞ୍ଚିତ କରିଛନ୍ତି, ବାଥରୁମକୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ସହ ତାଙ୍କୁ ଏବଂ ପିଲାମାନଙ୍କୁ ନୱାଜୁଦ୍ଦିନଙ୍କ ବଙ୍ଗଳାର ଏକ କୋଠରୀରେ ବନ୍ଦ କରି ରଖୁଥିଲେ।

ABOUT THE AUTHOR

...view details