ମୁମ୍ବାଇ:ବଲିଉଡ ଷ୍ଟାରଙ୍କ ଘରେ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି । ବଲିଉଡର ଦମଦାର ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଘରେ ସମ୍ପତ୍ତିକୁ ନେଇ ବିବାଦ ଉପୁଜିଛି । ଏନେଇ ନୱାଜୁଦ୍ଦିନଙ୍କ ପତ୍ନୀ ଆଲିଆଙ୍କ ନାମରେ ତାଙ୍କ ମାଆ ଏତଲା ଦେଇଛନ୍ତି । ଏତଲା ଆଧାରରେ ଭର୍ସୋଭା ପୋଲିସ ତାଙ୍କ ପଚରାଉଚରା କରିଥିବା ସୂଚନା ମିଳିଛି ।
ନୱାଜୁଦ୍ଦିନଙ୍କ ପତ୍ନୀ ଓ ମାଆ ମେହରୁନିଶଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଦେଖିବାକୁ ମିଳିଛି । ନୱାଜୁଦ୍ଦିନଙ୍କ ପତ୍ନୀ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି । ବିବାହ ପୂର୍ବରୁ ତାଙ୍କ ନାମ ଅଞ୍ଜନା କିଶୋର ପାଣ୍ଡେ ଥିଲା । ବିବାହ ପରେ ସେ ତାଙ୍କ ନାମ ବଦଳାଇ ଆଲିଆ ଜୈନାବ କରିଥିଲେ। ଭର୍ସୋଭା ପୋଲିସ ସୂଚନା ଅନୁସାରେ ଆଲିଆ ଓ ନୱାଜୁଦ୍ଦିନଙ୍କ ମାଆଙ୍କ ମଧ୍ୟରେ ଜୋରଦାର ଯୁକ୍ତିତର୍କ ହୋଇଥିଲା । ସମ୍ପତ୍ତି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିବା ପୋଲିସ କହିଛି । ଏହାପରେ ଆଲିଆଙ୍କ ନାମରେ ନୱାଜୁଦ୍ଦିନଙ୍କ ମାଆ ମେହରୁନିସା ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଅଭିଯୋଗ ଆଧାରରେ ଧାରା 452, 323 ଏବଂ 506ରେ ମାମଲା ରୁଜ୍ଜୁ କରିଛି ।
ଏହା ବି ପଢନ୍ତୁ...ପରମବୀର ଚକ୍ର ବିଜେତା ବିକ୍ରମଙ୍କ ନାମରେ ନାମିତ ହେଲା ଦ୍ବୀପ, ଗର୍ବିତ ରିଲ୍ ଶେରଶାହ