ଓଡିଶା

odisha

ନୱାଜୁଦ୍ଦିନ-ଆଲିଆ ମାମଲାରେ ପୂର୍ଣ୍ଣଚ୍ଛେଦ

By

Published : Apr 4, 2023, 11:12 AM IST

ନୱାଜୁଦ୍ଦିନ ସିଦ୍ଦିକି-ଆଲିଆଙ୍କ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି । ଉଭୟ କୋର୍ଟଙ୍କ ସର୍ତ୍ତାବଳୀରେ ସହମତ ହୋଇ ସମସ୍ୟାର ସମାଧାନ କରିଛନ୍ତି । ଅଧିକ ପଢନ୍ତୁ

କୋର୍ଟଙ୍କ ସର୍ତ୍ତାବଳୀରେ ସହମତ ହେଲେ ନୱାଜୁଦ୍ଦିନ ସିଦ୍ଦିକି-ଆଲିଆ
କୋର୍ଟଙ୍କ ସର୍ତ୍ତାବଳୀରେ ସହମତ ହେଲେ ନୱାଜୁଦ୍ଦିନ ସିଦ୍ଦିକି-ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବଂ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ମାମଲାର ସମାଧାନ ହୋଇଛି । କୋର୍ଟଙ୍କ ସର୍ତ୍ତାବଳୀରେ ସହମତ ହୋଇଛନ୍ତି ଉଭୟ । ସୋମବାର ଉଭୟଙ୍କ ମାମଲା ନେଇ ବମ୍ବେ ହାଇକୋର୍ଟରେ ହୋଇଥିଲା ଶୁଣାଣି । ସିଦ୍ଦିକି କରିଥିବା ମାନହାନି ମକଦ୍ଦମା ସହ ପିଲାମାନଙ୍କ କଷ୍ଟଡି ପାଇଁ ଦାଖଲ ହୋଇଥିବା ମାମଲାର ଶୁଣାଣି ହୋଇଥିଲା । ଉଭୟ ମାମଲାର ଶୁଣାଣି କରିଥିଲେ କୋର୍ଟ । ହାଇକୋର୍ଟର ଜଷ୍ଟିସ୍ ରେବତୀ ମୋହିତେ ଡେରେଙ୍କ ବେଞ୍ଚ୍‌ ଏହି ଶୁଣାଣି କରି କିଛି ନିୟମ ଏବଂ ସର୍ତ୍ତ ରଖିଥିଲେ, ଯାହା ଆଧାରରେ ଉଭୟଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ ହୋଇଛି ।

ତେବେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ମାମଲା ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି । ସିଦ୍ଦିକି ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ସର୍ତ୍ତାବଳୀକୁ ଗ୍ରହଣ କରିଛନ୍ତି । ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସୋମବାର ବମ୍ବେ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କ ପତ୍ନୀ, ଦୁଇ ପିଲା ଏବଂ ଭାଇ ଶ୍ୟାମାସୁଦ୍ଦିନ କୋର୍ଟରେ ହାଜର ହୋଇ ବୟାନ ରେକର୍ଡ କରିଥିଲେ । ଏହା ପରେ ଶେଷରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଛି ।

ତେବେ ହାଇକୋର୍ଟ ସେମାନଙ୍କ ପାଇଁ କିଛି ନିୟମ ବା ସର୍ତ୍ତାବଳୀ ସ୍ଥିର କରିଛନ୍ତି । ଏହି ସର୍ତ୍ତାବଳୀ ଏବଂ ନିୟମ ଗୁଡିକ କ’ଣ, ଏହା ପ୍ରକାଶ କରାଯାଇନଥିବା ବେଳେ ଉଭୟ କିନ୍ତୁ କୋର୍ଟଙ୍କ ନିଷ୍ପତ୍ତିକୁ ଉଭୟ ସ୍ବୀକାର କରିଥିବା କୁହାଯାଇଛି । ଏଥିସହ ଓକିଲ ରିଜୱାନ ସିଦ୍ଦିକି କହିଛନ୍ତି ଯେ, ଗଣମାଧ୍ୟମ ସାମ୍ନାରେ ଏହାକୁ ସାର୍ବଜନୀନ କରିବାକୁ କୋର୍ଟ ବାରଣ କରିଛନ୍ତି । ଓକିଲମାନେ କହିଛନ୍ତି ଯେ ପିଲାମାନଙ୍କର ଶିକ୍ଷା ଏବଂ ପ୍ରତିପୋଷଣ ଦାୟିତ୍ବ ନୱାଜୁଦ୍ଦିନଙ୍କ ଉପରେ ରହିଛି । ପିଲାମାନେ ସେମାନଙ୍କ ପରିବାର ସହିତ ଦୁବାଇ ଯିବେ ଏବଂ ସେଠାରେ ଅଧ୍ୟୟନ କରିବେ।

ସୂଚନା ଥାଉ କି, ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବମ୍ବେ ହାଇକୋର୍ଟରେ 100 କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଥିଲେ । ନୱାଜୁଦ୍ଦିନ ସିଦ୍ଦିକି ପୂର୍ବତନ ପତ୍ନୀ ଆଲିଆ ସିଦ୍ଦିକି ଏବଂ ତାଙ୍କ ଭାଇ ଶାମାସୁଦ୍ଦିନ ସିଦ୍ଦିକିଙ୍କ ବିରୋଧରେ ଏହି ମାନହାନି ମକଦ୍ଦମା ଦାଖଲ କରିଥିଲେ । ଉଭୟ ପତ୍ନୀ ଏବଂ ଭାଇ ନୱାଜୁଦ୍ଦିନଙ୍କୁ ବଦନାମ କରିଥିଲେ । ଏହି ଆବେଦନରେ ନୱାଜୁଦ୍ଦିନ ମଧ୍ୟ ଦାବି କରିଛନ୍ତି ଯେ ତାଙ୍କୁ ବଦନାମ କରାନଯାଉ ଏବଂ ସୋସିଆଲ ମିଡିଆରେ ଏହା ବିଷୟରେ କୌଣସି ପ୍ରଚାର କରାନଯାଉ । ଏଥିସହ ପିଲାମାନଙ୍କ କଷ୍ଟଡି ପାଇଁ ମଧ୍ୟ ମାମଲା ଦାୟର କରିଥିଲେ ଅଭିନେତା ।

ଏହି ସମସ୍ତ ମାମଲାର ଶୁଣାଣୀ ପାଇଁ ଅଭିନେତା ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏନେଇ ହାଇକୋର୍ଟରେ ଏପ୍ରିଲ 3 (ସୋମବାର) ଅଭିନେତା ଏବଂ ତାଙ୍କ ପରିବାରକୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କିଛି ନିୟମ ଏବଂ ସର୍ତ୍ତ ରଖିଥିଲେ, ଯାହା ଆଧାରରେ ଉଭୟଙ୍କ ମଧ୍ୟର ସମସ୍ୟାର ସମାଧାନ ହୋଇଛି।

For All Latest Updates

ABOUT THE AUTHOR

...view details