ଓଡିଶା

odisha

By ETV Bharat Odisha Team

Published : Aug 24, 2023, 5:06 PM IST

ETV Bharat / entertainment

National Film Awards 2023: ରେସ୍‌ରେ କଙ୍ଗନାଙ୍କଠାରୁ ଆଲିଆଙ୍କ ନାଁ ସାମିଲ, କିଏ ମାରିବ ବାଜି?

ବର୍ତ୍ତମାନ ଆଉ କିଛି ସମୟର ଅପେକ୍ଷା । 69ତମ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ 2023 ଆରମ୍ଭ ହେବାକୁ ଯାଉଛି। ଏଥର ରେସ୍‌ରେ କଙ୍ଗନା ରାଣାୱତଙ୍କଠାରୁ ଆରମ୍ଭ କରି ଆଲିଆ ଭଟ୍ଟଙ୍କ ସମେତ ଅନେକ ତାରକା ଏବଂ ଚଳଚ୍ଚିତ୍ର ନାଁ ସାମିଲ ହୋଇଛି । କେବେ ଓ କେଉଁଥିରେ ହେବ ଲାଇଭ୍ ? ଜାଣନ୍ତୁ

ରେସରେ କଙ୍ଗନାଙ୍କ ଠାରୁ ଆଲିଆ ଯାଏଁ ନାଁ ସାମିଲ, କିଏ ମାରିବ ବାଜି?
ରେସରେ କଙ୍ଗନାଙ୍କ ଠାରୁ ଆଲିଆ ଯାଏଁ ନାଁ ସାମିଲ, କିଏ ମାରିବ ବାଜି?

ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରମୁଖ ଚଳଚ୍ଚିତ୍ର ଆୱାର୍ଡ ଶୋ' ମଧ୍ୟରେ 69ତମ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ 2023 ଅନ୍ୟତମ । ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଚଳଚ୍ଚିତ୍ରକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ତେବେ ଆଜି 69ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ ହେବାକୁ ଯାଉଛି । ଏଥର କଙ୍ଗନା ରଣାୱତ, ଆଲିଆ ଭଟ୍ଟ ଏବଂ ଜୋଜୁ ଜର୍ଜ ମଧ୍ୟ ଏହି ଆୱାର୍ଡ ରେସ୍‌ରେ ରହିଛନ୍ତି । ଏହା ବ୍ୟତୀତ, ଚଳିତ ବର୍ଷ ଅନେକ ଦକ୍ଷିଣ ଚଳଚ୍ଚିତ୍ର ଏହି ପୁରସ୍କାର ଦୌଡ଼ରେ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା 5ଟାରେ ବିଜେତାଙ୍କ ନାମ ଘୋଷଣା କରାଯିବ । ତେବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର କେବେ ଏବଂ କେଉଁଠାରେ ଲାଇଭ୍ କରାଯିବ ଜାଣନ୍ତୁ...

କେବେ ଏବଂ କେଉଁଠାରେ LIVE ଦେଖିବେ?

ଆଜି(ଗୁରୁବାର) ସନ୍ଧ୍ୟା 5ଟାରୁ PIBର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ 69ତମ ଚଳଚ୍ଚିତ୍ର ପୁରସ୍କାର ଲାଇଭ୍ ପ୍ରସାରଣ ହେବ । ଏହି ସମୟରେ, PIBର X ଅଫିସିଆଲ୍ ସାଇଟ୍ (ଟ୍ୱିଟର)ରେ ଏହି ଶୋ' ସିଧା ପ୍ରସାରଣ ମଧ୍ୟ ଦେଖିପାରିବେ ।

ଏହା କେବେ ଆରମ୍ଭ ହୋଇଥିଲା?

କୁହାଯାଇଛି ଯେ 1954 ମସିହାରେ ପ୍ରଥମ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ କରାଯାଇଥିଲା । ଭାରତର ପ୍ରଥମ ନାଗରିକ, ରାଷ୍ଟ୍ରପତି ଏହି ପୁରସ୍କାରକୁ ସମ୍ମାନିତ କରନ୍ତି ।

ପୁରସ୍କାର କାହିଁକି ଦିଆଯାଏ?

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତିନୋଟି ଶ୍ରେଣୀରେ ଫିଚର, ନନ୍‌-ଫିଚର ଏବଂ ବେଷ୍ଟ୍‌ ରାଇଟିଂ ଇନ୍‌ ସିନେମାକୁ ପ୍ରଦାନ କରାଯାଇଥାଏ । ଏହି ସମ୍ମାନ ପ୍ରଦାନ ଅର୍ଥ ଦେଶରେ ଚଳଚ୍ଚିତ୍ର ଜଗତକୁ ପ୍ରୋତ୍ସାହିତ କରିବା । ଏଥିସହ ଏକ ପ୍ୟାନେଲ୍‌ ବିଜେତାମାନଙ୍କର ଏକ ତାଲିକା ପ୍ରସ୍ତୁତ କରନ୍ତି ।

ପ୍ରଥମ ପୁରସ୍କାର କିଏ ପାଇଲା?

ବଲିଉଡର ଦମଦାର ଅଭିନେତା ସଂଜୟ ଦତ୍ତଙ୍କ ମାତା ନର୍ଗିସ୍ ଦତ୍ତ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ପ୍ରଥମ ଜାତୀୟ ପୁରସ୍କାର ଏବଂ ଶ୍ରେଷ୍ଠ ଅଭିନେତା ପାଇଁ ଉତ୍ତମ କୁମାରଙ୍କୁ ଜାତୀୟ ପୁରସ୍କାର ମିଳିଥିଲା ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର 2022 କିଏ ପାଇଲା?

ଗତ ବର୍ଷ ଏହି ଶ୍ରେଷ୍ଠ ଅଭିନେତା ଭାବରେ ଯଥାକ୍ରମେ ଅଜୟ ଦେବଗନ୍ ଏବଂ ସାଉଥ ଅଭିନେତା ସୂରିୟା ଯୁଗ୍ମ ଭାବେ ଏହି ପୁରସ୍କାର ପାଇଥିଲେ। ତାହ୍ନାଜୀ ଚଳଚ୍ଚିତ୍ର ପାଇଁ ଅଜୟଙ୍କୁ ଏବଂ ସୁରାରାଇ ପୋଟ୍ରୁ ଚଳଚ୍ଚିତ୍ର ପାଇଁ ସୂରିୟାକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ସୁରାରାଇ ପୋଟ୍ରୁର ଅଭିନେତ୍ରୀ ଅପର୍ଣ୍ଣା ବାଲାମୁରାଲୀ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଶ୍ରେଷ୍ଠ ଫିଚର ଫିଲ୍ମ କାଟାଗୋରୀରେ ସୋରେରାଇ ପୋଟ୍ରୁକୁ ପୁରସ୍କାର ମିଳିଥିଲା । ଚଳିତବର୍ଷ ଅନେକ ବଲିଉଡ ଏବଂ ସାଉଥ ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମର ନାଁ ସାମିଲ ହୋଇଥିବା ବେଳେ କିଏ ମାରୁଛି ବାଜି, ତାହା ଦେଖିବାକୁ ବାକି ରହିଲା ।

ଏହା ମଧ୍ୟ ପଢନ୍ତୁ:‘ଚନ୍ଦ୍ରଯାନ-୩’ ଉପରେ ନିର୍ମାଣ ହେବ ଫିଲ୍ମ ! ଘୋଷଣା କଲେ ମିସନ୍‌ ମଙ୍ଗଲର ନିର୍ଦ୍ଦେଶକ

ABOUT THE AUTHOR

...view details