ମୁମ୍ବାଇ: ଆରପାରିରେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନ । ଗୁରୁବାର ଅର୍ଥାତ୍ ୨୧ ତାରିଖ ସକାଳେ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ସରୋଜା ବୈଦ୍ୟନାଥନ । ସେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।
ଡକ୍ଟର ସରୋଜା ବୈଦ୍ୟନାଥନ ୧୯ ସେପ୍ଟେମ୍ବରରେ ତାଙ୍କର ୮୬ ତମ ଜନ୍ମଦିନ ପାଳନ କରିଥିଲେ । ସରୋଜଙ୍କୁ ଦେଶ-ବିଦେଶରେ ଭାରତନାଟ୍ୟମ୍କୁ ପ୍ରସିଦ୍ଧ କରିବାର ଶ୍ରେୟ ଦିଆଯାଏ । ସରୋଜାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ, ଭାରତନାଟ୍ୟମ ଗୁରୁ, ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଏବଂ ଜଣେ ଉଜ୍ଜ୍ୱଳ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ ।
ଏହା ମଧ୍ୟ ପଢନ୍ତୁ: ମିଶିଲାଣି କାର୍ତ୍ତିକ-ସାରାଙ୍କ ମନ ! ରୁହ୍ ବାବାଙ୍କ ଘରେ ଗଣେଶ ପୂଜା ପାଳିଲେ ଅଭିନେତ୍ରୀ
ଉଲ୍ଲେଖନୀୟ ଯେ, ଡ. ସରୋଜ ବୈଦ୍ୟନାଥନଙ୍କୁ ୨୦୦୨ରେ ପଦ୍ମଶ୍ରୀ ଏବଂ ୨୦୧୨ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ୧୯୭୨ ମସିହାରେ ଡ. ସରୋଜା ବୈଦ୍ୟନାଥନ ଦିଲ୍ଲୀରେ ଗଣେଶ ନାଟ୍ୟାଳୟ ଖୋଲିଥିଲେ । ବର୍ତ୍ତମାନ ୧୫ଟି ଦେଶରେ ତାଙ୍କର ବିଦ୍ୟାଳୟ ଅଛି । ଯାହା ବର୍ତ୍ତମାନ ତାଙ୍କ ଶିଷ୍ୟମାନଙ୍କ ଦ୍ଵାରା ପରିଚାଳିତ ହେଉଛି । ଏହା ବ୍ୟତୀତ ସେ ଚାରୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି ।