ମୁମ୍ବାଇ: ଓଡ଼ିଆ ଝିଅ ତଥା ଅଭିନେତ୍ରୀ-ନିର୍ଦ୍ଦେଶିକା ନନ୍ଦିତା ଦାସ । ନନ୍ଦିତା ଚଳଚ୍ଚିତ୍ର ସହିତ ସମାଜସେବାରେ ମଧ୍ୟ ସବୁବେଳେ ଆଗରେ ଥାନ୍ତି । ସେ ସର୍ବଦା ମହିଳାଙ୍କ କଲ୍ୟାଣ ଏବଂ ଲିଙ୍ଗଗତ ସମାନତା ପ୍ରତି ଆଗ୍ରହୀ, ଏବଂ ସେହି କଠିନ ସମସ୍ୟାର ମୁକାବିଲା କରନ୍ତି ଯାହା ଉପରେ କାହାରି ଧ୍ୟାନ ଯାଇନଥାଏ । ସେ ବିଶେଷ ରୂପରେ କପିଲ ଶର୍ମାଙ୍କ ଅଭିନୀତ ଫିଲ୍ମ ଜ୍ବିଗାଟୋ (film Zwigato) ରେ ଏମିତି ହିଁ କିଛି କାମ କରିଛନ୍ତି ।
ଦିଲ୍ଲୀରେ ଆୟୋଜିତ ଆଇଏଲ୍ଏସ୍ଏସ୍ ଏମର୍ଜିଂ ଓ୍ବିମେନ ଲିଡରସିପ୍ (ILSS Emerging Women's Leadership) କାର୍ଯ୍ୟକ୍ରମରେ ଯୋଗଦେଇ ନନ୍ଦିତା ଦାସ ତାଙ୍କ ଫିଲ୍ମ 'ସୁନୋ ଉସକି ବାତ୍' ସମ୍ପର୍କରେ କହିଛନ୍ତି । ସେ ଏହି ଚଳଚ୍ଚିତ୍ରର ସୁଟିଂ କରିଛନ୍ତି, ଯାହାକି ଜ୍ବିଗାଟୋ ପରି ହୋଇଛି । ଏହା ମଧ୍ୟ କୋଭିଡ-ପ୍ରେରିତ ଲକଡାଉନ୍ ଅନ୍ତର୍ଗତ ଜୀବନର ଜଟିଳତା ଉପରେ ମଧ୍ୟ ଘୁରି ବୁଲୁଥିଲା, ପୁଅ ବିହାନଙ୍କ ସହ ଘରେ ରହିବା ଏବଂ ଘରୋଇ ହିଂସାର ସାମ୍ନା କରିବା ସମୟରେ ବୋଝ ହେବା ପ୍ରସଙ୍ଗ ଉପରେ ଆଧାର ହୋଇଛି ।
ନନ୍ଦିତା ମନେ ପକାଇଛନ୍ତି, 'ଦିନେ ସକାଳେ ମୁଁ ଉଠି ଏକ ଖବରକାଗଜ ପ୍ରବନ୍ଧ ପଢିଲି । ଏଥିରେ ଲେଖାଥିଲା ଯେ ଲକଡାଉନ ସମୟରେ ମହିଳାଙ୍କ ଉପରେ କିଭଳି ଅଧିକ ବୋଝ ଲଦି ଦିଆଯାଇଥିଲା । ମୁଁ ବିଶେଷ ଶ୍ରେଣୀର ମହିଳାଙ୍କ ବିଷୟରେ କହୁଛି, ଯେଉଁମାନେ ଜୁମ୍ ମିଟିଂର ସାହାରା ନେଇଥିଲେ ଏବଂ ନିଜ ପିଲାମାନଙ୍କର ଯତ୍ନ ନେଉଥିଲେ, ଘରେ ରୋଷେଇ କରୁଥିଲେ ।
ନନ୍ଦିତା କହିଛନ୍ତି ଯେ, କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପାରିବାରିକ ହିଂସା ବୃଦ୍ଧି ପାଇବାରେ ଲାଗିଥିଲା । ଏହି ଦୁଇଟି ସୂତ୍ର କିପରି ଏକାଠି ଆସିଲେ । ଯଦି ଆମେ କହିବା ଯେ, ଘରୋଇ ହିଂସା ଏକ ନିର୍ଦ୍ଦିଷ୍ଟ ବର୍ଗରେ ବିଦ୍ୟମାନ ଅଛି, ତେବେ ଆମେ ଜାଣୁ ଯେ ଏହା ସତ ନୁହେଁ, ଏହା ସବୁ ଶ୍ରେଣୀରେ ଅଛି । ମୋତେ ଏହାକୁ ସ୍ୱୀକାର କରିବାକୁ ଭୟ ଲାଗିବ । କେବଳ ଗରିବ ଶ୍ରେଣୀରେ ନୁହେଁ, ସମସ୍ତ ଶ୍ରେଣୀରେ ବୋଧହୁଏ କାମର ବୋଝ ରହିଛି ।'
ନିକଟରେ ନନ୍ଦିତା ଦାସଙ୍କୁ ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ଫିଲ୍ମ ଜ୍ବିଗାଟୋ (film Zwigato) ପ୍ରିମିୟର୍ କରିଥିଲେ, ତା’ପରେ ସେ କିପରି ପୁରା ଫିଲ୍ମକୁ ଘରେ ସୁଟ୍ କରିଥିଲେ ସେୟାର କରିଥିଲେ । ଅଭିନେତ୍ରୀ ଆହୁରି କହିଛନ୍ତି, 'ମୋ ପାଖରେ ଟ୍ରାଇପଡ ମଧ୍ୟ ନଥିଲା । ମୋ ପାଖରେ କୌଣସି ଚଳଚ୍ଚିତ୍ରର ଉପକରଣ ନଥିଲା । ତେଣୁ, ମୁଁ କେବଳ ମୋ ମୋବାଇଲ୍ ଫୋନ୍ ବ୍ୟବହାର କକିଛି । ମୋର ଦୁଇଟି ଫୋନ୍ ଥିଲା - ଗୋଟିଏ ଶୁଟିଂ ପାଇଁ ଏବଂ ଅନ୍ୟଟି ସାଉଣ୍ଡ୍ ରୋଲ୍ ପାଇଁ, ଯାହା ମୁଁ ମୋର ରୋଷେୟାକୁ ଦେଇଥିଲି । ଏହି ସାତ ପୃଷ୍ଠାର କାହାଣୀ, ଯାହାକୁ ମୁଁ ଦିନେ ସକାଳେ ଲେଖିଥିଲି, ପରବର୍ତ୍ତୀ ସମୟରେ ଏହାକୁ ସୁଟ୍ କରାଯାଇଥିଲା ।
ସେ କହିଛନ୍ତି, ଦୁଇ ମହିଳାଙ୍କ ବିଷୟରେ ଏହା ଏକ ଛୋଟ କାହାଣୀ, ଯେତେବେଳେ ଆଖପାଖରେ ଅନ୍ୟ କୌଣସି ମହିଳା ନଥିଲେ । ନନ୍ଦିତା କହିଛନ୍ତି ଯେ, ମହିଳାମାନେ ଆତ୍ମବିଶ୍ୱାସୀ ହେବା ଏବଂ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବେ କହିବା ଆବଶ୍ୟକ । ସେ କହିଛନ୍ତି ଯେ କେତେକ କ୍ଷେତ୍ରରେ, ମହିଳାମାନେ ପ୍ରାୟତଃ ଭୁଲିଯାଆନ୍ତି, ସେମାନେ ଜୀବନରେ କଣ ଚାହାନ୍ତି ଏବଂ ତାଙ୍କର ସଉକ କ'ଣ ଥିଲା । କାରଣ ସେମାନେ ସର୍ବଦା ଭିନ୍ନ ଭିନ୍ନ ଦାୟିତ୍ବ ବହନ କରିଥାନ୍ତି । ସେ ବନ୍ଧୁମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ସେମାନେ ବୋଝ ନିଅନ୍ତୁ ନାହିଁ ଏବଂ ଆବଶ୍ୟକତା ବିଷୟରେ ଚିନ୍ତା କରନ୍ତୁ ।