ଓଡିଶା

odisha

By

Published : Jul 23, 2022, 12:47 PM IST

ETV Bharat / entertainment

ପ୍ରଥମ ଆଦିବାସୀ ମହିଳା ଭାବେ ପ୍ଲେବ୍ୟାକ୍ ସିଙ୍ଗିଂରେ ନନ୍‌ଚିୟାମ୍ମାଙ୍କୁ National Award

ନଚିୟାମ୍ମା କହିଛନ୍ତି, ମୁଁ ଏହି ପୁରସ୍କାରକୁ ସଚି ସାର୍‌ଙ୍କୁ(ନିର୍ଦ୍ଦେଶକ କେ.ଆର. ସଚିଦାନନ୍ଦ, ସଚି ସାର୍‌ ଭାବେ ପରିଚିତ) ଉତ୍ସର୍ଗ କରୁଛି । ମୁଁ ପାହାଡରେ ଗାଇ ଓ ଛେଳି ଚରାଉଥିଲି । ମୋ ବିଷୟରେ କିମ୍ବା Attappadi ଗୀତ ବିଷୟରେ କେହି ଜାଣିନଥିଲେ । ସଚି ସାର୍‌ ମୋତେ ଏତେବଡ ସୁଯୋଗ ଦେଲେ ଓ ମୋତେ ଓ ଆମର ମ୍ୟୁଜିତ ବିଷୟରେ ସମସ୍ତଙ୍କୁ ଜାଣିବାର ଅବସର ଦେଲେ । ଅଧିକ ପଢନ୍ତୁ

ପ୍ଲେବ୍ୟାକ୍ ଗୀତ ପାଇଁ ପ୍ରଥମ ଆଦିବାସୀ ମହିଳା ନନ୍‌ଚିୟାମ୍ମା ପାଇଲେ ଜାତୀୟ ପୁରସ୍କାର
ପ୍ଲେବ୍ୟାକ୍ ଗୀତ ପାଇଁ ପ୍ରଥମ ଆଦିବାସୀ ମହିଳା ନନ୍‌ଚିୟାମ୍ମା ପାଇଲେ ଜାତୀୟ ପୁରସ୍କାର

ପଲକ୍କଡ (କେରଳ): ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ରାଷ୍ଟ୍ରପତି ହେବାର ଦିନକ ପରେ ଆଉଜଣେ ଆଦିବାସୀ ଗାୟିକା କେରଳର ନନ୍‌ଚିୟାମ୍ମା ଏକ ବିରଳ ସଫଳତାର ଅଧିକାରିଣୀ ହୋଇଛନ୍ତି । ସଦ୍ୟ ଘୋଷଣା ହୋଇଥିବା ଜାତୀୟ ଚଳଚିତ୍ର ପୁରସ୍କାରରେ(National Film Awards) ମାଲାୟାଲମ୍ ଚଳଚ୍ଚିତ୍ର Ayyappanum Koshiyum ପାଇଁ ଶ୍ରେଷ୍ଠ ମହିଳା ଗାୟିକା ପୁରସ୍କାର (Best Female Singer Award) ଜିତିଛନ୍ତି । ଏଥିସହ ସେ ପ୍ରଥମ ଆଦିବାସୀ ମହିଳା ପ୍ଲେବ୍ୟାକ୍‌ ସିଙ୍ଗର ଭାବେ ଚଳଚିତ୍ରରେ ଆଦିବାସୀ ସଙ୍ଗୀତ ଗାଇ ନ୍ୟାସନାଲ ଆୱାର୍ଡ ବିଜେତା ହୋଇଛନ୍ତି ।

ପ୍ଲେବ୍ୟାକ୍ ସିଙ୍ଗିଂରେ ପ୍ରଥମ ଆଦିବାସୀ ମହିଳା ନନ୍‌ଚିୟାମ୍ମା ପାଇଲେ National Award

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ଖୁସି ବ୍ୟକ୍ତ କରିଛନ୍ତି ନନ୍‌ଚିୟାମ୍ମା । ସେ କହିଛନ୍ତି, "ମୁଁ ଏହି ପୁରସ୍କାରକୁ ସଚି ସାର୍‌ଙ୍କୁ(ନିର୍ଦ୍ଦେଶକ କେ.ଆର. ସଚିଦାନନ୍ଦ, ସଚି ସାର୍‌ ଭାବେ ପରିଚିତ) ଉତ୍ସର୍ଗ କରୁଛି ।" ମୁଁ ପାହାଡରେ ଗାଇ ଓ ଛେଳି ଚରାଉଥିଲି । ମୋ ବିଷୟରେ କିମ୍ବା Attappadi ଗୀତ ବିଷୟରେ କେହି ଜାଣିନଥିଲେ । ସଚି ସାର୍‌ ମୋତେ ଏତେବଡ ସୁଯୋଗ ଦେଲେ ଓ ମୋତେ ଓ ଆମର ମ୍ୟୁଜିତ ବିଷୟରେ ସମସ୍ତଙ୍କୁ ଜାଣିବାର ଅବସର ଦେଲେ ।"

"ଏହି ମାଟି, ଏଠାକାର ଲୋକମାନେ ସମସ୍ତେ ମୋତେ ଖୁସିର ସହ ଗ୍ରହଣ କରିଥିଲେ ଓ ନୂଆ ଦୁନିଆ ଦେଖିବାକୁ ମୋ ସହଯୋଗ କରିଥିଲେ । ସଚି ସାର୍‌ ମୋତେ ଦୁନିଆ ଦେଖାଇ ନିଜେ ଦୁନିଆରୁ ବିଦାୟ ନେଇଗଲେ । ମୁଁ ସଚି ସାର୍‌ଙ୍କ ପାଇଁ ଖୁସିରେ ଏହି ପୁରସ୍କାର ଗ୍ରହଣ କରିବି । ମୁଁ ଏବେ ନିଶବ୍ଦ, ମୋ ହାତରେ କିଛି ନାହିଁ ।"

ଏହା ବି ପଢନ୍ତୁ: ୬୮th National Film Award: ଓଡ଼ିଆ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ସମ୍ମାନିତ

ଚଳଚ୍ଚିତ୍ରର ଅୟପ୍ପନମ୍‌ କୋଶିୟୁମ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଆଦିବାସୀ ବାଦ୍ୟଯନ୍ତ୍ର ସହିତ ନନ୍‌ଚିୟାମ୍ମାଙ୍କର କୋକିଳ ସ୍ୱର ଏକ ପ୍ରଭାବଶାଳୀ ପ୍ଲେବ୍ୟାକ୍ ଥିଲା । ନନ୍‌ଚିୟାମ୍ମାଙ୍କ ଗୀତ ଚଳଚ୍ଚିତ୍ରକୁ ଆହୁରି ମନଛୁଆଁ କରିଥିଲା । ବର୍ତ୍ତମାନ ନନ୍‌ଚିୟାମ୍ମା ଜାତୀୟ ମାନ୍ୟତା ପାଇବାପରେ, ଏହା ବୋଧହୁଏ ଦେଶର ଆଦିବାସୀ ସଂଗୀତ ମୁଖ୍ୟ ସ୍ରୋତରେ ପହଞ୍ଚିବା ପାଇଁ ଏକ ରାସ୍ତା ଦେଖାଇବ । ଦେଶରେ ଲୋକ ସଂଗୀତର ଲୁକ୍କାୟିତ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ପ୍ରୟାସରେ ଥିବା ସଂଗୀତକାରଙ୍କ ପାଇଁ ନନ୍‌ଚିୟାମ୍ମା ଏକ ଟ୍ରେଣ୍ଡସେଟର୍ ହୋଇପାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details