ହାଇଦ୍ରାବାଦ: ସୁସ୍ଥ ହେଉଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସଫଳ ହୋଇଛି ସଫଳ ହିପ୍ ରିପ୍ଲେସେମେଣ୍ଟ ସର୍ଜରୀ । ଗତକାଲି କେସିଆରଙ୍କୁ ହସ୍ପିଟାଲରେ ଭେଟିଛନ୍ତି ସାଉଥ ସୁପରଷ୍ଟାର ନାଗାର୍ଜୁନ । କେସିଆରଙ୍କୁ ଭେଟିବା ସହ ସ୍ବାସ୍ଥ୍ୟ ସମ୍ବନ୍ଧରେ ମଧ୍ୟ ପଚାରି ବୁଝିଛନ୍ତି ନାଗାର୍ଜୁନ। ତେବେ ନାଗାର୍ଜୁନଙ୍କ ପୂର୍ବରୁ ସାଉଥ୍ ଇଣ୍ଡଷ୍ଟ୍ରିର ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ କେସିଆରଙ୍କୁ ଭେଟିଥିଲେ। ଗତ 7 ତାରିଖଠାରୁ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ସେ । ଖୁବଶୀଘ୍ର ଡିସ୍ଚାର୍ଜ୍ ମଧ୍ୟ ହୋଇପାରିନ୍ତି ବୋଲି କୁହାଯାଉଛି ।
ଏହା ମଧ୍ୟ ପଢନ୍ତୁ-ବାଥରୁମରେ ପଡ଼ିଗଲେ କେସିଆର: ଆଜି ହିପ୍ ରିପ୍ଲେସମେଣ୍ଟ୍
ଗତକାଲି(ବୁଧବାର) ନାଗାର୍ଜୁନ ହିପ୍ ରିପ୍ଲେସେମେଣ୍ଟ ସର୍ଜରୀରୁ ସୁସ୍ଥ ହେଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିବାକୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ । ଭାରତ ରାଷ୍ଟ୍ର ସମିତି (ବିଆରଏସ) ଦ୍ବାରା ସେୟାର ହୋଇଥିବା ଏକ ଭିଡିଓରେ ନାଗାର୍ଜୁନ କେସିଆରଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଛି । ନିକଟରେ ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ କେସିଆରଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିବା ପାଇଁ ଡାକ୍ତରଖାନା ଯାଇଥିଲେ । ଏହାପରେ ଚିରଞ୍ଜୀବୀ ଗଣମାଧ୍ୟମକୁ କେସିଆରଙଅକ ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ,"କେଲିଆର ବହୁତ ଯଲଦି ସୁସ୍ଥ ହେଉଛନ୍ତି ।"