ମୁମ୍ବାଇ:ଚଳଚ୍ଚିତ୍ର ଜଗତର ଜଣେ ଖାସ୍ ଚେହେରା, ଯିଏ ପାର୍ଶ୍ୱ ଚରିତ୍ରରେ ଅଭିନୟ କରି ଚଳଚ୍ଚିତ୍ରର କାହାଣୀକୁ ସ୍ୱତନ୍ତ୍ର କରନ୍ତି । ଫିଲ୍ମର କାହାଣୀକୁ ଆହୁରି ଦମଦାର କରିବା ପାଇଁ ଏହି କଳାକାରଙ୍କ ବହୁତ ଆବଶ୍ୟକ ପଡେ । ଯଦିଓ ସେ ମୁଖ୍ୟ ଭୂମିକାରେ ବହୁତ କମ୍ ନଜର ଆସନ୍ତି, କିନ୍ତୁ ଚଳଚ୍ଚିତ୍ରରେ ତାଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏପରି ଜଣେ ବଲିଉଡ ଅଭିନେତା ଅଛନ୍ତି, ଯିଏ ଫିଲ୍ମରେ ନିଜ ଚରିତ୍ରକୁ ଜୀବନ୍ତ କରିପାରନ୍ତି । ସବୁଠୁ ଖାସ୍ କଥା ହେଉଛି ତେଲୁଗୁ ସିନେମାରେ ମଧ୍ୟ ସେ ବହୁତ ହିଟ୍ । ସେ ଆଉ କେହି ନୁହଁନ୍ତି, ସେହି ସ୍ବତନ୍ତ୍ର ଅଭିନେତା ହେଉଛନ୍ତି ମୁରଲୀ ଶର୍ମା ।
ମୁରଲୀ ଶର୍ମାଙ୍କୁ ଖୁବ୍ ଶୀଘ୍ର ତାଙ୍କୁ ଅନୁଷ୍କା ଶେଟ୍ଟୀ ଏବଂ ନବୀନଙ୍କ ଫିଲ୍ମ 'ମିସ୍ ଶେଟ୍ଟୀ ମିଷ୍ଟର ପଲିଶେଟ୍ଟୀ'ରେ ଦେଖିବାକୁ ମିଳିବ । ବର୍ତ୍ତମାନ ଫିଲ୍ମର ଟ୍ରେଲରକୁ ନେଇ ଜୋରସୋର ଚର୍ଚ୍ଚା ହେଉଛି, ଫିଲ୍ମରେ ସେ ନବୀନଙ୍କ ପିତାଙ୍କ ଚରିତ୍ରରେ ନଜର ଆସିବେ । ମୁରଲୀ 1997 ମସିହାରେ ଟିଭି ଶୋ 'ରାଜା ଅର ରାଞ୍ଚୋ' ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ 'ଘର ଜମାଇ', 'ସାୟା', 'ରିସ୍ତେ', 'ଆର୍ଯ୍ୟମାନ' ଏବଂ 'ସ୍ପେଶାଲ ସ୍କ୍ବାର୍ଡ' ଭଳି ଟିଭି ଶୋ’ରେ ଦେଖିବାକୁ ମିଳିଥିଲା । 2002 ମସିହାରେ ସେ 'ଦିଲ୍ ଭିଲ୍ ପ୍ୟାର୍ ଭ୍ୟାର୍' ଏବଂ 'ରାଜ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: Khakee 2 Promo: ପ୍ରମୋ ରିଲିଜ୍, ପୁଣି ଥରେ ଦେଖିବାକୁ ମିଳିବ ଆଇପିଏସ୍ଙ୍କ ଦମ୍