ହାଇଦ୍ରାବାଦ: ବଲିଉଡର ଚର୍ଚ୍ଚିତ ଦମ୍ପତି ଆଲିଆ ଏବଂ ରଣବୀର ପ୍ରଶଂସକଙ୍କୁ ଏତେ ଶୀଘ୍ର ଏତେ ବଡ଼ ଖୁସି ଖବର ଦେବେ, କେହି କଳ୍ପନା ବି କରିନଥିଲେ । ବିବାହର ଅଢେଇ ମାସ ପରେ ଦମ୍ପତି ପିତା-ମାତା ହେବାକୁ ଯାଉଛନ୍ତି । ଏହି ଖୁସି ଖବର ସାମ୍ନାକୁ ଆସିବା ମାତ୍ରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ନିଶ୍ଚିତ ଭାବରେ ଖୁସି ହୋଇଯାଇଛନ୍ତି କିନ୍ତୁ ଏହାଠାରୁ ଅଧିକ ଆଶ୍ଚର୍ଯ୍ୟ ଯେ ନିଜ କ୍ୟାରିୟରର ଟପ୍ରେ ଏହି ଦମ୍ପତି କିପରି ଏତେ ବଡ଼ ନିଷ୍ପତ୍ତି ନେଲେ । ତେବେ ବର୍ତ୍ତମାନ ଏହି ଦମ୍ପତି ହନିମୁନ୍ ନୁହେଁ ବରଂ ବେବିମୁନ୍ ପାଇଁ ପ୍ରସ୍ତୁତ ହେଉଛନ୍ତି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ବର୍ତ୍ତମାନ ଲଣ୍ଡନରେ ତାଙ୍କର ପ୍ରଥମ ହଲିଉଡ ପ୍ରୋଜେକ୍ଟ 'ହାର୍ଟ ଅଫ୍ ଷ୍ଟୋନ'ର ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଏହି ପ୍ରୋଜେକ୍ଟ ଶେଷ କରିବା ପରେ ସେ ଶୀଘ୍ର ମୁମ୍ବାଇ ଫେରିବେ । ତେବେ ଆଲିଆ ଏବଂ ରଣବୀର ସେମାନଙ୍କର ବ୍ୟସ୍ତବହୁଳ କାମ ହେତୁ ହନିମୁନ୍ରେ ଯାଇପାରି ନାହାନ୍ତି । କାରଣ ଆଜିକାଲି ରଣବୀର କପୁର ଲଭ ରଂଜନଙ୍କ ଅନଟାଇଟେଲ୍ଡ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଆଲିଆ ବିବାହ ପରେ ଲଣ୍ଡନ ଚାଲି ଯାଇଛନ୍ତି ।